ସ୍ୟାଟ୍ ବାର୍ ଉଚ୍ଛେଦ ପ୍ରତିବାଦରେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଘେରିବାକୁ ରାଜ୍ୟ ସ୍ୟାଟ୍ ବାର୍ ଓକିଲ ସଂଘର ଚେତାବନୀ

ଭୁବନେଶ୍ୱର: ସ୍ୟାଟ୍ ବାର୍ ଉଚ୍ଛେଦ ପ୍ରତିବାଦରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରିବାକୁ ରାଜ୍ୟ ସ୍ୟାଟ୍ ବାର୍ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତ ସେପ୍ଟେମ୍ୱର ୧୦ତାରିଖରେ ସ୍ୟାଟ୍ ଉଚ୍ଛେଦ ନେଇ କ୍ୟାବିନେଟରେ ନିଷ୍ପତ୍ତି ପରେ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ। ଏ ନେଇ ରାଜ୍ୟ ବାର୍ କାଉନସିଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲା। ଏପିରି କି ଓକିଲମାନଙ୍କ ପାଇଁ ଯାହା ଭଲ ହେବ ତାହା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବି ମିଳିଥିଲା। ଏହା ମଧ୍ୟରେ ୪ ମାସ ବିତିଯାଇଥିଲେ […]

sat-bar

Rakesh Mallick
  • Published: Sunday, 13 December 2015
  • , Updated: 13 December 2015, 05:53 AM IST

ଭୁବନେଶ୍ୱର: ସ୍ୟାଟ୍ ବାର୍ ଉଚ୍ଛେଦ ପ୍ରତିବାଦରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରିବାକୁ ରାଜ୍ୟ ସ୍ୟାଟ୍ ବାର୍ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତ ସେପ୍ଟେମ୍ୱର ୧୦ତାରିଖରେ ସ୍ୟାଟ୍ ଉଚ୍ଛେଦ ନେଇ କ୍ୟାବିନେଟରେ ନିଷ୍ପତ୍ତି ପରେ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ। ଏ ନେଇ ରାଜ୍ୟ ବାର୍ କାଉନସିଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲା। ଏପିରି କି ଓକିଲମାନଙ୍କ ପାଇଁ ଯାହା ଭଲ ହେବ ତାହା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବି ମିଳିଥିଲା। ଏହା ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇ ନ ଥିବା ଓ ବିଧାନସଭାରେ ଉତ୍ତର ବି ରଖି ନ ଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଏପରି ନିଷ୍ପତ୍ତି ନିଆଯାଇଛି। ଏଥିସହ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ଓକିଲ ସଂଘ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବେ ବୋଲି ଜଣାପଡିଛି।

Related story