ଏସ୍‌ସିବି ପିଲା ଚୋରି ଘଟଣାର ପର୍ଦ୍ଦାଫାଶ୍; ଗିରଫ ହେଲେ ମହିଳା,ଦୁଇ ଶିଶୁ ଉଦ୍ଧାର  

କଟକ: କଟକ ଏସ୍‌ସିବି ମେଡିକାଲ୍‌ରୁ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ୍। ମେଡିକାଲ୍‌ରୁ ପିଲା ଚୋରି କରିଥିବା ମହିଳାଙ୍କୁ ଗିରଫ କରିଛି ପୋଲିସ୍‌। ତା’ଠାରୁ ପୋଲିସ୍ ଦୁଇଟି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ଜଣେ ଶିଶୁକୁ କାଫଲା ବଜାର ଓ ଅନ୍ୟ ଜଣେ ଶିଶୁକୁ ବାରଙ୍ଗରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ମହିଳା ଜଣଙ୍କ ନିଜକୁ ଆଶା କର୍ମୀ ବୋଲି ପରିଚୟ ଦେଇ ମେଡିକାଲ୍‌ରୁ ପିଲା ଚୋରି କରିଥିଲେ। ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ […]

Pila

Rakesh Mallick
  • Published: Saturday, 11 March 2017
  • , Updated: 14 March 2017, 09:40 AM IST

କଟକ: କଟକ ଏସ୍‌ସିବି ମେଡିକାଲ୍‌ରୁ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ୍। ମେଡିକାଲ୍‌ରୁ ପିଲା ଚୋରି କରିଥିବା ମହିଳାଙ୍କୁ ଗିରଫ କରିଛି ପୋଲିସ୍‌। ତା’ଠାରୁ ପୋଲିସ୍ ଦୁଇଟି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ଜଣେ ଶିଶୁକୁ କାଫଲା ବଜାର ଓ ଅନ୍ୟ ଜଣେ ଶିଶୁକୁ ବାରଙ୍ଗରୁ ଉଦ୍ଧାର କରାଯାଇଛି।

ଅଭିଯୁକ୍ତ ମହିଳା ଜଣଙ୍କ ନିଜକୁ ଆଶା କର୍ମୀ ବୋଲି ପରିଚୟ ଦେଇ ମେଡିକାଲ୍‌ରୁ ପିଲା ଚୋରି କରିଥିଲେ। ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ ପିଲା ଚୋରି ହୋଇଥିଲା। ଗତକାଲି ପୋଲିସ୍ ଉକ୍ତ ମହିଳାଙ୍କ ଫଟୋ ଜାରି କରିଥିଲା।

Related story