ଏସସିବି ପ୍ରଫେସରଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ଅଭିଯୋଗ, ଇନଡୋରେ ସେବା ବନ୍ଦ କଲେ ଡାକ୍ତରୀ ଛାତ୍ରଛାତ୍ରୀ

କଟକ: କଟକ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଡାକ୍ତରୀ ଛାତ୍ରଛାତ୍ରୀମାନେ ଆଜିଠାରୁ ଇନଡୋର ସେବା ବନ୍ଦ କରି ଦେଇଛନ୍ତି। ଫଳରେ ରୋଗୀ ସେବାରେ ବାଧା ଉପୁଜିଛି। ଆନ୍ଦୋଳନରେ ଏସସିବିର ୟୁଜି, ପିଜି ଓ ହାଉସ୍ ସର୍ଜନମାନେ ସାମିଲ ହୋଇଛନ୍ତି।  ଆନ୍ଦୋଳନରୁ  ଓପିଡି, କାଜୁଆଲଟି ଓ ଲେବର ରୁମ ଭଳି ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। କିନ୍ତୁ ଦାବି ପୂରଣ ନହେଲେ […]

scb

scb

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 04:49 AM IST

Sports

Latest News

କଟକ: କଟକ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଡାକ୍ତରୀ ଛାତ୍ରଛାତ୍ରୀମାନେ ଆଜିଠାରୁ ଇନଡୋର ସେବା ବନ୍ଦ କରି ଦେଇଛନ୍ତି। ଫଳରେ ରୋଗୀ ସେବାରେ ବାଧା ଉପୁଜିଛି। ଆନ୍ଦୋଳନରେ ଏସସିବିର ୟୁଜି, ପିଜି ଓ ହାଉସ୍ ସର୍ଜନମାନେ ସାମିଲ ହୋଇଛନ୍ତି।  ଆନ୍ଦୋଳନରୁ  ଓପିଡି, କାଜୁଆଲଟି ଓ ଲେବର ରୁମ ଭଳି ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। କିନ୍ତୁ ଦାବି ପୂରଣ ନହେଲେ ଆସନ୍ତା ୧୯ ତାରିଖରୁ ଜରୁରୀକାଳୀନ ସେବାକୁ ମଧ୍ୟ ବର୍ଜନ କରିବାକୁ ଡାକ୍ତରୀ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି। ଜାତିଆଣ ଆକ୍ଷେପ ନେଇ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡାଙ୍କ ନାଁରେ ରେଡିଓଲୋଜି ବିଭାଗର ଜଣେ ପିଜି ଛାତ୍ର ଦୀନେଶ କୁମାର କିସକୁ ଏସସିବି କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ମଙ୍ଗଳାବାଗ ଥାନାରେ ଗତ ମାସ ୨୮ ତାରିଖରେ ଏତଲା ଦାୟର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos