- Videos
- Odisha
- ଏସ୍ସିବିରେ ଜୁନିୟର ଡାକ୍ତରଙ୍କୁ ମାଡ଼, ପ୍ରତିବାଦରେ ଧାରଣା
ଏସ୍ସିବିରେ ଜୁନିୟର ଡାକ୍ତରଙ୍କୁ ମାଡ଼, ପ୍ରତିବାଦରେ ଧାରଣା
- Published: Wednesday, 25 October 2017
- , Updated: 25 October 2017, 09:47 AM IST
<p>କଟକ: ରୋଗୀଙ୍କ ସଂପର୍କୀୟମାନେ ଜଣେ ଜୁନିୟର ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ କଟକ ଏସ୍‌ସିବି ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନେ ପ୍ରଥମେ କାଜୁଆଲିଟି ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ରୋଗୀ ସେବା ବ୍ୟାହତ ହେବା ଆଶଙ୍କାରେ ସେମାନେ ସେଠାରୁ ଉଠି ଆସି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।</p>
<p>ଗତକାଲି ରାତିରେ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ୱାର୍ଡରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କର ସଂପର୍କୀୟମାନେ ଡ୍ୟୁଟିରେ ଥିବା ଜଣେ ଜୁନିୟର ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ପୋଲିସ୍ ତିନି ଜଣଙ୍କୁ ଅଟକ ରଖିଛି।</p>
<p>ଧାରଣାରେ ବସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଏଠାରେ ବାରମ୍ବାର ଏଭଳି ଘଟଣା ଘଟୁଛି। ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନେ ଦାବି କରିଛନ୍ତି।</p>