ଏବେ ସ୍ମରଣ ଶକ୍ତି ସ୍ଥାନାନ୍ତର କରି ହେବ

ବିଜ୍ଞାନ କ୍ଷେତ୍ରରେ ଏବେ ଏକ ନୂଆ ସଫଳତା ମିଳିବାକୁ ଯାଉଛି। ଆପଣ ଆଜି ପର୍ଯ୍ୟନ୍ତ ଅଙ୍ଗ ଆଦାନ-ପ୍ରଦାନ ବିଷୟରେ ଶୁଣିଥିବେ। କିନ୍ତୁ ଏବେ ସ୍ମରଣ ଶକ୍ତି ଅଦଳବଦଳ ମଧ୍ୟ ସମ୍ଭବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ। କିନ୍ତୁ ବିଜ୍ଞାନ ଏହାକୁ ସମ୍ଭବ କରି ଦେଖାଇଛି। ଆମେରିକାର କାର୍ଲିଫର୍ନିଆ ୟୁନିଭରର୍ସିଟି ଓ ଲସ୍‌ ଆଞ୍ଜେଲସ୍‌ର ଗବେଷକ ସ୍ମରଣ ଶକ୍ତିକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି। ବୈଜ୍ଞାନିକ ମାନେ ସାମୁଦ୍ରିକ ଜୀବଙ୍କ ଉପରେ ଏହି ଗବେଷଣା କରିଥିଲେ। ଗବେଷଣାରେ […]

Memory-hippocampus-brain-631 (1)

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 12:32 PM IST

ବିଜ୍ଞାନ କ୍ଷେତ୍ରରେ ଏବେ ଏକ ନୂଆ ସଫଳତା ମିଳିବାକୁ ଯାଉଛି। ଆପଣ ଆଜି ପର୍ଯ୍ୟନ୍ତ ଅଙ୍ଗ ଆଦାନ-ପ୍ରଦାନ ବିଷୟରେ ଶୁଣିଥିବେ। କିନ୍ତୁ ଏବେ ସ୍ମରଣ ଶକ୍ତି ଅଦଳବଦଳ ମଧ୍ୟ ସମ୍ଭବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ। କିନ୍ତୁ ବିଜ୍ଞାନ ଏହାକୁ ସମ୍ଭବ କରି ଦେଖାଇଛି।

ଆମେରିକାର କାର୍ଲିଫର୍ନିଆ ୟୁନିଭରର୍ସିଟି ଓ ଲସ୍‌ ଆଞ୍ଜେଲସ୍‌ର ଗବେଷକ ସ୍ମରଣ ଶକ୍ତିକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି। ବୈଜ୍ଞାନିକ ମାନେ ସାମୁଦ୍ରିକ ଜୀବଙ୍କ ଉପରେ ଏହି ଗବେଷଣା କରିଥିଲେ। ଗବେଷଣାରେ ଏକ ସାମୁଦ୍ରିକ ଜୀବର ସ୍ମରଣ ଶକ୍ତି ଅନ୍ୟ ସାମୁଦ୍ରିକ ଜୀବକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ସଫଳ ହୋଇଛି।

ବୈଜ୍ଞାନିକଙ୍କ ଅନୁସାରେ ଏହା ଭବିଷ୍ୟତରେ ଅଲ୍‌ଜାଇମର( Alzheimers)ପରି ଗମ୍ଭୀର ରୋଗର ଉପଚାର କରିବାରେ ସହାୟକ ହେବ।

Related story