ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହୋଇଛି।  ସେମାନଙ୍କୁ ସମ୍ପୂର୍ଣ୍ଣ ରୁପେ  ଅଲଗା କରିବା ପାଇଁ ଏହି ଅପରେସନ୍ କରାଯାଉଛି। ଆଜି ସକାଳ ୬ଟାରେ ଦୁଇ ଭାଇଙ୍କୁ ଆଡମିଟ୍‌ କରାଯିବା ପରେ ୯ଟାରେ ଅପରେସନ୍ ଆରମ୍ଭ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସେ କହିଛନ୍ତି,“ଏମ୍ସର ବିଶେଷଜ୍ଞ ଟିମ୍‌ଙ୍କ ଦ୍ୱାରା ଅପରେସନ୍ ଚାଲିଛି। ଅପରେସନ୍ ସରିବା ପାଇଁ ୨୫ରୁ ୨୭ ଘଣ୍ଟା […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 01:14 PM IST

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହୋଇଛି।  ସେମାନଙ୍କୁ ସମ୍ପୂର୍ଣ୍ଣ ରୁପେ  ଅଲଗା କରିବା ପାଇଁ ଏହି ଅପରେସନ୍ କରାଯାଉଛି। ଆଜି ସକାଳ ୬ଟାରେ ଦୁଇ ଭାଇଙ୍କୁ ଆଡମିଟ୍‌ କରାଯିବା ପରେ ୯ଟାରେ ଅପରେସନ୍ ଆରମ୍ଭ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସେ କହିଛନ୍ତି,“ଏମ୍ସର ବିଶେଷଜ୍ଞ ଟିମ୍‌ଙ୍କ ଦ୍ୱାରା ଅପରେସନ୍ ଚାଲିଛି। ଅପରେସନ୍ ସରିବା ପାଇଁ ୨୫ରୁ ୨୭ ଘଣ୍ଟା ଲାଗିପାରେ।”

ଜଗା-କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି,“ଜଗା ଅସୁସ୍ଥ  ହେବାରୁ ଏମରଜେନ୍ସିକୁ ଅପରେସନ ପାଇଁ ନିଆଯାଇଥିଲା।”

ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।

Related story