ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ କାହିଁକି ପିନ୍ଧନ୍ତି କଳା ଚଷମା ?

ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା କୌଣସି ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କୁ କଡ଼ା ସୁରକ୍ଷା ଦିଆଯାଇଥାଏ। ଏଥିପାଇଁ ତାଙ୍କ ଚାରିପଟେ ସିକ୍ୟୁରିଟି ଗାର୍ଡ ଘେରି ରହିଥାନ୍ତି। ଏହି ସୁରକ୍ଷାକର୍ମୀମାନେ କଳା ଚଷମା ପିନ୍ଧିଥିବା ଆମେ ସମସ୍ତେ ଦେଖିଥିବା ନିଶ୍ଚୟ। କିନ୍ତୁ ଏମାନେ କାହିଁକି କଳା ଚଷମା ପିନ୍ଧିଥାନ୍ତି, ସେକଥା କେବେ ଭାବିଛନ୍ତି କି ? କ’ଣ ରହିଛି ଏହା ପଛରେ ଗୋପନ କଥା ଆସନ୍ତୁ ଜାଣିବା। ଉଚ୍ଚପଦାଧିକାରୀମାନେ ସବୁବେଳେ କ୍ୟାମେରା ଘେରରେ ରହିଥାନ୍ତି। ଆଉ କ୍ୟାମେରାରେ ଥିବା ଫ୍ଲାସ୍‌ ଲାଇଟ୍ ଆଖିକୁ […]

modi security

modi security

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 06:59 PM IST

ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା କୌଣସି ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କୁ କଡ଼ା ସୁରକ୍ଷା ଦିଆଯାଇଥାଏ। ଏଥିପାଇଁ ତାଙ୍କ ଚାରିପଟେ ସିକ୍ୟୁରିଟି ଗାର୍ଡ ଘେରି ରହିଥାନ୍ତି। ଏହି ସୁରକ୍ଷାକର୍ମୀମାନେ କଳା ଚଷମା ପିନ୍ଧିଥିବା ଆମେ ସମସ୍ତେ ଦେଖିଥିବା ନିଶ୍ଚୟ। କିନ୍ତୁ ଏମାନେ କାହିଁକି କଳା ଚଷମା ପିନ୍ଧିଥାନ୍ତି, ସେକଥା କେବେ ଭାବିଛନ୍ତି କି ? କ'ଣ ରହିଛି ଏହା ପଛରେ ଗୋପନ କଥା ଆସନ୍ତୁ ଜାଣିବା।

ଉଚ୍ଚପଦାଧିକାରୀମାନେ ସବୁବେଳେ କ୍ୟାମେରା ଘେରରେ ରହିଥାନ୍ତି। ଆଉ କ୍ୟାମେରାରେ ଥିବା ଫ୍ଲାସ୍‌ ଲାଇଟ୍ ଆଖିକୁ ଚମକାଇଥାଏ। ଏହି ପରିସ୍ଥିତିର ଫାଇଦା ଉଠାଇ ଦୁର୍ବୃତ୍ତ ଆକ୍ରମଣ କରିପାରେ। ସୁରକ୍ଷାକର୍ମୀମାନେ କଳା ଚଷମା ପିନ୍ଧିଲେ ତାଙ୍କ ଆଖି ଉପରେ ଫ୍ଲାସ୍‌ ଲାଇଟ୍‌ର ପ୍ରଭାବ ପଡ଼େନାହିଁ।ଏହା ବ୍ୟତୀତ କଳା ଚଷମା ପିନ୍ଧିବା ପଛରେ ଆହୁରି ମଧ୍ୟ ଅନେକ କାରଣ ରହିଛି।

ସିକ୍ୟୁରିଟି ଗାର୍ଡ କଳା ଚଷମା ପିନ୍ଧି ଥିଲେ ସେମାନେ କାହା ଉପରେ ନଜର ରଖୁଛନ୍ତି ତାହା ବାହାର ଲୋକଙ୍କୁ ଜଣା ପଡ଼ିନଥାଏ। ଫଳରେ ବଡିଗାର୍ଡ ସହଜରେ ଆଖପାଖ ଘଟଣା ଉପରେ ନଜର ରଖି ପାରନ୍ତି।

ହଠାତ୍‌ ଆକ୍ରମଣ ହେଲେ ସାଧାରଣତଃ ଆଖି ବନ୍ଦ ହୋଇଯାଏ। କିନ୍ତୁ କଳା ସନ୍ ଗ୍ଲାସ୍‌ ପିନ୍ଧିଲେ  ସିକ୍ୟୁରିଟିଙ୍କ ଆଖି ସହଜରେ ବନ୍ଦ ହୁଏନାହିଁ। କାରଣ ଏହି ସନ୍‌ ଗ୍ଲାସ ସେମାନଙ୍କ ଆଖିକୁ ସମସ୍ତ ପ୍ରକାର ଧୂଳି, ଧୂଆଁ, ଖରା ଓ ପବନର ବେଗଠାରୁ ଦୂରେଇ ରଖେ। ଫଳରେ ସେମାନେ ଚାରିଆଡ଼କୁ ତୀକ୍ଷ୍ଣ ନଜର ରଖିପାରନ୍ତି।

ଯେତେବେଳେ ଏମାନେ ପ୍ରଧାନମନ୍ତ୍ରୀ ପଛପଟେ ରୁହନ୍ତି ଏମାନଙ୍କ ଲକ୍ଷ୍ୟ ପୂରା ତୀକ୍ଷ୍ଣ ଥାଏ। ଏମମାଙ୍କ ନଜର ବିଜୁଳି ପରି ଚାରିପଟେ ବୁଲୁଥାଏ। ଏମାନେ କାହାକୁ ଲକ୍ଷ୍ୟ କରୁଛନ୍ତି କେହି ଯେମିତି ନଜାଣିପାରନ୍ତି ସେଥିପାଇଁ ଏମାନେ  କଳା ଚଷମା ପିନ୍ଦିଥାନ୍ତି। ସବୁଠାରୁ ଖାସ କଥା ହେଲା ଯଦି ଅକସ୍ମାତ୍  କିଛି ବିସ୍ଫୋରଣ କିମ୍ବା ବୋମା ଫୁଟେ ବା ଗୁଳିଗୁଳା ବର୍ଷଣ ହେଲା ସ୍ୱାଭାବିକ ଭାବେ ସେଠାରେ ଉପସ୍ଥିତ ଥିବା ଲୋକଙ୍କର କିଛି କ୍ଷଣ ପାଇଁ ଆଖି ବନ୍ଦ ହୋଇପାରେ। କିନ୍ତୁ ସୁରକ୍ଷାକର୍ମୀଙ୍କ ଆଖିପତା କେବେବି ପଡ଼େନି। ସେ ଯେତେବଡ଼ ଅପ୍ରୀତକର ଘଟଣା ଘଟିଲେ ମଧ୍ୟ ଆଖି ଖୋଲା ଥାଏ। ଆଉ ଶତ୍ରୁପକ୍ଷକୁ ଟାର୍ଗେଟ କରିବା ସହଜ ହୋଇଥାଏ। ଏଥିପାଇଁ କଳାଚଷମା ହିଁ ସବୁଠାରୁ ବଡ଼ ବିକଳ୍ପ। ଅନେକ ପରୀକ୍ଷା ନିରୀକ୍ଷା ପରେ ଏହା ପ୍ରମାଣ ହୋଇଛି। ଏହି ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ। ସାମ୍ନାପଟ ଥିବା ବ୍ୟକ୍ତିଙ୍କ ଆଖି ଏବଂ ଶାରରିରୀକ ଭାଷା ପଢିପାରିବାର କ୍ଷମତା ଏମାନଙ୍କ ପାଖରେ ରହିଛି। ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ପଦେକ୍ଷପ କଣ ରହିବ ଏମାନେ ବାରିପାରନ୍ତି। ଏପରିକି ମନର ପରିଭାଷାକୁ ଏମାନେ ଭଲଭାବେ ପଢିପାରନ୍ତି। ଆଉ କଳାଚଷମା ଦ୍ୱାରା ହିଁ ଏହା ନିରୀକ୍ଷଣ କରିବା ସହଜ ହୋଇଥାଏ।

କୌଣସି ପରିସ୍ଥିତିରେ ଶତ୍ରୁପକ୍ଷର ଆକ୍ରମଣରୁ ଆଖିକୁ ସୁରକ୍ଷିତ ରଖିବା ଜରୁରୀ। ସେ କୌଣସି ବିଷାକ୍ତ ଗ୍ୟାସ ନିର୍ଗମ ହେଉକି ଗୁଳିଗୁଳାର ବିସ୍ଫୋରଣ ହେଉ ପ୍ରଥମେ ଆଖିକୁ ସୁରକ୍ଷିତ ରଖିବା ଉଚିତ୍। ଫଳରେ ପ୍ରତିଆକ୍ରମଣ କରିବା ସହଜ ହୋଇଥାଏ।  କାରଣ ଆଖି କୌଣସି ହତିଆର ଠାରୁ କମ୍ ନୁହେଁ।  ଏହାକୁ ସମ୍ଭାଳି ରଖିବା ପାଇଁ କଳାଚଷମାର ଆବଶ୍ୟକ ରହିଛି। କୌଣସି ଅନ୍ଧାର ଘରକୁ ହଠାତ୍ ସୂର୍ଯ୍ୟକିରଣ ପ୍ରବେଶ କିମ୍ବା ବଡ଼ ଲାଇଟ ପଡ଼ିଲେ ଆମକୁ କିଛି କ୍ଷଣ ପାଇଁ ଅନ୍ଧାର ଦିଶେ। ସେଥିପାଇଁ ଏମିତି କିଛି ପରିସ୍ଥିତିଚ ମୁକୁଳିବା ପାଇଁ ଏହି ସୁରକ୍ଷାକର୍ମୀମାନେ କଳାଚଷମା ବ୍ୟବହାର କରିଥାନ୍ତି। ଆଖିର ଚାହାଣିରୁ ହିଁ ଭାବନାର ପରିପ୍ରକାଶ ହୋଇଥାଏ। ଆଉ ସମସ୍ତଙ୍କ ପରି ସୁରକ୍ଷାକର୍ମୀଙ୍କ ମଧ୍ୟ ଭାବନା ରହିଛି। ହେଲେ ଏମାନେ ସବୁ ବେଳେ ଗମ୍ଭୀର ଥାନ୍ତି। ପରିସ୍ଥିତି ଯାହା ଥାଉ ମଧ୍ୟ ସମସ୍ତଙ୍କ ନଜରରୁ ନିଜ ଭାବନାକୁ ଲୁଚାଇବା ପାଇଁ ଏମାନେ କଳାଚଷମା ବ୍ୟବହାର କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos