ସେପ୍ଟେମ୍ବର ୨୩ରେ ମରୁଡିଗ୍ରସ୍ତ ଅଞ୍ଚଳର ଆରଆଇ ଅଫିସ ଘେରାଉ କରିବ ବିଜେପି

ଭୁବନେଶ୍ୱର: ସେପ୍ଟେମ୍ବର ୨୩ରେ ରାଜ୍ୟର ମରୁଡିଗ୍ରସ୍ତ ଅଞ୍ଚଳର ସମସ୍ତ ଆରଆଇ ସର୍କଲକୁ ଘେରାଉ କରିବ ବିଜେପି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାସହ ସରକାରଙ୍କ ପାଖରେ ମରୁଡି ସମ୍ପର୍କିତ ତଥ୍ୟ ନାହିଁ ବୋଲି ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ଚାଷୀଙ୍କ କେତେ ଜମି ମରୁଡିଗ୍ରସ୍ତ ହୋଇଛି ତା’ର ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବିଜେପି କହିଛି । ସେହିପରି ଦାଦନ ଶ୍ରମିକ […]

bjp

bjp

Rakesh Mallick
  • Published: Monday, 21 September 2015
  • Updated: 21 September 2015, 01:27 PM IST

Sports

Latest News

bjpଭୁବନେଶ୍ୱର: ସେପ୍ଟେମ୍ବର ୨୩ରେ ରାଜ୍ୟର ମରୁଡିଗ୍ରସ୍ତ ଅଞ୍ଚଳର ସମସ୍ତ ଆରଆଇ ସର୍କଲକୁ ଘେରାଉ କରିବ ବିଜେପି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାସହ ସରକାରଙ୍କ ପାଖରେ ମରୁଡି ସମ୍ପର୍କିତ ତଥ୍ୟ ନାହିଁ ବୋଲି ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ଚାଷୀଙ୍କ କେତେ ଜମି ମରୁଡିଗ୍ରସ୍ତ ହୋଇଛି ତା’ର ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବିଜେପି କହିଛି । ସେହିପରି ଦାଦନ ଶ୍ରମିକ ମୁଦ୍ଦା ବି ଉଠେଇଛି ବିଜେପି ଦଳ ।

ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜେପି ପ୍ରଥମ ରାଜନୈତିକ ଦଳ ଯିଏ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ସବୁ ମରୁଡି ଅଞ୍ଚଳ ଗସ୍ତ କରିଥିଲା। ମରୁଡି ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ଆସନ୍ତା ୨୩ ତାରିଖ ବୁଧବାର ସମସ୍ତ ମରୁଡି ଅଞ୍ଚଳର ଆରଆଇ ଅଫିସକୁ ଦଳ ପକ୍ଷରୁ ଘେରାଉ କରାଯିବ ବୋଲି ସେ କହିଛନ୍ତି । ଏହାର ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, କେବଳ ରାଜନୈତିକ ଉଦ୍ଦେଶ୍ୟରେ ବିଜେପି ଆରଆଇ ଅଫିସ ଘେରାଉ କରିବାକୁ ବାହାରିଛି । ବିଜେପି ପାଖରେ କୌଣସି ଇସ୍ୟୁ ନ ଥିବାରୁ ମରୁଡି ସ୍ଥିତିକୁ ନେଇ ରାଜନୀତି କରିବାକୁ ପ୍ରୟାସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos