ବୃଦ୍ଧାଶ୍ରମରେ ରହୁଛନ୍ତି ଭାରତର ପୂର୍ବତନ ନିର୍ବାଚନ କମିଶନର

ଚେନ୍ନାଇ: ଟି.ଏନ୍‌ ଶେଷାନଙ୍କୁ କିଏ ଅବା ନ ଜାଣେ। ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ସେ ଆଣିଥିଲେ ଅନେକ ସଂସ୍କାର। ନିର୍ବାଚନକୁ  ସେ ଏକ ନୂଆ ପରିଚୟ ଦେଇଥିଲେ ଅବା ଦେଶର  ଘରେ ଘରେ ଲୋକଙ୍କ ପାଖରେ ପରିଚିତ କରାଇଥିଲେ ବୋଲି କହିଲେ ଭୁଲ ହେବ ନାହିଁ। ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ସେ ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିଶନର ଭାବେ  କାର୍ଯ୍ୟ କରିଥିଲେ। ଉତ୍ତମ ପ୍ରଶାସନିକ ସେବା ପାଇଁ ରମଣ ମେଗାସେସ ପୁରସ୍କାର ଜିତିଥିବା ଶେଷାନ ଏବେ ଚେନ୍ନାଇର […]

seshan

seshan

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 02:56 PM IST

Sports

Latest News

ଚେନ୍ନାଇ: ଟି.ଏନ୍‌ ଶେଷାନଙ୍କୁ କିଏ ଅବା ନ ଜାଣେ। ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ସେ ଆଣିଥିଲେ ଅନେକ ସଂସ୍କାର। ନିର୍ବାଚନକୁ  ସେ ଏକ ନୂଆ ପରିଚୟ ଦେଇଥିଲେ ଅବା ଦେଶର  ଘରେ ଘରେ ଲୋକଙ୍କ ପାଖରେ ପରିଚିତ କରାଇଥିଲେ ବୋଲି କହିଲେ ଭୁଲ ହେବ ନାହିଁ। ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ସେ ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିଶନର ଭାବେ  କାର୍ଯ୍ୟ କରିଥିଲେ। ଉତ୍ତମ ପ୍ରଶାସନିକ ସେବା ପାଇଁ ରମଣ ମେଗାସେସ ପୁରସ୍କାର ଜିତିଥିବା ଶେଷାନ ଏବେ ଚେନ୍ନାଇର ଏକ ଜରାଶ୍ରମରେ  ବିତାଉଛନ୍ତି ଜୀବନର ଶେଷ ଦିନ।  ସାଥୀରେ ଅଛନ୍ତି ଧର୍ମପତ୍ନୀ ଜୟଲକ୍ଷ୍ମୀ। ଶେଷାନଙ୍କୁ ୮୫ ବର୍ଷ ହେଲାଣି। ସେ ଭୁଲା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବୟସାଧିକ ଯୋଗୁଁ ଦେହ ବି ଆଉ ଭଲ ରହୁନି। ତାଙ୍କ ପତ୍ନୀ ବି ଆଉ ତାଙ୍କ ସେବା କରିବା ସ୍ଥିତିରେ ନାହାନ୍ତି। ସେ ବି ଅନେକ ରୋଗରେ ଆକ୍ରାନ୍ତ। ତେଣୁ ସେମାନେ  ଚେନ୍ନାଇର ‘ଗୁରୁକୁଲମ ଓଲଡ୍‌ ଏଜ୍‌ ହୋମ୍‌’ରେ ରହୁଛନ୍ତି। ଶେଷାନ ଦମ୍ପତିଙ୍କର ପିଲାପିଲି ନାହାନ୍ତି। ସେମାନଙ୍କ ଦେଖାଶୁଣା କରିବାକୁ ସେମିତି ନିକଟ ସମ୍ପର୍କୀୟ ବି ନାହାନ୍ତି। ତେଣୁ ସେମାନେ ଏହି ଜରାଶ୍ରମରେ ରହୁଛନ୍ତି।

seshan1ଶେଷାନ ପୁଟ୍ଟପତିର ସତ୍ୟ ସାଇବାବାଙ୍କ ଭକ୍ତ ଥିଲେ। ୨୦୧୧ରେ ସତ୍ୟସାଇ ବାବାଙ୍କ ପରଲୋକ ପରେ ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍‌ ବିଗିଡି ଯାଇଥିଲା। ତାଙ୍କର ସେବା କରିବା ତାଙ୍କ ପତ୍ନୀଙ୍କ ପକ୍ଷେ ବି ସମ୍ଭବ ହୋଇନଥିଲା। କେରଳର ପଲକ୍କାଡ ଘର ଛାଡି ସେ ସ୍ୱାମୀଙ୍କୁ ନେଇ ଏହି ଜରାଶ୍ରମକୁ ଚାଲି ଆସିଥିଲେ। ଏଠାରେ ପ୍ରାୟ ୩ ବର୍ଷ ରହିବା ପରେ ସେମାନେ ପୁଣି ଘରକୁ ଫେରିଥିଲେ। ତେବେ ଘରେ ଶେଷାନଙ୍କ ଅବସ୍ଥା ପୁଣି ବିଗିଡ଼ି ଯିବାରୁ ନିକଟରେ ସେମାନେ ଏହି ବୃଦ୍ଧାଶ୍ରମରେ ଫେରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି।

 

ନିଜ କର୍ତ୍ତବ୍ୟକୁ  ସବୁବେଳେ ଠିକ୍‌ ଢଙ୍ଗରେ କରି ପ୍ରଶଂସିତ ହୋଇଥିବା ଶେଷାନ ଜରାଶ୍ରମରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ପେନ୍‌ସନ୍‌ର କିଛି ଅଂଶକୁ ଅନ୍ତେବାସୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି।

୧୯୫୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡ୍‌ରର ଏହି ଆଇଏଏସ୍‌ ୧୯୯୦ ଡିସେମ୍ୱର ୧୨ ତାରିଖରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ବୁଥ୍‌ କ୍ୟାପଚରିଂ ପାଇଁ ବିହାର ଖୁବ୍‌ ବଦନାମ ଥିଲା। ବ୍ୟାପକ ହିଂସା ହେଉଥିଲା। ଟି.ଏନ୍‌ ଶେଷାନ ଏ ନେଇ କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ସେ ବଭିନ୍ନ ପର୍ଯ୍ୟାୟରେ ନିର୍ବାଚନ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ସେ ସେତେବେଳେ ବିହାରରେ ୫ଟି ପର୍ଯ୍ୟାୟରେ ନିର୍ବାଚନ କରାଇଥିଲେ। ବୁଥ୍‌ କ୍ୟାପଚରିଂଙ୍କୁ ରୋକିବା ପାଇଁ ସେ କେନ୍ଦ୍ରୀୟ ସୁରକ୍ଷା ବଳକୁ ସୁରକ୍ଷା କାମରେ  ନିୟୋଜିତ କରାଇଥିଲେ। ସତକଥା କହି ସେ ଅନେକ ସମୟରେ ନେତାଙ୍କ ଦ୍ୱାରା ସମାଲୋଚିତ ମଧ୍ୟ ହୋଇଛନ୍ତି। ୧୯୯୭ ମସିହାରେ ଶେଷାନ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ। ତେବେ ଏଥିରେ  ସେ ହାରିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos