ସେକ୍ସକୁ ନେଇ ଅଜବ ନିୟମ: କେଉଁଠି ଦିନରେ ସମ୍ଭୋଗ ମନା ତ’ ଆଉ କେଉଁଠି ହସ୍ତମୈଥୁନ କଲେ ମୃତ୍ୟୁ ଦଣ୍ଡ

ସେକ୍ସକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି।  ଏଥିପାଇଁ ଭିନ୍ନ ଭିନ୍ନ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି। କେତେକ ଦେଶରେ ସେକ୍ସକୁ  ନେଇ ଭୟଙ୍କର ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିବା ବେଳେ ଆଉ କେତେକ ଦେଶରେ ଥିବା ନିୟମ ଆଶ୍ଚର୍ଯ୍ୟ ଜନକ ରହିଛି। ଏମିତିରେ କେଉଁ ଦେଶରେ ପ୍ରକୃତ ନିୟମ କାନୁନ ରହିଛି ତାହା ବୁଝିବା କଷ୍ଟକର। ବିଭିନ୍ନ ଦେଶରେ ଥିବା ସେକ୍ସ ସମ୍ବନ୍ଧୀୟ କେତେକ ଆଇନ୍‌ ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ […]

sex copy

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 10:31 PM IST

ସେକ୍ସକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି।  ଏଥିପାଇଁ ଭିନ୍ନ ଭିନ୍ନ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି। କେତେକ ଦେଶରେ ସେକ୍ସକୁ  ନେଇ ଭୟଙ୍କର ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିବା ବେଳେ ଆଉ କେତେକ ଦେଶରେ ଥିବା ନିୟମ ଆଶ୍ଚର୍ଯ୍ୟ ଜନକ ରହିଛି। ଏମିତିରେ କେଉଁ ଦେଶରେ ପ୍ରକୃତ ନିୟମ କାନୁନ ରହିଛି ତାହା ବୁଝିବା କଷ୍ଟକର। ବିଭିନ୍ନ ଦେଶରେ ଥିବା ସେକ୍ସ ସମ୍ବନ୍ଧୀୟ କେତେକ ଆଇନ୍‌ ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ ହସ ଲାଗିପାରେ। ଆସନ୍ତୁ ଜାଣିବା ସେକ୍ସକୁ ନେଇ ବିଭିନ୍ନ ଦେଶରେ ଥିବା ସେହିପରି କିଛି ନିୟମ ଆଉ କଟକଣା ବିଷୟରେ।

ସ୍ପେନ୍‌: ଏଠାରେ ସମୁଦ୍ର କୂଳରେ ସେକ୍ସ କରି ଧରା ପଡ଼ିଲେ ଜେଲ୍‌ ଯିବାକୁ ପଡ଼ିଥାଏ। ତା’ ସହିତ ୭୫,୦୦୦ ୟୁରୋ  ଫାଇନ୍‌ ଦେବାକୁ ପଡ଼ିଥାଏ।

ଆମେରିକା: ସେକ୍ସ କଲାବେଳେ କାହାକୁ ଆପତ୍ତିଜନ ଭାଷାରେ ଗାଳି କରିବା ଆମେରିକାରେ ବେଆଇନ୍‌।

ଇଣ୍ଡୋନେସିଆ: ଏଠାରେ ଯଦି ଜଣେ ବ୍ୟକ୍ତି ହସ୍ତମୈଥୁନ କରିବା ବେଳେ ଧରା ପଡ଼ିଲେ ତାହେଲେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ।

ଆଲେକ୍ସାଣ୍ଡାରିଆ ଓ ମିନେସୋଟା: ସ୍ୱାମୀଙ୍କ ନିଶ୍ୱାସ ପ୍ରଶ୍ୱାସ ଯଦି ପିଆଜ, ରସୁଣ କିମ୍ବା ସାର୍ଡିନ ମାଛ ପରି ଗନ୍ଧ ହୁଏ ତା’ହେଲେ ସିଏ ତାଙ୍କ ସ୍ତ୍ରୀ ସହିତ କେବେହେଲେ ରହିପାରିବେ ନାହିଁ  କିମ୍ବା ତାଙ୍କୁ ଭଲ ପାଇପାରିବେ ନାହିଁ। ଏହି ନିୟମ ଆଲେକ୍ସାଣ୍ଡାରିଆ ଓ ମିନେସୋଟା ଦେଶରେ ରହିଛି।

ଅକ୍ସଫୋର୍ଡ ଏବଂ  ଓହିଓ:  ଏହି ଦେଶରେ  ଛିଡ଼ା ହୋଇଥିବା ପୁରୁଷ ସାମ୍ନାରେ ଜଣେ ମହିଳା ତାଙ୍କ ପିନ୍ଧା ଲୁଗା ନେଇ ଯିବା ବେଆଇନ୍‌ ।

ଲୋଆ: ଏଠାରେ ଜଣେ ନିଶ ଥିବା ପୁରୁଷ ସର୍ବସାଧାରଣ ସାମ୍ନାରେ ଜଣେ ମହିଳାଙ୍କୁ କିସ୍‌ କରି ପାରିବେ ନାହିଁ। କାରଣ ଲୋଆରେ ଏପରି କରିବା ଆଇନ୍ ବିରୋଧୀ।

ଲେବାନନ୍: ଏଠାରେ ଜଣେ ପୁରୁଷ ପଶୁ ସହିତ ସେକ୍ସ କରିପାରିବେ। କିନ୍ତୁ ସେହି ପଶୁଟି ମାଇ ହୋଇଥିବା ଦରକାର।

ଇଂଲଣ୍ଡ: ବାଇକ୍‌ କିମ୍ବା ପାର୍କରେ ସେକ୍ସ କରିବା ଲଣ୍ଡନରେ ବେଆଇନ୍‌ କାର୍ଯ୍ୟ ହୋଇଥାଏ।

ହଂକଂ: ଯଦି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଚିଟିଂ କଲେ ତାହେଲେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପିଟିପିଟି ମାରିବାର ନିୟମ ହଂକଂରେ ରହିଛି। କିନ୍ତୁ ସ୍ତ୍ରୀ କେବଳ ଖାଲି ହାତରେ ତାଙ୍କୁ ମାରିପାରିବେ।

ହଙ୍ଗେରୀ: ହଙ୍ଗେରୀରେ ଦିନ କିମ୍ବା ଆଲୋକରେ ସେକ୍ସ କରିବା ବେଆଇନ୍‌ ।

Related story