‘ଆନାକୋଣ୍ଡା’ ହେଉ କି ‘ଗଡ଼ଜିଲ୍ଲା’ ଅଥବା ‘ଜୁରାସିକ୍ ପାର୍କ’। ଏଥିରେ ଦେଖିଥିବା ଜୀବ କେତେ ଭୟଙ୍କର ନିଜେ ହୃଦୟଙ୍ଗମ କରିଥିବେ। ଯଦି ଏପରି କୌଣସି ଜୀବ ଆପଣଙ୍କ ଆଗକୁ ଆସିଯିବ ତେବେ କ’ଣ କରିବେ ଚିନ୍ତା କରିଛନ୍ତି। ଭୟରେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବା ପରି ଲାଗିବ, ଆଉ ପୂରା ଶରୀର ଥରିବାକୁ ଲାଗିବ। ଏହି ଖବରରେ ଆମେ ଯେଉଁ ଫଟୋଟି ଦେଇଛୁ। ଏହାକୁ ଦେଖି କେମିତି ଲାଗୁଛି ତାହା ଆପଣ ଜାଣିଥିବେ। ହେଲେ ଗୋଟିଏ କଥା କହି ରଖୁଛୁ, ଏହାକୁ କୌଣସି ସାପର ଫଟୋ ବୋଲି ଭାବିବାର ଭୁଲ କରନ୍ତୁ ନାହିଁ। ଏହାର ପ୍ରକୃତ ପରିଚୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।
ରିସର୍ଚ୍ଚ ଟିମ୍ ଅନୁସାରେ ଏହା ସାପ ନୁହେଁ, ୱାଇପର ସାର୍କ। ଏହି ପ୍ରଜାତିର ସାର୍କ ବହୁତ କମ ଦେଖିବାକୁ ମିଳିଥାନ୍ତି। ୧୯୮୬ରେ ଏହାକୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।
୧୯୮୬ରେ ପ୍ରଥମ ଥର ଏପରି ସାର୍କ ଜାପନର ଶିକୋକୁ ଦ୍ୱୀପରୁ ଧରାଯାଇଥିଲା। ସେବେଠାରୁ ଏହାର ସାଇଣ୍ଟିଫିକ୍ ନାଁ Trigonognathus kabeyai ରଖାଯାଇଛି। ଭୟଙ୍କର ଦେଖାଯାଉଥିବାରୁ କେହି କେହି ଏହାକୁ ଏଲିୟନ ଫିସ୍ ବୋଲି ମଧ୍ୟ କହିଥାନ୍ତି। ଏହି ସାର୍କ ବହୁତ କମ ଦେଖିବାକୁ ମିଳୁଥିବାରୁ ଏହା ବିଷୟରେ ବେଶି କିଛି ତଥ୍ୟ ଜଣାପଡିନାହିଁ।
ତାଇୱାନରେ ଏପରି ୪ଟି ସାର୍କ ଧରାଯାଇଛି। ଯେଉଁଥିରୁ ଗୋଟେ ଜୀବିତ ଅଛି। ଏହି ଜୀବିତ ସାର୍କକୁ ଅନୁଧ୍ୟାନ କରି ସେମାନଙ୍କ ସମ୍ପର୍କରେ ବହୁତ କିଛି ତଥ୍ୟ ଜାଣିହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।