୧୨ ଘଣ୍ଟିଆ ମୋହନା ବନ୍ଦ, ଯାତାୟତ ବାଧାପ୍ରାପ୍ତ

Ordigital Desk
  • Published: Wednesday, 12 July 2017
  • , Updated: 12 July 2017, 08:48 AM IST
<p>ମୋହନା: ଗଜପତି ଜିଲ୍ଲା ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ମୋହନା ବନ୍ଦ ଡାକରା ଦିଆଯାଇଛି। ମୋହନା ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। &nbsp;ପରିଷଦର ସଦସ୍ୟମାନେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି।</p>

Related story