ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ପାଇଁ କମିଶନ ଗଠନ କଲେ ସରକାର

ଭୁବନେଶ୍ୱର: ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ପାଇଁ ଜଣିକିଆ ବିଚାର ବିଭାଗୀୟ କମିଶନ ଗଠନ କରିଛନ୍ତି ସରକାର। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବି.ପି. ଦାସଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ଆଇନମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, “କମିଶନ ମୁଖ୍ୟତଃ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ, ସେବାୟତଙ୍କକୁ ଶିକ୍ଷା ଓ ତାଲିମ, କୀର୍ତ୍ତିରାଜିର ସଂରକ୍ଷଣ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର […]

niladribije

niladribije

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 10:13 PM IST

Sports

Latest News

niladribijeଭୁବନେଶ୍ୱର: ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ପାଇଁ ଜଣିକିଆ ବିଚାର ବିଭାଗୀୟ କମିଶନ ଗଠନ କରିଛନ୍ତି ସରକାର। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବି.ପି. ଦାସଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ଆଇନମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସେ କହିଛନ୍ତି, “କମିଶନ ମୁଖ୍ୟତଃ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ, ସେବାୟତଙ୍କକୁ ଶିକ୍ଷା ଓ ତାଲିମ, କୀର୍ତ୍ତିରାଜିର ସଂରକ୍ଷଣ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନେଇ ପରାମର୍ଶ ଦେବ।”

ସେ କହିଛନ୍ତି, “ଶ୍ରୀମନ୍ଦିର ପାଇଁ ଓଡ଼ିଶାବାସୀ ଗର୍ବିତ। ଏହାର ସୁରକ୍ଷା ସରକାରଙ୍କ କର୍ତ୍ତବ୍ୟ। ଉନ୍ନତ ପ୍ରଶାସନ ଓ ସୁରକ୍ଷା ପାଇଁ ଆମ ସରକାର ସର୍ବଦା ଚେଷ୍ଟା କରି ଆସିଛନ୍ତି।”

ଅନ୍ୟପକ୍ଷରେ ବିଶୃଙ୍ଖଳାରେ ସମ୍ପୃକ୍ତ ୬ ସେବାୟତଙ୍କ ନାଁରେ ମାମଲା ରୁଜୁ ହେବା ପରଠାରୁ ସେମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ୪ଟି ଟିମ୍‌ ଗଠନ କରିଛି। ୨ଟି ଟିମ୍‌ ପୁରୀରେ ଓ ଅନ୍ୟ ୨ଟି ଟିମ୍‌ ଭୁବନେଶ୍ୱରରେ ଯାଞ୍ଚ ଚଳାଇଛନ୍ତି। ଅଭିଯୁକ୍ତମାନେ ଧରା ନ ପଡିଲେ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ନୀଳାଦ୍ରିବିଜେ ବିଶୃଙ୍ଖଳାରେ କେବଳ ଏହି ୬ ଜଣ ନୁହନ୍ତି, ଆହୁରି ୩୦ରୁ ୪୦ ସେବାୟତ ସମ୍ପୃକ୍ତ ଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ପୁରୀର ପ୍ରାୟ ୩୦ଟି ସ୍ଥାନରେ ଚଢାଉ କରାଯାଇ ସରିଛି। ନିୟମିତ ଭାବେ ସେମାନଙ୍କ ଘରେ ଚଢାଉ କରାଯାଉଛି, ଶୀଘ୍ର ସେମାନଙ୍କୁ ଧରାଯିବ।”

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତଙ୍କ ଦୁର୍ବ୍ୟବହାର ଘଟଣାକୁ ଆଇଏଏସ୍‌ ଅଫିସର ସଂଘ ତୀବ୍ର ନନ୍ଦା କରିଛି। ଆଜି ଭୁବନେଶ୍ୱର ପାନ୍ଥନିବାସରେ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ପୁରୀ ଜିଲ୍ଲାପାଳ ମଧ୍ୟ ଯୋଗ ଦେଇଥିଲେ।

ଘଟଣା ପରେ ପୁରୀ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ଠିକ୍‌ ଥିଲା ଓ ତଦନ୍ତ ଠିକ୍‌ ବାଟରେ ଯାଉଥିବା ସଂଘ ପକ୍ଷରୁ କୁହାଯାଇଛି। ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅଗ୍ରୱାଲ କହିଛନ୍ତି, “ସଂଘ ମୋ ପାଇଁ ଛିଡା ହୋଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତଦନ୍ତ ଠିକ୍‌ ବାଟରେ ଚାଲିଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ନୀଳାଦ୍ରିବିଜେ ବିଶୃଙ୍ଖଳାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି, “ପଣ୍ଡାମାନେ ବିଶୃଙ୍ଖଳିତ ହୋଇଯାଇଛନ୍ତି। ତିରୁପତି ମନ୍ଦିର ଭଳି ଟ୍ରଷ୍ଟ ଗଠନ କରାଯାଇ ଶ୍ରୀମନ୍ଦିର ପରିଚାଳନା କରାଯିବା କଥା।”

ସେ ଆହୁରି କହିଛନ୍ତି, “ଶ୍ରୀମନ୍ଦିରରେ ଏପରି ବିଶୃଙ୍ଖଳା ବହୁଦିନ ହେଲା ଚାଲିଛି। ଏ କଥା ସମସ୍ତେ ଜାଣିଛନ୍ତି। ହେଲେ ଭୟରେ କେହି ପ୍ରତିବାଦ କରୁ ନ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story