ସାଇନ ଏ ଡାଏ ପରେ ଖୋଲିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ

କଟକ: ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଗଣ୍ଡଗୋଳକୁ ନେଇ ସାଇନ ଏ ଡାଏ ଘୋଷଣା ପରେ ବନ୍ଦ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଜି ଖୋଲିଛି ।ସକାଳ ୯ଟା ପରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ପରିସରକୁ ପ୍ରବେଶ କରିଛନ୍ତି । ପ୍ରବେଶ ସମୟରେ ମୁଖ୍ୟ ଫାଟକ ନିକଟରେ ଛାତ୍ରଛାତୀ ନିଜ ପରିଚୟପତ୍ର ଦେଖାଇଥିଲେ। ସେହିପରି ହଷ୍ଟେଲରେ ରହୁଥିବା ପିଲାମାନେ ସୁପରିଟେଣ୍ଡେଣ୍ଟଙ୍କୁ ପରିଚୟପତ୍ର ଦେଖାଇ ଭିତରକୁ ଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ପୂର୍ବଭଳି କ୍ୟାମ୍ପସରେ ଫୋର୍ସ ମୁତୟନ ରହିବେ। ଅଣଛାତ୍ରଙ୍କ […]

revensa

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 03:43 AM IST

କଟକ: ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଗଣ୍ଡଗୋଳକୁ ନେଇ ସାଇନ ଏ ଡାଏ ଘୋଷଣା ପରେ ବନ୍ଦ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଜି ଖୋଲିଛି ।ସକାଳ ୯ଟା ପରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ପରିସରକୁ ପ୍ରବେଶ କରିଛନ୍ତି । ପ୍ରବେଶ ସମୟରେ ମୁଖ୍ୟ ଫାଟକ ନିକଟରେ ଛାତ୍ରଛାତୀ ନିଜ ପରିଚୟପତ୍ର ଦେଖାଇଥିଲେ। ସେହିପରି ହଷ୍ଟେଲରେ ରହୁଥିବା ପିଲାମାନେ ସୁପରିଟେଣ୍ଡେଣ୍ଟଙ୍କୁ ପରିଚୟପତ୍ର ଦେଖାଇ ଭିତରକୁ ଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ପୂର୍ବଭଳି କ୍ୟାମ୍ପସରେ ଫୋର୍ସ ମୁତୟନ ରହିବେ। ଅଣଛାତ୍ରଙ୍କ ପ୍ରବେଶ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି।

ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଗଣ୍ଡଗୋଳ ପରେ ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟୀ ଛାତ୍ର ଗୋଷ୍ଠୀଙ୍କ ଶୋଭାଯାତ୍ରା ସମୟରେ ଅପରଗୋଷ୍ଠୀ ଛାତ୍ରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଫଳରେ କିଛି ସମୟ ପାଇଁ କଲେଜ ଛକ ଓ ରେଭେନ୍ସା କ୍ୟାମ୍ପସ୍ ରଣକ୍ଷେତ୍ର ପାଲଟି ଯାଇଥିଲା। ଗଣ୍ଡଗୋଳରେ ଉଭୟ ପକ୍ଷର କିଛି ଛାତ୍ର ଆହତ ମଧ୍ୟ ହୋଇଥିଲେ। ଗଣ୍ଡଗୋଳ ଯୋଗୁଁ ଶପଥଗ୍ରହଣ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ସାଇନ ଏ ଡାଏ ଉଠିବା ପରେ ବିଜୟୀ ଛାତ୍ରଛାତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ଶପଥଗ୍ରହଣ କେବେ ହେବ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ରେଜିଷ୍ଟ୍ରାର୍ କିଶୋର କୁମାର ଦାସ୍ ସୂଚନା ଦେଇଛନ୍ତି।

Related story