ଏଠି ନା ହୁଏ ଚୋରି, ନା ହୁଏ ଦୁର୍ନୀତି

ଦିନକୁ ଦିନ ଅପରାଧ ବଢିବାରେ ଲାଗୁଛି। ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ନିଜକୁ ସୁରକ୍ଷିତ ବୋଲି ଜଣେ କହିପାରିବ। ପ୍ରାୟ ସବୁ ଦେଶରେ ଅପରାଧ ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି। ଆମ ଦେଶ କଥା ନ କହିବା ଭଲ। ଏଠାରେ ତ ବିନା କିଛି ମତଲବରେ ଚାହା କପେ ବି ମିଳିବ ନାହିଁ। ହେଲେ ଆଜି ଆମେ ଏମିତି ଏକ ଦେଶ ରହିଛି ଯେଉଁଠି ଅପରାଧ ଓ ଭ୍ରଷ୍ଟାଚାର ଦେଖିବାକୁ ମିଳେନାହିଁ। ସେପରି ଏକ ଦେଶ […]

singapur

Rakesh Mallick
  • Published: Tuesday, 16 January 2018
  • , Updated: 16 January 2018, 03:19 PM IST

ଦିନକୁ ଦିନ ଅପରାଧ ବଢିବାରେ ଲାଗୁଛି। ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ନିଜକୁ ସୁରକ୍ଷିତ ବୋଲି ଜଣେ କହିପାରିବ। ପ୍ରାୟ ସବୁ ଦେଶରେ ଅପରାଧ ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି। ଆମ ଦେଶ କଥା ନ କହିବା ଭଲ। ଏଠାରେ ତ ବିନା କିଛି ମତଲବରେ ଚାହା କପେ ବି ମିଳିବ ନାହିଁ। ହେଲେ ଆଜି ଆମେ ଏମିତି ଏକ ଦେଶ ରହିଛି ଯେଉଁଠି ଅପରାଧ ଓ ଭ୍ରଷ୍ଟାଚାର ଦେଖିବାକୁ ମିଳେନାହିଁ। ସେପରି ଏକ ଦେଶ ହେଲା ସିଙ୍ଗାପୁର। ଏଠାରେ ଭ୍ରଷ୍ଟାଚାର ଓ ଅପରାଧର କୌଣସି ସ୍ଥାନ ନାହିଁ। ଏହି କାରଣରୁ ଲୋକେ ଏହି ଦେଶକୁ ଆସିବାକୁ ଭଲ ପାଇଥାନ୍ତି।

ସିଙ୍ଗାପୁରରେ ଅପରାଧ ବହୁତ କମ୍‌। ଏଠାରେ ଆଇନ୍‌ ବ୍ୟବସ୍ଥ ଅଧିକ ଶକ୍ତ। କୌଣସି ବେଇମାନ ନେତା ଓ ଅଫିସର ଏହି ଦେଶରେ ଠକି ପାରିବେ ନାହିଁ। ଆଜିକା ଦୁନିଆରେ ଅର୍ଥ ବ୍ୟବସ୍ଥା, ଶିକ୍ଷା ଓ ଅନୁସନ୍ଧାନର କେନ୍ଦ୍ରସ୍ଥଳୀ ପାଲଟିଛି ଏହି ସହର।

ଭ୍ରଷ୍ଟାଚାର ମୁକ୍ତ ଦେଶ ଭାବେ ଏସିଆର ଦ୍ୱିତୀୟ ସ୍ଥାନରେ ରହିଛି ଏହି ଦେଶ। ଯଦି ଆପଣ କୌଣସି ଦେଶକୁ ବୁଲିବାକୁ ଯିବାକୁ ଚାହୁଁଛନ୍ତି ଅବା ସେଟଲ୍ ହେବାକୁ ଚାହୁଁଥିଲେ ତେବେ ସିଙ୍ଗାପୁର ସଠିକ୍‌ ହେବ। ଯେଉଁଠି ଆପଣ ମନ ଇଚ୍ଛାରେ ବୁଲି ପାରିବେ ଓ ନିଜ ଭବଷ୍ୟତକୁ ମଧ୍ୟ ସୁରକ୍ଷିତ ରଖିପାରିବେ।

Related story