ଗୁଳିକାଣ୍ଡ ଘଟଣା: କନ୍ଧମାଳରେ ଏସ୍‌ଆଇଟି ଟିମ୍‌ର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଏସ୍‌ଆଇଟି ଟିମ୍‌ କନ୍ଧମାଳ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଏସ୍‌ଆଇଟିର ୬ ଜଣିଆ ଟିମ୍‌ ଆଜି ଫୁଲବାଣୀରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ଜୀବନ ଗଲା? କାହା ନିର୍ଦ୍ଦେଶରେ ସୁରକ୍ଷାକର୍ମୀ ଏଭଳି ଆଖିବୁଜା ଗୁଳି ଚଳାଇଥିଲେ ? ଅଘଟଣା ଘଟିଯିବା ପରେ ସୁରକ୍ଷାକର୍ମୀ କି ପଦକ୍ଷେପ ନେଇଥିଲେ ଆଦି ଦିଗ ଉପରେ ଏସ୍‌ଆଇଟି ତଦନ୍ତ କରୁଛି। ଟିମ୍‌ […]

sit

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 11:34 PM IST

ଭୁବନେଶ୍ୱର: ଏସ୍‌ଆଇଟି ଟିମ୍‌ କନ୍ଧମାଳ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଏସ୍‌ଆଇଟିର ୬ ଜଣିଆ ଟିମ୍‌ ଆଜି ଫୁଲବାଣୀରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛନ୍ତି।

କେଉଁ ପରିସ୍ଥିତିରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ଜୀବନ ଗଲା? କାହା ନିର୍ଦ୍ଦେଶରେ ସୁରକ୍ଷାକର୍ମୀ ଏଭଳି ଆଖିବୁଜା ଗୁଳି ଚଳାଇଥିଲେ ? ଅଘଟଣା ଘଟିଯିବା ପରେ ସୁରକ୍ଷାକର୍ମୀ କି ପଦକ୍ଷେପ ନେଇଥିଲେ ଆଦି ଦିଗ ଉପରେ ଏସ୍‌ଆଇଟି ତଦନ୍ତ କରୁଛି।

ଟିମ୍‌ ପ୍ରଥମ ପର୍ଯ୍ୟାୟରେ ଆଜି କନ୍ଧମାଳ ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଗାମୀ ଦିନରେ ବାଲିଗୁଡ଼ା ଥାନା ଅଧିକାରୀ ଓ ଅପରେସନରେ ସାମିଲ ଥିବା ଏସ୍‌ଓଜି ଯବାନଙ୍କୁ ପଚରାଉଚରା କରିବେ। ଏହାସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ଗୁଳିକାଣ୍ଡର ତଥ୍ୟ ହାସଲ କରିବେ।

କନ୍ଧମାଳ ଗୁଳିକାଣ୍ଡ ଘଟଣାକୁ ନେଇ ସରକାର ସବୁ ଆଡୁ ସମାଲୋଚନାର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ରାମେଶ୍ୱର ଓରାଓଁ ଏ ଘଟଣା ପାଇଁ ପୋଲିସ୍‌କୁ ଦାୟୀ କରିଥିବା ବେଳେ ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିବା ଓ ନିହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଥିବା ବିଜେପିର କେନ୍ଦ୍ରୀୟ ଦଳ ଏଥିପାଇଁ ସିଧାସଳଖ ସରକାରଙ୍କୁ ଟାର୍ଗେଟ୍ କରିଥିଲା। ସରକାରଙ୍କ ନିର୍ଦ୍ଦେଶରେ ପୋଲିସ୍ ଏଭଳି ବର୍ବର କାଣ୍ଡ ଭିଆଇଛି ବୋଲି ଟିମ୍‌ର ସଦସ୍ୟମାନେ କହିଥିଲେ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡୁମାହା ଜଙ୍ଗଲ ଅଞ୍ଚଳରେ ପୋଲିସ୍‌ର ମାଓ ବିରୋଧୀ ଅପରେସନ୍ ବେଳେ ୫ ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ। ରାଜ୍ୟ ସରକାର ଏହାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story