ଅଧିକ ସମୟ କମ୍ପ୍ୟୁଟରରେ କାମ କରୁଛନ୍ତି କି? ଆପଣଙ୍କୁ ହୋଇପାରେ...

ଆଜିର ଡିଜିଟାଲ୍‌ ଯୁଗରେ ଅଧିକ ସମୟ ଲାପ୍‌ଟପ୍‌ କିମ୍ବା କମ୍ପୁଟରରେ କାମ କରିବାରେ ଲୋକ ବ୍ୟସ୍ତ ରହୁଛନ୍ତି। ତେବେ ଅନେକ ସମୟ କମ୍ପ୍ୟୁଟରରେ ବସି କାମ କଲେ ଦେଖା ଯାଇଥାଏ ଅନେକ ସମସ୍ୟା। ଆମ ଶରୀରର ମେରୁଦଣ୍ଡ ଅନେକ ଛୋଟ ଛୋଟ ହାଡ଼କୁ ନେଇ ତିଆରି ହୋଇଛି। ଏହି ହାଡ଼ରେ ହାଡ଼ ଯହି ଧକ୍କା ହୋଇଥାଏ ତେବେ ଛୋଟ କଣା ସୃଷ୍ଟି ହୋଇଥାଏ। ଯାହାକୁ ଡାକ୍ତରୀ ଭାଷାରେ ‘ସ୍ଲିପ୍‌ ଡିକ୍ସ’ କୁହାଯାଏ। ଏହି ‘ସ୍ଲିପ୍‌ ଡିକ୍ସ’ ବା […]

health

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 05:51 PM IST

ଆଜିର ଡିଜିଟାଲ୍‌ ଯୁଗରେ ଅଧିକ ସମୟ ଲାପ୍‌ଟପ୍‌ କିମ୍ବା କମ୍ପୁଟରରେ କାମ କରିବାରେ ଲୋକ ବ୍ୟସ୍ତ ରହୁଛନ୍ତି। ତେବେ ଅନେକ ସମୟ କମ୍ପ୍ୟୁଟରରେ ବସି କାମ କଲେ ଦେଖା ଯାଇଥାଏ ଅନେକ ସମସ୍ୟା। ଆମ ଶରୀରର ମେରୁଦଣ୍ଡ ଅନେକ ଛୋଟ ଛୋଟ ହାଡ଼କୁ ନେଇ ତିଆରି ହୋଇଛି। ଏହି ହାଡ଼ରେ ହାଡ଼ ଯହି ଧକ୍କା ହୋଇଥାଏ ତେବେ ଛୋଟ କଣା ସୃଷ୍ଟି ହୋଇଥାଏ। ଯାହାକୁ ଡାକ୍ତରୀ ଭାଷାରେ 'ସ୍ଲିପ୍‌ ଡିକ୍ସ' କୁହାଯାଏ। ଏହି 'ସ୍ଲିପ୍‌ ଡିକ୍ସ' ବା କଣା ଦୁଇ ପ୍ରକାରର ରହିଛି। ଗୋଟିଏ ଯାହା ହାଡ଼ ଭିତରେ ଥାଏ ଅନ୍ୟଟି ହାଡ଼ ବାହାରେ ଥାଏ ଏବଂ ଅପେକ୍ଷାକୃତ ବଡ଼ ଥାଏ। କୌଣସି ଆଘାତ ପାଇଲେ ଏହି ସ୍ଲିପ୍‌ ଡିକ୍ସ ମେରୁଦଣ୍ଡ ବାହାରକୁ ଦେଖା ଯାଇଥାଏ।

ଏଥି ପାଇଁ ଶରୀରରେ ଅନେକ ଯନ୍ତ୍ରଣା ହୋଇଥାଏ। ଏହି ସ୍ଲିପ୍‌ ଡିକ୍ସ ବାହାର କରିବା ପାଇଁ ଅନେକ ସମୟରେ ସର୍ଜରୀ କରିବାକୁ ପଡ଼ିଥାଏ।

ଏହାର ଯନ୍ତ୍ରଣାକୁ କମ୍ କରିବା ପାଇଁ ଡାକ୍ତର ଫିଜିଓ ଥେରାପିଷ୍ଟଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥାନ୍ତି। ଥେରାପିଷ୍ଟଙ୍କ କହିବା ଅନୁସାରେ ବ୍ୟାୟାମ କଲେ ଆପଣ ମେରୁଦଣ୍ଡରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇ ପାରିବେ।

ଡାକ୍ତରଙ୍କ ମତରେ ଏହି ସ୍ଲିପ୍‌ ଡିକ୍ସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ସହିତ ଭାରି ଜିନିଷ ଉଠାଇବାରୁ ନିବୃତ୍ତ ରହିଲେ ଭଲ।

ଏହା ବ୍ୟତୀତ ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି କାମ କରିବା ଏବଂ ବ୍ୟାୟାମ ନ କରିବା ଯୋଗୁଁ ଅନେକ ଲୋକଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Related story