ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: ଶହେ ପ୍ରତିଶତ ପ୍ଲେସମେଟ୍‌ର ପ୍ରଲୋଭନ ଦେଖାଇ ପିଲାଙ୍କୁ ପ୍ରଫେସନାଲ ଡିଗ୍ରୀ ପାଇଁ ଆକୃଷ୍ଟ କରୁଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କେମିତି ଚାଲିଛି ଜାଲିଆତି ତା’ର ପ୍ରମାଣ ଆସିଛି ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ରୁ। ଗତକାଲି ୫୦ରୁ ଅଧିକ ଛାତ୍ରଛାତ୍ରୀ ଗାଡଗାଓଁରେ ପ୍ରତାରଣାରେ ଶିକାର ହୋଇ ଫେରିବା ପରେ ଆଜି ସେମାନେ ଆଇଟିଇଆର୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ। ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଭିତରେ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ବିରୋଧ କରିଥିଲା। ଫଳରେ ପୋଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଥିଲେ। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପରେ ଏବେ ଏକ ପ୍ଲାଟୁନ୍‌ ପୋଲିସ ମୁତୟନ ହୋଇଛନ୍ତି।</p> <p>[vc_video link="" align="center"]</p> <p>ଆଇଟିଇଆର ଡିନ୍‌ ପି.କେ. ସାହୁ କହିଛନ୍ତି,“ଏଥିପାଇଁ ଆମ ମର୍ମାହତ। ବିଶ୍ୱବିଦ୍ୟାଳୟ ପ୍ଲେସ୍‌ମେଣ୍ଟ ବିଭାଗ ଏଥିପାଇଁ ଦାୟୀ। ତେବେ ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୨୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ସହ ଟିଏ ଓ ଡିଏ ପ୍ରଦାନ କରାଯିବ। ଏହାଛଡ଼ା ଯେଉଁମାନେ ବିଶ୍ୱବିଦ୍ୟାଳୟରେ ଏମ୍‌ଟେକ୍ କିମ୍ବା ଏମ୍‌ବିଏ କରିବାକୁ ଆଗ୍ରହୀ ସେମାନଙ୍କ ପଢା ଖର୍ଚ୍ଚ କର୍ତ୍ତୃପକ୍ଷ ବହନ କରିବେ। ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।”</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।