ପ୍ଲେସ୍‌ମେଣ୍ଟ ଧୋକା: ସୋଆରେ ଧସେଇ ପଶିବାକୁ ଉଦ୍ୟମ, ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

Ordigital Desk
  • Published: Wednesday, 24 May 2017
  • , Updated: 24 May 2017, 12:53 PM IST
<p>ଭୁବନେଶ୍ୱର: ଶହେ ପ୍ରତିଶତ ପ୍ଲେସମେଟ୍&zwnj;ର ପ୍ରଲୋଭନ ଦେଖାଇ ପିଲାଙ୍କୁ ପ୍ରଫେସନାଲ ଡିଗ୍ରୀ ପାଇଁ ଆକୃଷ୍ଟ କରୁଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କେମିତି ଚାଲିଛି ଜାଲିଆତି ତା&rsquo;ର ପ୍ରମାଣ ଆସିଛି ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ରୁ। ଗତକାଲି ୫୦ରୁ ଅଧିକ ଛାତ୍ରଛାତ୍ରୀ ଗାଡଗାଓଁରେ ପ୍ରତାରଣାରେ ଶିକାର ହୋଇ ଫେରିବା ପରେ ଆଜି ସେମାନେ ଆଇଟିଇଆର୍&zwnj; ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ। ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଭିତରେ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ବିରୋଧ କରିଥିଲା। ଫଳରେ ପୋଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଥିଲେ। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପରେ ଏବେ ଏକ ପ୍ଲାଟୁନ୍&zwnj; ପୋଲିସ ମୁତୟନ ହୋଇଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p> <p>ଆଇଟିଇଆର ଡିନ୍&zwnj; ପି.କେ. ସାହୁ କହିଛନ୍ତି,&ldquo;ଏଥିପାଇଁ ଆମ ମର୍ମାହତ। ବିଶ୍ୱବିଦ୍ୟାଳୟ ପ୍ଲେସ୍&zwnj;ମେଣ୍ଟ ବିଭାଗ ଏଥିପାଇଁ ଦାୟୀ। ତେବେ ଠକାମୀରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୨୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ସହ ଟିଏ ଓ ଡିଏ ପ୍ରଦାନ କରାଯିବ। ଏହାଛଡ଼ା ଯେଉଁମାନେ ବିଶ୍ୱବିଦ୍ୟାଳୟରେ ଏମ୍&zwnj;ଟେକ୍ କିମ୍ବା ଏମ୍&zwnj;ବିଏ କରିବାକୁ ଆଗ୍ରହୀ ସେମାନଙ୍କ ପଢା ଖର୍ଚ୍ଚ କର୍ତ୍ତୃପକ୍ଷ ବହନ କରିବେ। ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।&rdquo;</p>

Related story