ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ଆଷାଢ଼ ଅମାବାସ୍ୟା । ଏହି ଦିନ ଆଂଶିକ ସୂର୍ଯ୍ୟ ପରାଗ ହେଉଛି। କିନ୍ତୁ ଏହି ଗ୍ରହଣ ଭାରତବର୍ଷକୁ ଦୃଶ୍ୟାମାନ ହେବନାହିଁ । ଏହି ଗ୍ରହଣ ପୂନର୍ବସୁ ନକ୍ଷତ୍ର ଓ ହର୍ଷଣ ନକ୍ଷତ୍ର ଯୋଗରେ ପଡୁଛି । ଭାରତୀୟ ସମୟ ଅନୁଯାୟୀ ଏହି ଗ୍ରହଣ ଜୁଲାଇ ୧୩ ତାରିଖ ସକାଳୁ କର୍କଟ ଓ ମିଥୁନ ରାଶିରେ ସଙ୍ଗଠିତ ହେବ। ଗ୍ରହଣ ସମୟରେ ମିଥୁନ ରାଶିରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟ ରହିବେ। ଏଥର ଏହି ଗ୍ରହଣ ୫ଟି ରାଶି ପାଇଁ ବହୁତ ଲାଭପ୍ରଦ। ଆସନ୍ତୁ ଜାଣିବା ସେହି ୫ଟି ରାଶି ସମ୍ପର୍କରେ।
ମେଷ ରାଶି- ଗ୍ରହଣ ଏହି ରାଶି ଲୋକଙ୍କ ଜାତକ ପାଇଁ ବହୁତ ଭଲ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବାର ସୁଯୋଗ ରହିଛି। ବୈବାହିକ ଜୀବନରେ ସୁଧାର ଆସିବ। ଅଚାନକ ଧନଲାଭର ମଧ୍ୟ ସୁଯୋଗ ରହିଛି।
ମିଥୁନ ରାଶି- ଯାତ୍ରାର ଯୋଗ ରହିଛି। ଶୁଭ ସମାଚାର ମିଳିପାରେ। ଅନେକ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଚାକିରିରେ ପ୍ରମୋସନ୍ ମଧ୍ୟ ମିଳିବ।
ତୁଳା ରାଶି- ଗ୍ରହଣର ପ୍ରଭାବରେ ତୁଳା ରାଶିର ସବୁଠୁ ଅଧିକ ଲାଭ ହୋବାର ସମ୍ଭାବନା ରହିଛି। ଆର୍ଥିକ ଲାଭର ମଧ୍ୟ ଯୋଗ ରହିଛି। ପରିବାର ଲୋକଙ୍କ ସହ ଖୁସିରେ ସମୟ ବିତାଇବେ।
ମକର ରାଶି – ଏହି ରାଶିର ବ୍ୟକ୍ତିଙ୍କୁ କାମରେ ସଫଳତା ମିଳିପାରେ। ବିଗିଡ଼ିଯାଇଥିବା କାମ ସୁଧୁରିଯିବ। ସାମଜରେ ମାନ ସମ୍ମାନ ବୃଦ୍ଧି ହେବ। ଭଲ ଚାକିରି ମଧ୍ୟ ମିଳିପାରେ।
ସିଂହ ରାଶି- ଗ୍ରହଣ ଦିନ ସିଂହ ରାଶି ଉପରେ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ। ଧନ ଲାଭର ବି ଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।