ବାଟ ମଝିରେ ବିଲେଇ କ’ଣ ସତରେ ଅଶୁଭ, ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

ବିଲେଇକୁ ନେଇ ଆମ ସମାଜରେ ଅନେକ ଧାରଣା ରହିଛି। ବିଶେଷକରି ବାଟରେ କଳା ବିଲେଇ ଦେଖିଲେ ଅଶୁଭ ବୋଲି ଏକ ନକରାତ୍ମକ  ଚିନ୍ତା ରହିଆସିଛି। ରାସ୍ତାରେ ଯାତାୟତ କରୁଥିବା ସମୟରେ ବିଲେଇଟେ ଆଗରେ ଚାଲିଗଲେ ଆମେ ଏହାକୁ ଅଶୁଭ ସଂକେତ ବୋଲି ଭାବୁ। କିଛି ଲୋକ ଏ କଥାକୁ ଏତେ ବିଶ୍ୱାସ କରିଥାନ୍ତି ଯେ, ବିଲେଇ ଯିବା ପରେ କିଛି ସମୟ ଅଟକି ଯାଆନ୍ତି । ନଚେତ୍ ରାସ୍ତା ବଦଳାଇ ଦିଅନ୍ତି। ବହୁ ଆଗରୁ ଲୋକଙ୍କ ମନରେ […]

cat

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 10:34 PM IST

ବିଲେଇକୁ ନେଇ ଆମ ସମାଜରେ ଅନେକ ଧାରଣା ରହିଛି। ବିଶେଷକରି ବାଟରେ କଳା ବିଲେଇ ଦେଖିଲେ ଅଶୁଭ ବୋଲି ଏକ ନକରାତ୍ମକ  ଚିନ୍ତା ରହିଆସିଛି। ରାସ୍ତାରେ ଯାତାୟତ କରୁଥିବା ସମୟରେ ବିଲେଇଟେ ଆଗରେ ଚାଲିଗଲେ ଆମେ ଏହାକୁ ଅଶୁଭ ସଂକେତ ବୋଲି ଭାବୁ। କିଛି ଲୋକ ଏ କଥାକୁ ଏତେ ବିଶ୍ୱାସ କରିଥାନ୍ତି ଯେ, ବିଲେଇ ଯିବା ପରେ କିଛି ସମୟ ଅଟକି ଯାଆନ୍ତି । ନଚେତ୍ ରାସ୍ତା ବଦଳାଇ ଦିଅନ୍ତି। ବହୁ ଆଗରୁ ଲୋକଙ୍କ ମନରେ ଏ ଧାରଣା  ରହିଯାଇଛି।

ଏହାକୁ ନେଇ କେତେ ସତ୍ୟତା ଅଛି ଏବଂ ଏହା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା। ସାଧାରଣତଃ ଯେବେବି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିବାକୁ   ଥାଏ ସେତେବେଳେ କେତେକ ଛୋଟ ଜୀବଜନ୍ତୁଙ୍କୁ ଜଣାପଡ଼ିଯାଏ। ଯଦିଓ ପଞ୍ଚ ଇନ୍ଦ୍ରୀୟର ଜୀବଜଗତ ଗଢା କିନ୍ତୁ ଏମିତି କିଛି ପଶୁପକ୍ଷୀ ଅଛନ୍ତି ଯାହାର ଷଷ୍ଠ ଇନ୍ଦ୍ରୀୟ  କାମ କରେ ବୋଲି କୁହାଯାଏ।  କୌଣସି ବିପତ୍ତି ଘଟିବା ପୂର୍ବରୁ  ସେମାନେ ସେ ସ୍ଥାନ ଛାଡି ତୁରନ୍ତ ପଳାନ୍ତି। ସେମିତି ଏକ ଜୀବ ହେଉଛି ବିଲେଇ। ଯେତେବେଳେ ଭୂମିକମ୍ପ ହେବାକୁ ଥାଏ ସେତେବେଳେ ବିଲେଇକୁ ଆଗ ଜଣାପଡିଯାଏ ଏବଂ ସେ ସେହି ସ୍ଥାନ ଛାଡି ଚାଲିଯାଏ। ପ୍ରଥମେ ଲୋକମାନେ ଏହି କଥାକୁ ଠିକ୍‌ ଭାବେ ବୁଝିପାରୁଥିଲେ।  ପରେ ଧିରେ ଧିରେ ଲୋକଙ୍କ ଧାରଣା  ବଦଳିବାକୁ  ଲାଗିଲା। ସେମାନେ ବିଲେଇର ଆବିର୍ଭାବକୁ ଅଶୁଭ ବୋଲି ଭାବିଲେ। ଏହି ନକରାତ୍ମକ ଚିନ୍ତାଧାରାର ବୃଦ୍ଧି ଏତେ ମାତ୍ରାରେ ବଢିଗଲାଣି ଯେ, ଲୋକେ କୌଣସି କାମରେ ବିଫଳ ହେଲେ ମଧ୍ୟ ବିଲେଇକୁ ଦୋଷ ଦିଅନ୍ତି।

Related story