ଭାରତରେ କେମିତି ଆରମ୍ଭ ହୋଇଥିଲା ବେଶ୍ୟା ବୃତ୍ତି ?

ବେଶ୍ୟା ବୃତ୍ତି ବା ଦେହ ବେପାର । ସମାଜ ଦୃଷ୍ଟିରେ ଏହା ଏକ କୁତ୍ସିତ କାରନାମା। ଏହି ବୃତ୍ତିକୁ ଭାରତୀୟ ଆଇନ ମଧ୍ୟ  ସ୍ୱୀକୃତି ଦେଇନି। କିନ୍ତୁ ଭାରତରେ ଏହି ବୃତ୍ତିଧାରୀଙ୍କ ସଂଖ୍ୟା କିଛି କମ୍‌ ନୁହଁ। କିଏ ପେଟର ଜ୍ୱାଳା ସହି ନପାରି ଏହି ଅଫେରା ବାଟରେ ପାଦ ରଖେ ତ’ ଆଉ କିଏ ରାତାରାତି କୋଟିପତି ହେବାର ନିଶାରେ ଏମିତି ବୃତ୍ତିକୁ ଆପଣାଇ ନିଏ। ଭାରତରେ ଏହି ବେଶ୍ୟା ବୃତ୍ତିର ପରମ୍ପରା ଖୁବ୍ ପ୍ରାଚୀନ। […]

delhi-1

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 09:12 PM IST

ବେଶ୍ୟା ବୃତ୍ତି ବା ଦେହ ବେପାର । ସମାଜ ଦୃଷ୍ଟିରେ ଏହା ଏକ କୁତ୍ସିତ କାରନାମା। ଏହି ବୃତ୍ତିକୁ ଭାରତୀୟ ଆଇନ ମଧ୍ୟ  ସ୍ୱୀକୃତି ଦେଇନି। କିନ୍ତୁ ଭାରତରେ ଏହି ବୃତ୍ତିଧାରୀଙ୍କ ସଂଖ୍ୟା କିଛି କମ୍‌ ନୁହଁ। କିଏ ପେଟର ଜ୍ୱାଳା ସହି ନପାରି ଏହି ଅଫେରା ବାଟରେ ପାଦ ରଖେ ତ’ ଆଉ କିଏ ରାତାରାତି କୋଟିପତି ହେବାର ନିଶାରେ ଏମିତି ବୃତ୍ତିକୁ ଆପଣାଇ ନିଏ। ଭାରତରେ ଏହି ବେଶ୍ୟା ବୃତ୍ତିର ପରମ୍ପରା ଖୁବ୍ ପ୍ରାଚୀନ। ରାଜାରାଜୁଡ଼ା ସମୟରେ କିଛି ଯୌନ ପୀପାଷୁ ରାଜା ନିଜ ରାଜ ନଅରରେ ମହିଳାମାନଙ୍କୁ ଜବରଦସ୍ତ ବ୍ୟବହାର କରୁଥିବା ନଜିର ରହିଛି। ସେହିପରି ଭାରତକୁ ଇଂରେଜମାନେ ଆସିବା ପରେ ଏହି ବୃତ୍ତିର ବୃଦ୍ଧି ପାଇଥିବା କୁହାଯାଏ। ତେବେ ଆସନ୍ତୁ ଏ ବିଷୟରେ କିଛି ତଥ୍ୟ ଜାଣିବା।

୧-ଭାରତର ମୁମ୍ବାଇ ହେଉଛି ସବୁଠୁ ବଡ଼ ସେକ୍ସ ଇଣ୍ଡଷ୍ଟ୍ରି। ମୁମ୍ବାଇରେ ପ୍ରାୟ ୨ ଲକ୍ଷ ବେଶ୍ୟା ଅଛନ୍ତି।

୨-ମୁମ୍ବାଇର ପ୍ରାୟ ୫୦ ପ୍ରତିଶତ ବେଶ୍ୟା ଏଚ୍‌ଆଇଭି ପୀଡ଼ିତ।
୩-ପ୍ରତିବର୍ଷ ବେଶ୍ୟା ବୃତ୍ତିର ହାର ୧୦ ପ୍ରତିଶତ ବୃଦ୍ଧି ପାଉଛି।

୪-ସମଗ୍ର ଦୁନିଆରେ ୪ କୋଟି କେକ୍ସ ୱାର୍କର ଅଛନ୍ତି। ଏହି ପରିସଂଖ୍ୟାନ ଅଧିକ ବି ହୋଇପାରେ।
୫-ଏକ ସର୍ଭେରୁ ଜଣାପଡ଼ିଛି ବେଶ୍ୟା ବୃତ୍ତିରେ ସାମିଲ ହେଉଥିବା ୧୩ ବର୍ଷ ବୟର ଯୁବତୀମାନଙ୍କ ସଂଖ୍ୟା ଅଧିକ।
୬-ରିପୋର୍ଟ ମୁତାବକ ୨୩ ପ୍ରତିଶତ ଯୁବତୀ ଦଲାଲଙ୍କ ଦ୍ୱାରା ଶିକାର ହୋଇ ଏହି ବୃତ୍ତିକୁ ଆସୁଛନ୍ତି।
୭-ମାତ୍ର ୨ ପ୍ରତିଶତ ମହିଳା ନିଜ ଇଚ୍ଛାରେ ବେଶ୍ୟା ବୃତ୍ତିରେ ସାମିଲ ହେଉଛନ୍ତି।
୮-ଭାରତରେ ପୁରୁଷ ବେଶ୍ୟା ବୃତ୍ତିଧାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି। ଦିଲ୍ଲୀ, ମୁମ୍ବାଇ ଏବଂ ଚଣ୍ଡିଗଡ଼ରେ ଏମାନଙ୍କ ସଂଖ୍ୟା ଅଧିକ।
୯-ପୁରୁଷ ବେଶ୍ୟାଙ୍କୁ ଜିଗୋଲୋ କୁହାଯାଏ
୧୦-୧୯୮୧ରେ ଭାରତରେ ୨୭ ପ୍ରତିଶତ ସେକ୍ସୱାର୍କର କଣ୍ଡମ ବ୍ୟବହାର କରୁଥିଲେ। ୧୯୯୫ ବେଳକୁ ଏହି ପରିସଂଖ୍ୟାନ ୮୨ ଏବଂ ୨୦୧୧ ବେଳକୁ ଏହା ୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

୧୧-ଭାରତରେ ଏହି ବୃତ୍ତିର ପରମ୍ପରା ଅତି ପୁରୁଣା । ପ୍ରାଚୀନକାଳରେ ନଗର ବଧୂ ନାମରେ ଏମାନେ ପରିଚିତ ଥିଲେ।
୧୨-କୁହାଯାଏ ଉନବିଂଶ ଶତାବ୍ଦୀରେ ଇଂରେଜମାନେ ୟୁରୋପ ଏବଂ ଜାପାନରୁ ଯୁବତୀମାନଙ୍କୁ ଭାରତକୁ ଆଣି ଇଂରେଜ ସୈନ୍ୟଙ୍କ ଯୌନ ସୁଖ ପାଇଁ ବ୍ୟବହାର କରୁଥିଲେ। ଖାସ ଏହି କାରଣରୁ ଯୌନ ଲାଳସାର ଲୋଭ ପାଇ ସେ ସମୟରେ ଅନେକ ଭାରତୀୟ ଇଂରେଜ ସେନାରେ ସାମିଲ ହେଉଥିଲେ।
୧୩-ବିଂଶ ଶତାବ୍ଦୀରେ ଇଂରେଜମାନେ ଭାରତୀୟ ମହିଳାଙ୍କ ପରେ କ୍ରୁର ଅତ୍ୟାଚାର ଆରମ୍ଭ କରିଦେଲେ। ଇଂରେଜମାନେ ଭାରତୀୟ ଯୁବତୀଙ୍କୁ ଜବରଦସ୍ତ ନେଇ ଏଭଳି ଘୃଣ୍ୟକାମରେ ନିୟୋଜିତ କରିବା କରିବା ଆରମ୍ଭ କରିଦେଲେ। କୁହାଯାଏ ଏହି ଇଂରେଜମାନଙ୍କ ଶାସନ କାଳରୁ ହିଁ ଭାରତର ବେଶ୍ୟା ବୃତ୍ତିର ଆରମ୍ଭ ହୋଇଥିଲା।
୧୪- ଗୁଜରାଟର ସୁରଟରେ ୬୦ ପ୍ରତିଶତ ବେଶ୍ୟା ଏଚ୍‌ଆଇଭି ପୀଡ଼ିତ
୧୫-ଦେଶର ସବୁଠୁ ବଡ଼ ରେଡଲାଇଟ ଏରିଆ ହେଉଛି କୋଲକତାର ସୋନାଗାଛି।
୧୬-ବିଶ୍ୱର ଏମିତି ୨୨ଟି ଦେଶ ଅଛି ଯେଉଁଠ ଏହା ଆଇନସମ୍ମତ।

Related story