ଚାଣକ୍ୟ ବାଣୀ: ଜାଣନ୍ତୁ କିଛି ଚରିତ୍ର କଥା, ଆଉ କିଛି ଉପଦେଶ

ସମାଜରେ ଚଳିଣି ଠାରୁ ଆରମ୍ଭ କରି ନିଜ ଜୀବନକୁ  ଉଚିତ ମାର୍ଗରେ ପରିଚାଳନା ପାଇଁ ଚାଣକ୍ୟଙ୍କ ବଚନ ବେଶ ଉପଯୋଗୀ।  ପ୍ରବୀଣ ଦାର୍ଶନିକ, ଅର୍ଥଶାସ୍ତ୍ରୀ ତଥା ଜଣେ ଦୂରଦଷ୍ଟାଭାବେ ପରିଚିତ ଚାଣକ୍ୟଙ୍କ ଉପଦେଶ ଖୁବ୍‌ ସମୟଉପଯୋଗୀ ଏବଂ ମହତ୍ୱପୂର୍ଣ୍ଣ। କହାର କେଉଁ ଚରିତ୍ର ତାହକୁ ସେ ଅତି ଭଲଭାବେ ପରକ୍ଷି କିଛି ସତର୍କବାଣୀ ଦେଇ ଯାଇଥିବା ବେଳେ ଆଉ କିଛି ଭଲ ଉପଦେଶ ଦେଇଯାଇଛନ୍ତି। ଯାହାକୁ ଜାଣିବା ଅତ୍ୟନ୍ତ ଜରୁରୀ। ସେହିପରି ସମାଜ ଗଠନ ପାଇଁ ଚାଣକ୍ୟଙ୍କ […]

chanayakya

chanayakya

Rakesh Mallick
  • Published: Friday, 09 March 2018
  • Updated: 09 March 2018, 02:06 AM IST

Sports

Latest News

ସମାଜରେ ଚଳିଣି ଠାରୁ ଆରମ୍ଭ କରି ନିଜ ଜୀବନକୁ  ଉଚିତ ମାର୍ଗରେ ପରିଚାଳନା ପାଇଁ ଚାଣକ୍ୟଙ୍କ ବଚନ ବେଶ ଉପଯୋଗୀ।  ପ୍ରବୀଣ ଦାର୍ଶନିକ, ଅର୍ଥଶାସ୍ତ୍ରୀ ତଥା ଜଣେ ଦୂରଦଷ୍ଟାଭାବେ ପରିଚିତ ଚାଣକ୍ୟଙ୍କ ଉପଦେଶ ଖୁବ୍‌ ସମୟଉପଯୋଗୀ ଏବଂ ମହତ୍ୱପୂର୍ଣ୍ଣ। କହାର କେଉଁ ଚରିତ୍ର ତାହକୁ ସେ ଅତି ଭଲଭାବେ ପରକ୍ଷି କିଛି ସତର୍କବାଣୀ ଦେଇ ଯାଇଥିବା ବେଳେ ଆଉ କିଛି ଭଲ ଉପଦେଶ ଦେଇଯାଇଛନ୍ତି। ଯାହାକୁ ଜାଣିବା ଅତ୍ୟନ୍ତ ଜରୁରୀ। ସେହିପରି ସମାଜ ଗଠନ ପାଇଁ ଚାଣକ୍ୟଙ୍କ ନୀତି, ଆଦର୍ଶ ଖୁବ୍‌ ଗୁରୁତ୍ୱ ବହନ କରେ। ତେବେ ଆସନ୍ତୁ ଜାଣିବା ତାଙ୍କର କିଛି  ଗୁରୁମନ୍ତ୍ର ବିଷୟରେ କିଛି ତଥ୍ୟ।

୧-ଯିଏ ମନକୁ ଚିହ୍ନେନା, ଯିଏ ଅନ୍ୟର ଅନ୍ତରକୁ ଚିହ୍ନେନା, ଯିଏ ଶୁଦ୍ଧ ଚିତ ଏବଂ  ପବିତ୍ର ନୁହେଁ ସେ କଦାପି ସଜ୍ଜନ ନୁହେଁ ।

୨-ମେଞ୍ଚାଏ ବହି ପଢି ଦେଲେ ମଧ୍ୟ ଜଣକୁ ଜ୍ଞାନୀ କିମ୍ବା ବିଦ୍ୱାନ କୁହାଯାଇପାରେନା। ସତ୍ କର୍ମଗ୍ରନ୍ଥକୁ ପଢି ଯିଏ ତା’ର ସାରମର୍ମ ଗ୍ରହଣ କରି ସେହି ଅନୁସାରେ କାର୍ଯ୍ୟ କରେ  ଏବଂ ଅନ୍ୟମାନଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ କରେ ସେ ହିଁ ପ୍ରକୃତ ଜ୍ଞାନୀ।

୩-ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳଣା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ ।

୪-କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହାର ବିଭିନ୍ନ ଦିଗ ବିଷୟରେ ଚିନ୍ତା ଓ ତର୍ଜମା କରିବା ଆବଶ୍ୟକ। ସମ୍ପୃକ୍ତ କାର୍ଯ୍ୟକୁ ଆରମ୍ଭକରି ତାହାକୁ ଶେଷ କରିବା ପାଇଁ ଆପଣଙ୍କ ପାଖରେ ଆବଶ୍ୟକ ଶକ୍ତି ଓ କ୍ଷମତା ଅଛି କି ନାହିଁ ତାହା ଭଲରୂପେ ଚିନ୍ତା କରିବା ଦରକାର।

୫- ସୁନ୍ଦର ରୂପ ଥାଇ ଗୁଣ ନ ଥିଲେ ତାହା ମୂଲ୍ୟହୀନ।  ଦୁଷ୍ଟ ସ୍ୱଭାବ ଲୋକର କୁଳ ବ୍ୟର୍ଥ ହୁଏ, ଯିଏ ସିଦ୍ଧ ନ ହେଲା ତାର ବିଦ୍ୟା ବ୍ୟର୍ଥ, ଯେଉଁ ଧନ ଭୋଗ ହୋଇ ନ ପାରେ ସେ ଧନ ମଧ୍ୟ ବ୍ୟର୍ଥ ।

୬-ବାୟୁ ଯେପରି ବୃକ୍ଷକୁ ତଳେ ପକାଇଦେବାକୁ ସମର୍ଥ କିନ୍ତୁ ଉଠାଇବାକୁ ସମର୍ଥ ନୁହେଁ, ସେହିପରି ନୀଚ ବ୍ୟକ୍ତି ଅନ୍ୟର କାର୍ଯ୍ୟ ନଷ୍ଟ କରିବାକୁ ସମର୍ଥ, ଅଥଚ ଅନ୍ୟର କାର୍ଯ୍ୟ ସିଦ୍ଧି କରିବାକୁ କେବେ ହେଲେ ସମର୍ଥ ନୁହେଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos