ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଜାଣନ୍ତୁ କିଛି ଦରକାରୀ ୱେବସାଇଟ୍ ଓ ଆପ୍‌ ସମ୍ପର୍କରେ

ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିସନ) ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅଧିକ ପଢାପଢି କରିବା ସହ ଇଣ୍ଟରନେଟ୍‌କୁ ଉପଯୋଗ କରିଥାନ୍ତି। ଯଦି ଆପଣ ଏହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ କିଛି ଦରକାରୀ ୱେବସାଇଟ୍‌ ଓ ଆପ୍‌ ଉପରେ ଧ୍ୟାନ ଦିଅନ୍ତୁ, ଏହା ନିଶ୍ଚିତ ସହାୟକ ହେବ। ଏହି ଅନଲାଇନ୍‌ ଆପ୍‌ ଓ ୱେବସାଇଟ୍‌ କ’ଣ କ’ଣ ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଜାଣିବା। […]

UPSC-1

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 10:13 PM IST

ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିସନ) ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅଧିକ ପଢାପଢି କରିବା ସହ ଇଣ୍ଟରନେଟ୍‌କୁ ଉପଯୋଗ କରିଥାନ୍ତି। ଯଦି ଆପଣ ଏହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ କିଛି ଦରକାରୀ ୱେବସାଇଟ୍‌ ଓ ଆପ୍‌ ଉପରେ ଧ୍ୟାନ ଦିଅନ୍ତୁ, ଏହା ନିଶ୍ଚିତ ସହାୟକ ହେବ। ଏହି ଅନଲାଇନ୍‌ ଆପ୍‌ ଓ ୱେବସାଇଟ୍‌ କ’ଣ କ’ଣ ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଜାଣିବା।

online tyari: ଏହା ଉଭୟ ୱେବ୍‌ସାଇଟ୍‌ ଓ ମୋବାଇଲ୍ ଆପ୍‌ ଭାବରେ ଉପଲବ୍ଧ ରହିଛି। ଏହି ଆପ୍‌ଟି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିଥାଏ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ପାଠ୍ୟ ବିଷୟ ବସ୍ତୁ ଯୋଗାଇଥାଏ। ଅଧିକ ଜାଣିବା ପାଇଁ ଏହାର ୱେବସାଇଟ୍‌କୁ ଫଲୋ କରନ୍ତୁ । https://onlinetyari.com

clearIAS:  ଆଇଏଏସ୍ (ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ୍) ପରୀକ୍ଷା ପାଇଁ ଥିବା ସମସ୍ତ clearIAS ୱେବସାଇଟ୍‌ ମଧ୍ୟରୁ clearIAS ଟପ୍‌ରେ ରହିଛି। ଏହା ଏବେ ଆଣ୍ଡ୍ରଏଡ ଆପ୍‌ ଭାବରେ ମଧ୍ୟ ଉପଲବ୍ଧ। ଏହି ଆପ୍‌ଟି ଅନଲାଇନ୍‌ରେ ମଗଣାରେ ପାଠ୍ୟ ଉପକରଣ ଯୋଗାଇବା ସହିତ ସଠିକ୍ ଦିଗଦର୍ଶନ ଦେଇଥାଏ।

ଆଇଏଏସ୍ ଟପ୍ପରମାନଙ୍କ ସାକ୍ଷାତକାର ଓ ଅନଲାଇନ୍‌ ମୋକ ଟେଷ୍ଟ ଆଦି ଯୋଗାଇଥାଏ। ଅଧିକ ଜାଣିବା ପାଇଁ https://www.clearias.com/କୁ ଲଗଇନ୍‌ କରନ୍ତୁ।

civilsdaily: ଆଏଏସ୍ ଓ ୟୁପିଏସ୍‌ସି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଆପ୍‌ଟି ଲାଭପ୍ରଦ। କାରଣ ଏହା ପରୀକ୍ଷ ସମ୍ବନ୍ଧିୟ ବିଭିନ୍ନ ବିଷୟ ସଂକଳନ କରି ଅତି ସହଜ ଓ ସରଳ ଭାବରେ ଛାତ୍ରଛାତ୍ରୀଙ୍କୁ ଯୋଗାଇଥାଏ। ଏଥିର ଜିକେ ଓ କରେଣ୍ଟ ଏଫେୟାର ସବୁବେଳେ ଅପଡେଟ୍‌ ହେଉଥାଏ। ଏହାର ୱେବସାଇଟ୍ http://www.civilsdaily.comକୁ ଲଗଇନ୍‌ କରନ୍ତୁ।

unacademy: ଏହା ଦେଶର ଗୋଟେ ବଡ଼ ନିଶ୍ଲୁକ ଅନ୍‌ଲାଇନ୍‌ ଶିକ୍ଷାମଞ୍ଚ। ଏହା ଛାତ୍ରୀଛାତ୍ରୀଙ୍କ ପାଇଁ ଉଚ୍ଚସ୍ତରୀୟ ଶିକ୍ଷା ସମ୍ଭନ୍ଧିୟ ଭିଡିଓ ତିଆରି କରି ଯୋଗାଇଥାଏ। ଏହି ଆପ୍‌ଟି ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ରହିଛି। ଏଥିପାଇଁ  https://unacademy.com/ ଲଗଇନ୍ କରିବାକୁ ପଡ଼ିଥାଏ।

mrunal.org:  ୟୁପିଏସ୍‌ସି ପରୀକ୍ଷା ଆଶାୟୀଙ୍କ ପାଇଁ ଏହା ଏକ ଦରକାରୀ ୱେବସାଇଟ୍‌। ଏଥିରେ ଶିକ୍ଷାଦାନ କରୁଥିବା ମୃଣାଳ ପଟେଲ୍‌ କୌଣସି ଜଟିଳ ସମସ୍ୟାର ଅତି ସରଳ ସମାଧାନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥାନ୍ତି। ୟୁଟ୍ୟୁବ୍‌ରେ ମଧ୍ୟ ସେ ଶିକ୍ଷା ସମ୍ବନ୍ଧିୟ ଭିଡିଓ ଅପଲୋଡ କରନ୍ତି। ଅଧକ ଜାଣିବା ପାଇଁ http://mrunal.org/କୁ  ଲଗଇନ କରନ୍ତୁ।

Related story