ଆପତ୍ତିଜନକ ମନ୍ତବ୍ୟ ଘଟଣା: ଆସନ୍ତାକାଲି ବିଶ୍ୱହିନ୍ଦୁ ପରିଷଦର ୧୨ ଘଣ୍ଟିଆ ରାଉରକେଲା ବନ୍ଦ

ରାଉରକେଲା: ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗତକାଲିଠାରୁ ରାଉରକେଲାରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି।  ଫଳରେ ଗତ ରାତିଠାରୁ ଜାରି ହୋଇଥିବା ୧୪୪ ଧାରା ବଳବତ୍ତର ରହିଛି। ସହରର ବିଭିନ୍ନ ସ୍ଥାନରେ ୩ ପ୍ଲାଟୁନ୍‌ ସିଆରପିଏଫ୍‌ ସମେତ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମଙ୍ଗଳଭବନ ଛକରୁ ଷ୍ଟେସନ ରୋଡ୍‌ ପର୍ଯ୍ୟନ୍ତ ରାସ୍ତାକୁ ପୋଲିସ୍‌ ସିଲ୍‌ କରିଦେଇଛି। ଆଜି ସହରର ଅଧିକାଂଶ ଦୋକାନ ବଜାର ବନ୍ଦ […]

rkl

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 02:04 PM IST

ରାଉରକେଲା: ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗତକାଲିଠାରୁ ରାଉରକେଲାରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି।  ଫଳରେ ଗତ ରାତିଠାରୁ ଜାରି ହୋଇଥିବା ୧୪୪ ଧାରା ବଳବତ୍ତର ରହିଛି। ସହରର ବିଭିନ୍ନ ସ୍ଥାନରେ ୩ ପ୍ଲାଟୁନ୍‌ ସିଆରପିଏଫ୍‌ ସମେତ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମଙ୍ଗଳଭବନ ଛକରୁ ଷ୍ଟେସନ ରୋଡ୍‌ ପର୍ଯ୍ୟନ୍ତ ରାସ୍ତାକୁ ପୋଲିସ୍‌ ସିଲ୍‌ କରିଦେଇଛି। ଆଜି ସହରର ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି। ଏହି ଘଟଣାକୁ ନେଇ ବିଶ୍ୱହିନ୍ଦୁ ପରିଷଦ ଆସନ୍ତାକାଲି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦେଇଛି।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏସ୍‌ପି ଅଫିସ୍‌ରେ ଏକ ଶାନ୍ତି କମିଟି ବୈଠକ ବସିଛି। ସହରରେ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ବୈଠକରେ ସମସ୍ତ ସଦସ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଗତକାଲି ସୋସିଆଲ୍ ମିଡ଼ିଆରେ ଜଣେ ବ୍ୟକ୍ତିଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଗୋଷ୍ଠୀ ରାସ୍ତାରୋକ କରି ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଫଳରେ ଉଦିତନଗର ବାହୁଡ଼ା ଯାତ୍ରା ପ୍ରଭାବିତ ହେବା ସହ ସ୍ଥିତି ଆହୁରି ଖରାପ ହୋଇଥିଲା। ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ହଟିବା ପରେ ରଥଟଣା ଯାଇଥିଲା। ତେବେ ସନ୍ଧ୍ୟାରେ ଗିରଫ ବ୍ୟକ୍ତିଙ୍କୁ ଛାଡିବା ଦାବିରେ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗାଡି ଭଙ୍ଗାରୁଜା କରାଯାଇଥିଲା। ଏପରିକି ଆନ୍ଦୋଳନକାରୀ ପୋଲିସକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଉତ୍ତ୍ୟକ୍ତ ଗୋଷ୍ଠୀଙ୍କ ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ସହରରେ ୧୪୪ ଧାରା ଜାରି କରିଥିଲା।

Related story