ରଙ୍ଗ ଖେଳିବାକୁ ଏହି ବେଶରେ ଦର୍ଶନ ଦିଅନ୍ତି କଳାଠାକୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆମାନଙ୍କ ଆପଣାର କାଳିଆ ଠାକୁରଙ୍କ ସବୁ କଥା ନିଆରା। ତାଙ୍କ ଭୋଗ, ତାଙ୍କ ବେଶ ଆଉ ତାଙ୍କ ଥାଟ ସବୁଥିରେ ଥାଏ ନିଆରା ପଣିଆ। ଆଉ ଏଇ ସ୍ୱତନ୍ତ୍ରତା ସକାଶେ ବିଶ୍ୱବାସୀଙ୍କ ପାଇଁ ସେ ସବୁବେଳେ ଆଉ ସବୁକାଳେ ପାଲଟିଛନ୍ତି ଆକର୍ଷଣ। ଆମେ ଆଜି ଆମ ବଡ଼ଠାକୁରଙ୍କ ଗୋଟିଏ ବେଶ କଥା ଏଠି କହିବାକୁ ଯାଉଛୁ। ଏ ବିଷୟରେ ପଢି ଆପଣ ନିଶ୍ଚିତ ଜାଣିପାରିବେ ଯେ, ଆମ ଠାକୁର କେତେ ରସିକ। ଦିନ କେତେଟା […]

jagannath

Rakesh Mallick
  • Published: Wednesday, 28 February 2018
  • , Updated: 28 February 2018, 09:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆମାନଙ୍କ ଆପଣାର କାଳିଆ ଠାକୁରଙ୍କ ସବୁ କଥା ନିଆରା। ତାଙ୍କ ଭୋଗ, ତାଙ୍କ ବେଶ ଆଉ ତାଙ୍କ ଥାଟ ସବୁଥିରେ ଥାଏ ନିଆରା ପଣିଆ। ଆଉ ଏଇ ସ୍ୱତନ୍ତ୍ରତା ସକାଶେ ବିଶ୍ୱବାସୀଙ୍କ ପାଇଁ ସେ ସବୁବେଳେ ଆଉ ସବୁକାଳେ ପାଲଟିଛନ୍ତି ଆକର୍ଷଣ। ଆମେ ଆଜି ଆମ ବଡ଼ଠାକୁରଙ୍କ ଗୋଟିଏ ବେଶ କଥା ଏଠି କହିବାକୁ ଯାଉଛୁ। ଏ ବିଷୟରେ ପଢି ଆପଣ ନିଶ୍ଚିତ ଜାଣିପାରିବେ ଯେ, ଆମ ଠାକୁର କେତେ ରସିକ।

ଦିନ କେତେଟା ପରେ ଆସିବ ହୋଲି । ଭଲପାଇବା ଓ ପ୍ରେମର ଉତ୍ସବ। ଖାଲି ଓଡ଼ିଶା କି ଭାରତ ବର୍ଷରେ ନୁହେଁ, ସାରା ବିଶ୍ୱରେ ଏହି ଭାରତୀୟ ପର୍ବର ରହିଛି ସ୍ୱତନ୍ତ୍ର ମହତ୍ୱ। ଜାଣିଛନ୍ତି, ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଏ। ଆଉ ହୋଲି ଖେଳିବେ ବୋଲି କାଳିଆ ଠାକୁର ବି ବେଶ ହୁଅନ୍ତି।

ସାଧାରଣତଃ ହୋଲି ଖେଳିବାକୁ ଆମେ ଯେପରି ଧଳା ରଙ୍ଗର ପୋଷାକ(ସ୍ଥଳ ବିଶେଷରେ) ବ୍ୟବହାର କରିଥାଉ, ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେହିପରି ନାଲି ସୂତା ବସ୍ତ୍ର ପରିଧାନ କରି ହୋଲି ଖେଳନ୍ତି। ଦୋଳ ପୂର୍ଣ୍ଣିମାର ୪ ଦିନ ଆଗରୁ ଏହି ଉତ୍ସବ ଆରମ୍ଭ ହୋଇଥାଏ। ଓଡ଼ିଆ ପଞ୍ଜିକାରେ ଏହି ଆରମ୍ଭ ଦିନଟି ଫଗୁ ଦଶମୀ ନାମରେ ନାମିତ। ଫଗୁ ଦଶମୀଠାରୁ ଦୋଳ ପୂର୍ଣ୍ଣିମା ଯାଏଁ ପାଳନ ହୁଏ ହୋଲି। ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ହୋଲି ବେଶ ବା ଚାଚେରୀ ବେଶରେ ସଜ୍ଜିତ କରି ଦିଆଯାଏ। ଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହଙ୍କୁ ରକ୍ତବସ୍ତ୍ର ପିନ୍ଧାଇ ବେଶ କରାଯାଏ। ତ୍ରୀମୁଣ୍ଡି(ଠାକୁରମାନଙ୍କ ମସ୍ତକ)ରେ ସ୍ୱତନ୍ତ୍ର ଢଙ୍ଗରେ ପ୍ରସ୍ତୁତ ଚୁଳ ମଧ୍ୟ ଲାଗି କରାଯାଏ । ଏହା ମଧ୍ୟ ନାଲି ଓ ଧଳା ବସ୍ତ୍ରରେ ପ୍ରସ୍ତୁତ ହୋଇଥାଏ। ଏହି ବେଶରେ ଠାକୁରମାନେ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଉପାସିତ ହେଉଥିବା ବେଳେ ଲାଗି ହୁଏ ଝିମିରି ଫଗୁ(କର୍ପୁର ମିଶ୍ରିତ ସୁଗନ୍ଧିତ ଫଗୁ)। ହୋଲି ଉତ୍ସବର ଶେଷ ଦିନ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ମଧ୍ୟ ଠାକୁର ହୋଲି ଖେଳନ୍ତି।

(ଉପସ୍ଥାପନା: ମିହିର ପଟ୍ଟନାୟକ)

 

Related story