ଆପଣଙ୍କ ସ୍କୁଲ ପଢ଼ୁଆ ପିଲାର ଡାକ ଟିକଟ ସଂଗ୍ରହ ଅଭ୍ୟାସ ଅଛି କି ? ବର୍ଷକୁ ଆୟ କରିପାରିବେ ୬୦୦୦ ଟଙ୍କା, ଜାଣନ୍ତୁ କେମିତି

କିଛି ପିଲାଙ୍କ ମଧ୍ୟରେ ସଂଗ୍ରହ କରିବାର ଅଭ୍ୟାସ ରହିଥାଏ। ଏଥିପାଇଁ ସେମାନେ ସବୁଦିନ କିଛି ନା କିଛି ସଂଗ୍ରହ କରିଥାନ୍ତି। କିଏ ପୁରୁଣା ପଇସା ସଂଗ୍ରହ କରେ ତ କିଏ ବହି। ଏହି  ଭଲ ଅଭ୍ୟାସ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ଏପରିକି କେତେକ ପିଲା ରେକର୍ଡ କରିବା ସହିତ ସରକାରଙ୍କଠାରୁ ପୁରସ୍କୃତ ହେବାର ନଜିର ମଧ୍ୟ ରହିଛି। ଯଦି ଆପଣଙ୍କ ପିଲାଠାରେ ଏହିପରି  ଗୁଣ ରହିଛି ତାହେଲେ ତାଙ୍କୁ ଡାକ ଟିକଟ ସଂଗ୍ରହ କରିବାକୁ […]

schoolcopy

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 04:35 PM IST

କିଛି ପିଲାଙ୍କ ମଧ୍ୟରେ ସଂଗ୍ରହ କରିବାର ଅଭ୍ୟାସ ରହିଥାଏ। ଏଥିପାଇଁ ସେମାନେ ସବୁଦିନ କିଛି ନା କିଛି ସଂଗ୍ରହ କରିଥାନ୍ତି। କିଏ ପୁରୁଣା ପଇସା ସଂଗ୍ରହ କରେ ତ କିଏ ବହି। ଏହି  ଭଲ ଅଭ୍ୟାସ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ଏପରିକି କେତେକ ପିଲା ରେକର୍ଡ କରିବା ସହିତ ସରକାରଙ୍କଠାରୁ ପୁରସ୍କୃତ ହେବାର ନଜିର ମଧ୍ୟ ରହିଛି। ଯଦି ଆପଣଙ୍କ ପିଲାଠାରେ ଏହିପରି  ଗୁଣ ରହିଛି ତାହେଲେ ତାଙ୍କୁ ଡାକ ଟିକଟ ସଂଗ୍ରହ କରିବାକୁ କୁହନ୍ତୁ। ଏପରି କଲେ ପିଲାଟି ବର୍ଷକୁ ୬ ହଜାର ଟଙ୍କା ଆୟ କରିପାରିବ। କିପରି ଜାଣିବାକୁ ଚାହୁଁଛନ୍ତି କି ? ପଢ଼ନ୍ତୁ ପୂରା ଖବର।

ସରକାର ଦେଲେ ସୁଯୋଗ: ନଭେମ୍ବର ୩ ତାରିଖରେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ‘ସ୍ପର୍ଶ’ ଯୋଜନା। ପିଲାମାନଙ୍କୁ ଡାକ ଟିକଟ ସଂଗ୍ରହ ଓ ସେ ବିଷୟରେ ଗବେଷଣା ପାଇଁ ଉତ୍ସାହିତ କରିବାକୁ ଏହି ଯୋଜନାର ଆରମ୍ଭ କରାଯାଇଛି।ଏହି ଯୋଜନା ମାଧ୍ୟମରେ ସରକାର ପ୍ରତିବର୍ଷ ୯୨୦ ସ୍କୁଲ ପିଲାଙ୍କୁ ମାସକୁ ୫୦୦ ଟଙ୍କା ଅର୍ଥାତ୍ ବର୍ଷକୁ ୬୦୦୦ ଟଙ୍କା ଦେବେ।

ଆହୁରି ମଧ୍ୟ ପଢନ୍ତୁ: ୭୦ ଟଙ୍କା ପାଇଁ ଶ୍ରେଣୀର ସମସ୍ତ ଛାତ୍ରୀଙ୍କ ଡ୍ରେସ୍ ଖୋଲିଦେଲେ ଶିକ୍ଷକ

କେଉଁ ପିଲାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ: କେବଳ ଷଷ୍ଠ,ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ। ଯେଉଁ ପିଲାମାନେ ଡାକ ଟିକଟ ସଂଗ୍ରହ କରୁଥିବେ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ସେଥିପାଇଁ ପିଲାଟି ପଢ଼ୁଥିବା ସ୍କୁଲରେ ଫିଲାଟେଲି କ୍ଲବ(ଡାକ ଟିକଟ ସଂଗ୍ରହାଳୟ) ରହିବା ଆବଶ୍ୟକ କିମ୍ବା ପିଲାଟି ଏକ ଫିଲାଟେଲି କ୍ଲବର ସଦସ୍ୟ ହୋଇଥିବ ଅଥବା ନିଜର ଏକ ଫିଲାଟେଲି କ୍ଲବ ଥିବ। ଏହି ଯୋଜନାରେ ପ୍ରତ୍ୟେକ ରାଜ୍ୟରୁ ୪୦ ଜଣ ପିଲାଙ୍କୁ ଚୟନ କରାଯିବ। ଏଥିପାଁଇ ପ୍ରତ୍ୟେକ ଶ୍ରେଣୀରୁ ୧୦ ଜଣ ପିଲାଙ୍କୁ ଚୟନ କରାଯିବ। ଏହି ବିଷୟରେ ଅଧିକ ଜାଣିବା ପାଇଁ ଚାହିଁଲେ ଏହାର ୱେସାଇଟ୍  www.postagestamps.gov.in  ଓ  www.indiapost.gov.in କୁ ଭିଜିଟ୍ କରିପାରିବେ।

Related story