ସଂପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଘୋଷଣା ଦାବିରେ ୮ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ପ୍ରଦେଶ ମହିଳା କଂଗ୍ରେସ

ଭୁବନେଶ୍ୱର: ଓଡିଶାକୁ ସଂପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା ଦାବିରେ ଆସନ୍ତା ୮ ତାରିଖରେ ବିଧାନସଭା ସମ୍ମୁଖରେ ପ୍ରଦେଶ ମହିଳା କଂଗ୍ରେସ ବିକ୍ଷୋଭ କରିବ। ଏଥିରେ ମହିଳା କଂଗ୍ରେସର କର୍ମୀ ମାନଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି, ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ ସାମିଲ ହେବେ। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଅବକାରୀ ଆଇନକୁ ପରିବର୍ତ୍ତନ କରି ଓଡିଶାକୁ ସଂପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରିନାହାନ୍ତି, ସେ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଏହି ବିକ୍ଷୋଭ ଚାଲୁ ରହିବ ବୋଲି ମହିଳା କଂଗ୍ରେସ କହିଛି।