ଷ୍ଟିଫେନ ହକିଂଙ୍କ ୧୦ଟି ଗୁରୁମନ୍ତ୍ର: ପଢ଼ିଲେ ବଦଳିଯିବ ଦୃଷ୍ଟିଭଙ୍ଗୀ

ନୂଆଦିଲ୍ଲୀ: ବ୍ଲାକ୍‌ ହୋଲ୍ ଉପରେ ରିସର୍ଚ କରି ସାରା ବିଶ୍ୱକୁ ଚକିତ କରିଦେଇଥିବା ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଂଙ୍କର ଗତ ଗୁରବାର ପରଲୋକ ହୋଇଯାଇଛି। ମୋଟର ନ୍ୟୁରୋନ୍‌ ରୋଗରେ ପୀଡ଼ିତ ହୋଇ ଜୀବନର ୫୫ ବର୍ଷ ହ୍ୱିଇଲ୍‌ ଚେୟାର୍‌ କାଟିଥିଲେ ମଧ୍ୟ ତାଙ୍କର ବିଚକ୍ଷଣ ପ୍ରତିଭା ତାଙ୍କୁ ବିଶ୍ୱରେ ଖୁବ୍ ଲୋକପ୍ରିୟ କରିଥିଲା। ଦୁନିଆରେ ମଣିଷର ଜୀବନ ଶୈଳୀକୁ ନେଇ ତାଙ୍କ ବିଚାରଧାରା ଥିଲା ଖୁବ ସ୍ପଷ୍ଟ। ସେ ତାଙ୍କ ଅଭିଜ୍ଞତାରୁ ଜୀବନ ଦର୍ଶନର ଅନେକ […]

100815_fox_hawking

100815_fox_hawking

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 09:18 PM IST

Sports

Latest News

ନୂଆଦିଲ୍ଲୀ: ବ୍ଲାକ୍‌ ହୋଲ୍ ଉପରେ ରିସର୍ଚ କରି ସାରା ବିଶ୍ୱକୁ ଚକିତ କରିଦେଇଥିବା ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଂଙ୍କର ଗତ ଗୁରବାର ପରଲୋକ ହୋଇଯାଇଛି। ମୋଟର ନ୍ୟୁରୋନ୍‌ ରୋଗରେ ପୀଡ଼ିତ ହୋଇ ଜୀବନର ୫୫ ବର୍ଷ ହ୍ୱିଇଲ୍‌ ଚେୟାର୍‌ କାଟିଥିଲେ ମଧ୍ୟ ତାଙ୍କର ବିଚକ୍ଷଣ ପ୍ରତିଭା ତାଙ୍କୁ ବିଶ୍ୱରେ ଖୁବ୍ ଲୋକପ୍ରିୟ କରିଥିଲା। ଦୁନିଆରେ ମଣିଷର ଜୀବନ ଶୈଳୀକୁ ନେଇ ତାଙ୍କ ବିଚାରଧାରା ଥିଲା ଖୁବ ସ୍ପଷ୍ଟ। ସେ ତାଙ୍କ ଅଭିଜ୍ଞତାରୁ ଜୀବନ ଦର୍ଶନର ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଆସନ୍ତୁ ସେ ସବୁ ଜାଣିବା।

୧. ଷ୍ଟିଫେନ୍ ହକିଂ କହୁଥିଲେ ଯଦି ଆପଣଙ୍କୁ ଦ୍ୱିତୀୟ ଥର ପାଇଁ କେହି କୁହନ୍ତ ଯେ ତୁମେ ଭୁଲ କରିଛ, ତାହେଲେ ଆପଣ ତାଙ୍କୁ  କୁହନ୍ତୁ ଯେ ଭୁଲ କରିବା ଭଲ କଥା।  କାରଣ ବିନା ଭୁଲରେ ନା ଆପଣ ବଞ୍ଚିପାରିବେ ନା ମୁଁ।

୨. ଜ୍ଞାନ ହେଉଛି ଏକ ଏପରି ଶକ୍ତି ଯାହା ଆପଣଙ୍କୁ ପରିବର୍ତ୍ତନକୁ ସ୍ୱୀକାର କରିବାକୁ ଶକ୍ତି ଯୋଗାଇଥାଏ।

୩. ଷ୍ଟିଫେନ୍‌ ହକିଂ କହୁଥିଲେ, ‘ମୁଁ ଦେଖିଛି, ଯେଉଁ ଲୋକମାନେ ଭାଗ୍ୟରେ ଯାହା ଅଛି, ତାହା ହେବ ବୋଲି ବିଶ୍ୱାସ କରନ୍ତି, ସେମାନେ ହିଁ ରାସ୍ତା ପାରି ହେବା ପୂର୍ବରୁ ରାସ୍ତାର ଦୁଇପାର୍ଶ୍ୱକୁ ଭଲ ଭାବରେ ନିରୀକ୍ଷଣ କରନ୍ତି।’

୪. ଜିଜ୍ଞାସା ରହିଲେ ମଣିଷ ଆଗକୁ ବଢ଼େ। ଏହି ପରିପ୍ରେକ୍ଷୀରେ ଷ୍ଟିଫେନ୍‌ ହକିଂ କୁହନ୍ତି ‘ମୁଁ ଏମିତି ଜଣେ ଛୋଟ ପିଲା ଯିଏ କେବେ ବଡ଼ ହୋଇପାରିନି। ମୁଁ ଏବେବି କେମିତି ଓ କାହିଁକିର ପ୍ରଶ୍ନ କରେ।’

୫ ହାରିଯାଇଥିବା ମଣିଷମାନେ ନିଜ ବିଚାରଧାରା ବା ଦୃଷ୍ଟିଭଙ୍ଗୀକୁ ସର୍ବଦା ଠିକ୍‌ ବୋଲି ବିଚାର କରି ଗର୍ବ କରିଥାନ୍ତି।

୬. ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଷ୍ଟିଫେନ୍‌ ହକିଂ ଗୋଟିଏ କଥା କହିଥିଲେ। ତାହା ହେଲା ’ତୁମ ଶାରିରୀକ ଅକ୍ଷମତା ତୁମକ କୌଣସି ଭଲ କାର୍ଯ୍ୟ କରିବାକୁ ଅଟକାଇ ପାରିବ ନାହିଁ। କିନ୍ତୁ କାର୍ଯ୍ୟ କରିବାର ଅଦମ୍ୟ ଅଭିଳାଷକୁ ପଙ୍ଗୁ କରି ଦେବା ଖରାପ କଥା।’

୭. ଦିନେ ଷ୍ଟିଫେନ୍‌ ହକିଂ କହିଥିଲେ, ‘ବିଗତ ୪୯ ବର୍ଷ ଧରି ମୁଁ ମୃତ୍ୟୁକୁ ଅନୁଭବ କରୁଛି। ମୁଁ ମୃତ୍ୟୁକୁ ଡରେ ନାହିଁ କି ଏଥିପାଇଁ ବ୍ୟସ୍ତ ମଧ୍ୟ ନୁହେଁ। କାରଣ ଏହା ପୂର୍ବରୁ ମୋତେ ବହୁତ କିଛି କାର୍ଯ୍ୟ କରିବାର ଅଛି।’

୮. ପିଲାମାନଙ୍କୁ ଷ୍ଟିଫେନ୍‌ ହକିଂ କେତୋଟି ମୂଲ୍ୟବାନ୍ ଟିପ୍ସ ଦେଇଥିଲେ। ସେ କହିଥିଲେ ଯେ ସବୁବେଳେ ଆକାଶକୁ ନ ଦେଖି ମାଟିକୁ ଦେଖିବା କଥା। କାର୍ଯ୍ୟଗ୍ରାହୀ ହେବା ଦରକାର। କାରଣ କାର୍ଯ୍ୟ ହିଁ ବଞ୍ଚିବାର ରାହା ଯୋଗାଇଥାଏ। କାର୍ଯ୍ୟଶୂନ୍ୟ ଜୀବନ ଖାଲି ଖାଲି ଲାଗେ। ତୃତୀୟ କଥା ହେଲା ଯଦି ସୌଭାଗ୍ୟ ବଶତଃ ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିଗଲା, ତା’ହେଲେ ଏହାକୁ ଜୀବନରେ କେବେବି ଦୂରେଇ ଦେବନାହିଁ।

୯. କଥାବାର୍ତ୍ତା କରିବା ଦ୍ୱାରା ମଣିଷକୁ ସଫଳତା ମିଳିଥାଏ। ଚୁପ୍‌ ଚାପ୍‌ ରହିବାରେ କେବଳ ବିଫଳତା ହିଁ ମିଳେ।

୧୦. କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ। ଏହା ସଭ୍ୟତାକୁ ନଷ୍ଟ କରିଦିଏ। ଷ୍ଟିଫେନ୍‌ ହକିଂ ଗବେଷଣା କରି ଏମିତି ଏକ ମତ ରଖିଥିଲେ ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା। ସେ କହୁଥିଲେ, ଏ ବ୍ରହ୍ମାଣ୍ଡକୁ ଇଶ୍ୱର ସୃଷ୍ଟି କରି ନାହାଁନ୍ତି। ସେ ତାଙ୍କ ପୁସ୍ତକ ‘ଗ୍ରାଣ୍ଡ ଡିଜାଇନ୍‌’ରେ ପୃଥିବୀ ଆପେ ଆପେ ତିଆରି ହୋଇଛି ବୋଲି ମଧ୍ୟ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos