ନିଆରା ମନ୍ଦିର: ଏଠି ଫୁଲ ନୁହେଁ, ପଥରରେ ସନ୍ତୁଷ୍ଟ ଦିଅଁ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସଂସ୍କୃତରେ ‌ଶ୍ଲୋକଟିଏ ଅଛି, “ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ଯୋ ମେ ପ୍ରଦ୍ୟାଃ ସମେ ପ୍ରିୟାଃ”। ଏହାର ଅର୍ଥ ହେଉଛି ଭାଗବାନ ବା ଈଶ୍ୱର ମାତ୍ର ଏହି ୪ଟି ଦ୍ରବ୍ୟରେ ସନ୍ତୁଷ୍ଟ ହୁଅନ୍ତି। ସେ ଚାରୋଟି ଦ୍ରବ୍ୟ ହେଉଛି ପତ୍ର, ଫୁଲ, ଫଳ ଏବଂ ଜଳ। ଭଗବାନଙ୍କୁ ସନ୍ତୁଷ୍ଟ କରି ନିଜ ଇପ୍ସିତ ଫଳ ପାଇବାକୁ ସୁନା, ରୂପା ଲୋଡା ହୁଏନି, ବରଂ ଏମିତି ସାଧାରଣ ଭାବେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ଭଗବାନ। ମାତ୍ର […]

stone

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 10:12 AM IST

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସଂସ୍କୃତରେ ‌ଶ୍ଲୋକଟିଏ ଅଛି, “ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ଯୋ ମେ ପ୍ରଦ୍ୟାଃ ସମେ ପ୍ରିୟାଃ”। ଏହାର ଅର୍ଥ ହେଉଛି ଭାଗବାନ ବା ଈଶ୍ୱର ମାତ୍ର ଏହି ୪ଟି ଦ୍ରବ୍ୟରେ ସନ୍ତୁଷ୍ଟ ହୁଅନ୍ତି। ସେ ଚାରୋଟି ଦ୍ରବ୍ୟ ହେଉଛି ପତ୍ର, ଫୁଲ, ଫଳ ଏବଂ ଜଳ। ଭଗବାନଙ୍କୁ ସନ୍ତୁଷ୍ଟ କରି ନିଜ ଇପ୍ସିତ ଫଳ ପାଇବାକୁ ସୁନା, ରୂପା ଲୋଡା ହୁଏନି, ବରଂ ଏମିତି ସାଧାରଣ ଭାବେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ଭଗବାନ। ମାତ୍ର ହୁଏତ ଆପଣ ଜାଣି ନ ଥିବେ ଆମେ ଗୋଟିଏ ଏମିତି ମନ୍ଦିର କଥା କହିବାକୁ ଯାଉଛୁ, ଯେଁଉଠି ଠାକୁରଙ୍କୁ ନିଆରା ଢଙ୍ଗରେ ପୂଜା କରାଯାଏ। ଫଳ, ଫୁଲ, ପତ୍ର କି ଜଳ ନୁହେଁ ଏଠି ଠାକୁରଙ୍କୁ ସନ୍ତୁଷ୍ଟ କରିବାକୁ ଲୋଡାହୁଏ ପଥର।

ଆଶ୍ଚର୍ଯ୍ୟ ଲାଗୁଛି ନା। ବାସ୍ତବିକ୍‌ କଥାଟି ବି ସେମିତି। ଦକ୍ଷିଣ ଭାରତୀୟ ସହର ବାଙ୍ଗାଲୁରୁର ପ୍ରସିଦ୍ଧ ମାଣ୍ଡ୍ୟା ସହରରେ ରହିଛି ଏହି ମନ୍ଦିର। ଯେଉଁଠି ଫୁଲ ନୁହେଁ ପଥରର ଦେବତାଙ୍କୁ ଲାଗିହୁଏ ପଥର। କିରାଗାନ୍ଦୁରୁ-ବେବିନହଲ୍ଲି ରାସ୍ତାରେ ରହିଛି “କୋଟିକଲିନା କାଡୁ ବାସପ୍ପା” ମନ୍ଦିର। ଆପଣ ଯେତେବେଳେ ଏଠାକୁ ଠାକୁର ଦର୍ଶନ ପାଇଁ ଯିବେ ମନେ ରଖିବେ ଏଠାକୁ ଭୋଗରାଗ ନେଇ ନୁହେଁ ପଥର ନେଇ ଯିବାକୁ ପଡିଥାଏ। ଆଉ ଗୋଟିଏ ଥରରେ ଆପଣ ୩ଟି କିମ୍ବା ୫ଟି ପଥର ଚଢାଇ ପାରିବେ।

ଏଠି ମାନସିକ ପୂରଣ ହେଲେ ଠାକୁରଙ୍କ ନିଜ ଘର ବାଡିରୁ କିଛି ପଥର ଚଢାଇବାକୁ ପଡିଥାଏ। ଠାକୁରଙ୍କ ଦର୍ଶନ ପାଇଁ ନା ଏଠି ରହିଥାଏ ଲମ୍ବା ଧାଡି ନା ରହିଥାନ୍ତି କୌଣସି ପୂଜକ। ଶ୍ରଦ୍ଧାଳୁ ନିଜ ହାତରେ ପଥର ପ୍ରସାଦ ଲାଗାଇ ଠାକୁରଙ୍କୁ ଦର୍ଶନ କରିଥାଏ। ସ୍ଥନୀୟ ଲୋକଙ୍କ ମତରେ ଏଭଳି କଲେ ଅପାର କୃପା ମିଳିଥାଏ।

Related story