ଜଣେ ଓଡ଼ିଆ ପୁଅର କମାଲ : ୨୧ ବର୍ଷରେ ଉଦ୍ୟୋଗପତି, ଦାରିଦ୍ର୍ୟ ଦୂରୀକରଣ ଯାହାଙ୍କ ସ୍ୱପ୍ନ

ରାଉରକେଲା (ପୱନ ତିୱାରୀ): ଜୀବନରେ କିଛି କରିଦେଖାଇବାର  ଦୃଢ଼ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ମିଳେ। ଆଉ ଉଦ୍ୟମ ଥିଲେ ସଫଳତା ହାତ ପାହାନ୍ତାରେ ଫଳେ। ଉଦ୍ୟମରତ ବ୍ୟକ୍ତି ବିଳମ୍ବ ହେଉ ପଛେ ନିଶ୍ଚୟ ସଫଳତା ପାଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାଉରକେଲା ଏନ୍‌ଆଇଟିର ଛାତ୍ର ଅଭିଜିତ ସାହୁ। ଅଭିଜିତ୍‌ଙ୍କ ସଂଘର୍ଷର କାହାଣୀ: ଅଭିଜିତଙ୍କ ବୟସ ମାତ୍ର ୨୧ ବର୍ଷ। ଘର ଖୋର୍ଦ୍ଧା ଜିଲ୍ଳା ଗୁରୁଜଙ୍ଗ ଗ୍ରାମରେ। ସ୍ୱର୍ଗତ ଚିତ୍ତରଂଜନ ସାହୁଙ୍କ ପୁଅ […]

abad623c-f200-4a86-a28f-03edbbbb9033

Rakesh Mallick
  • Published: Thursday, 09 November 2017
  • , Updated: 10 November 2017, 04:33 PM IST

ରାଉରକେଲା (ପୱନ ତିୱାରୀ): ଜୀବନରେ କିଛି କରିଦେଖାଇବାର  ଦୃଢ଼ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ମିଳେ। ଆଉ ଉଦ୍ୟମ ଥିଲେ ସଫଳତା ହାତ ପାହାନ୍ତାରେ ଫଳେ। ଉଦ୍ୟମରତ ବ୍ୟକ୍ତି ବିଳମ୍ବ ହେଉ ପଛେ ନିଶ୍ଚୟ ସଫଳତା ପାଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାଉରକେଲା ଏନ୍‌ଆଇଟିର ଛାତ୍ର ଅଭିଜିତ ସାହୁ।

ଅଭିଜିତ୍‌ଙ୍କ ସଂଘର୍ଷର କାହାଣୀ: ଅଭିଜିତଙ୍କ ବୟସ ମାତ୍ର ୨୧ ବର୍ଷ। ଘର ଖୋର୍ଦ୍ଧା ଜିଲ୍ଳା ଗୁରୁଜଙ୍ଗ ଗ୍ରାମରେ। ସ୍ୱର୍ଗତ ଚିତ୍ତରଂଜନ ସାହୁଙ୍କ ପୁଅ ଅଭିଜିତ୍ ଏବେ ଏନ୍‌ଆଇଟି ରାଉରକେଲାର ଛାତ୍ର। ପିଲା ବେଳୁ ତାଙ୍କର ଇଚ୍ଛା ଥିଲା ସେ ଓଡିଶା ମାଟି ପାଇଁ କିଛି କାମ କରିବେ। ସମଗ୍ର ଦେଶରେ ଓଡ଼ିଶା ଏକ ପଛୁଆ ଓ ଗରିବ ରାଜ୍ୟ ରୂପେ ଜଣାଶୁଣା। ନିଜ ରାଜ୍ୟକୁ ସମସ୍ତେ ପଛୁଆ ରାଜ୍ୟ କହୁଥିବାରୁ ଅଭିଜିତ୍ ଏକଥା ଖୁବ୍‌ ବାଧୁଥିଲା।  ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ଚିନ୍ତା କରିଥିଲେ ରାଜ୍ୟର ଦାରିଦ୍ର୍ୟ ଦୂର କରିବେ। ବେରୋଜଗାରିଙ୍କୁ ରୋଜଗାର ଦେବେ। ଭବିଷ୍ୟତରେ ସେ ଚାକିରି କରିବେ ନାହିଁ ବରଂ ଚାକିରି ଦେବେ। କୁନି ଆଖିରେ ଭବିଷ୍ୟତର ବିକଶିତ ଓଡ଼ିଶା ଗଢିବାର ସ୍ୱପ୍ନ ଦେଖି ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସେ ଜାରି ରଖିଲେ ପାଠ ପଢ଼ା । ଆଉ ଭଲ ପାଠ ପଢ଼ି ସ୍କୁଲ ମାଟି ଡେଇଁ ଏବେ ଏନ୍‌ଆଇଟି ରାଉଲକେଲାର ବିଟେକ୍ କମ୍ପ୍ୟୁଟର ସାଇନ୍‌ସର ତୃତୀୟ ବର୍ଷର ଛାତ୍ର ଭାବେ ପାଠ ପଢୁଛନ୍ତି।

ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଏଥିରେ ବିଶେଷତ୍ୱ କ’ଣ ଅଛି। ସମସ୍ତେ ତ ପାଠ ପଢ଼ନ୍ତି। ସମସ୍ତେ ଚାକିରି କରନ୍ତି। ଯାହା ପରିବାରରେ କ୍ଷମତା ଥାଏ ସେମାନେ କମ୍ପାନୀ ଖୋଲି ଚାକରି ଦିଅନ୍ତି। କିନ୍ତୁ ନା। ଅଭିଜିତ କିନ୍ତୁ ସେତିକିରେ ସୀମିତ ହୋଇ ରହିଯାଇ ନାହାଁନ୍ତି।  ସେ ତାଙ୍କ ସ୍ୱପ୍ନର ପ୍ରଥମ ସିଢି ଚଢିବା ଆରମ୍ଭ କରିଛନ୍ତି। ପାଠ ପଢ଼ୁଥିବା ସମୟରେ ବେରୋଜଗାର ହୋଇ ବୁଲୁଥିବା ୬ ଜଣଙ୍କୁ ମାସିକ ଦରମା ଦେଇ ନିଯୁକ୍ତି ଦେଇଛନ୍ତି ଅଭିଜିତ୍। ଦୃଢ଼ ଇଚ୍ଛାଶକ୍ତି ଥିଲେ ସ୍ୱପ୍ନ ବି ସାକାର ହୁଏ ତାହା ସେ ଅନ୍ୟମାନଙ୍କୁ ଦେଖାଇ ପାରିଛନ୍ତି।

ଆରମ୍ଭ  ହେଲା କମ୍ପାନୀ: ୨୦୧୭ ମାର୍ଚ୍ଚ ମାସ ୭ ତାରିଖରେ ନିଜର ଜଣେ ସହପାଠୀଙ୍କ ସହ ମିଶି ସେ ଆରମ୍ଭ କଲେ 'ଫାଷ୍ଟଟେକ୍ ଫେସନ୍ ପ୍ରାଇଭେଟ୍ ଲିମିଟେଡ୍'। ତାଙ୍କ ୱେବସାଇଟ୍‌ର ନାମ ରହିଲା 'ଓଭୋଟିଜ୍ ଡଟ୍ କମ୍'। ତାଙ୍କ କମ୍ପାନୀ ପ୍ରଥମ ପ୍ରର୍ଯ୍ୟାୟରେ ଟି-ସାର୍ଟ ଏବଂ ଜ୍ୟାକେଟ୍ ତିଆରି କଲା। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କମ୍ପାନୀ ଟି-ସାର୍ଟର କଲର, ଲୋଗୋ ତିଆରି କରି ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଲାଗିଲା । ଏଥିପାଇଁ ଏନ୍‌ଆଇଟି ରାଉରକେଲା କର୍ତ୍ତୃପକ୍ଷ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। କାମ କରିବାକୁ ଏଠାରେ ତାଙ୍କୁ ଏକ ବଡ଼ ସ୍ଥାନ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଆହୁରି ମଧ୍ୟ ପଢନ୍ତୁ: ଇଣ୍ଡିଗୋ କର୍ମଚାରୀଙ୍କ ଦାଦାଗିରି: ବିମାନ ଯାତ୍ରୀଙ୍କୁ ନିସ୍ତୁକ ପିଟିଲେ

କମ୍ପାନୀର ସଫଳତା: ଦେଖୁ ଦେଖୁ ତାଙ୍କର ଏ ବ୍ୟବସାୟର ଗାଡ଼ି ଗଡ଼ି ଚାଲିଲା। ଦେଶ ବିଦେଶରୁ ବିଭିନ୍ନ ସ୍ଥାନରୁ ଅତ୍ୟାଧୁନିକ ନୂଆ ନୂଆ ମେସିନ୍ ମଗାଯାଇ କମ୍ପାନୀରେ ଲାଗାଗଲା। ଫଳରେ ଖୁବ୍‌ କମ୍ ସମୟରେ କମ୍ପାନୀ ଉନ୍ନତମାନର ପ୍ରଡକ୍ଟ ବଜାରକୁ ଛାଡ଼ି ପାରଛି। ଆଜି କେବଳ ଓଡ଼ିଶା ନୁହଁ ସମଗ୍ର ଭାରତରେ ତାଙ୍କ ନିର୍ମିତ ଡ୍ରେସ କପଡ଼ାର ଚାହିଦା ରହିଛି। ତାଙ୍କ କମ୍ପାନୀ ଉତ୍ତମ ପ୍ରଡକ୍ଚ ଯୋଗାଇ ଗ୍ରାହକଙ୍କ ବିଶ୍ୱାସ ଭାଜନ ହୋଇପାରିଛି। କମ୍ପାନୀରେ ତିଆରି ହେଉଥିବା କଲର ଓ ଲୋଗୋ ଯେତେ ଧୋଇଲେ ମଧ୍ୟ ନଷ୍ଟ ହୁଏ ନାହିଁ । କିମ୍ବା କଲର ମଧ୍ୟ ଛାଡ଼େ ନାହିଁ। ଯାହା ତାଙ୍କ କମ୍ପାନୀ ବ୍ରାଣ୍ଡକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ବଡ଼ କମ୍ପାନୀ କିମ୍ବା ଶିକ୍ଷାନୁଷ୍ଟାନର ଡିମାଣ୍ଡ ଅମୁସାରେ କପଡ଼ା ଡିଜାଇନ୍ କରି ସେମାନଙ୍କୁ ଯୋଗାଇ ଦିଆଯାଉଛି।ଏବେ ଫାଷ୍ଟଟେକ୍ ଫେସନର ଗ୍ରାହକ ହେଉଛନ୍ତି ଏନ୍ଆଇଟି ରାଉରକେଲା, ଭିସୁଟ ବୁର୍ଲା, ସିଲିକନ୍ ଭୁବନେଶ୍ୱର, ଆଇଟିଇଆର, ଆଇଆଇଟି ଭୁବନେଶ୍ୱର, ଏନ୍‌ଆଇଟି ରାଇପୁର, ଏନ୍‌ଆଇଟି ଦୁର୍ଗାପୁର, ଇଣ୍ଡିଆନ ଅଏଲ କମ୍ପାନୀ। ତାଙ୍କ ଟିମରେ ୬ ଜଣ ନିଯୁକ୍ତି ପାଇଥିବା ବେଳେ ୨ ଜଣ ଫାଉଣ୍ଡର ମେମ୍ବର ଅଛନ୍ତି। ଆଉ ୫ ଜଣ ଟିମ୍ ମେମ୍ବରଙ୍କୁ ନେଇ ସେ କାମ ବି କରନ୍ତି।

ଅଭିଜିତଙ୍କ ସ୍ୱପ୍ନ: ଅଭିଜିତ୍ ଏବଂ ତାଙ୍କ ଟିମର ଆଗାମୀ ପ୍ରୋଜେକ୍ଟ ରହିଛି ସମ୍ବଲପୁରୀ ଓ ଓଡିଶାରେ ମିଳୁଥିବା ବିଭିନ୍ନ ହାତ ତିଆରି ବସ୍ତ୍ର। ଗ୍ରାହକଙ୍କୁ  ବେଷ୍ଟ ଡିଜାଇନ୍‌ର ଟି-ସାର୍ଟ ଭେଟି ଦେବାକୁ କମ୍ପାନୀ କାମ କରୁଛି। ଏହାର ବିଶେଷଶତ୍ୱ ହେଉଛି ଏହି ଡିଜାଇନରେ ଟି- ସାର୍ଟ ଉପରେ ଏଲଇଡି ଜଳିବ। କିନ୍ତୁ ଶରୀର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ କି ଶରୀର ପାଇଁ କୌଣସି କ୍ଷତିକାରକ ହେବ ନାହିଁ। ଏହାକୁ ୩ ଶହରୁ ଅଧିକ ଥର ଧୋଇଲେ ମଧ୍ୟ ଖରାପ ହେବ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିବା କମ୍ପାନୀ ଅକ୍ଟୋବର ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଟଙ୍କାର ବିଜ୍‌ନେସ କରିସାରିଛି। ୬ ଜଣଙ୍କୁ ସିଧାସଳଖ ନିଯୁକ୍ତି ମଧ୍ୟ ମିଳିଛି। ପୂର୍ବରୁ ତାଙ୍କ କମ୍ପାନୀ ଫାଷ୍ଟଟେକ୍ ଫେସନ୍ ପ୍ରାଇଭେଟ୍ ଲିମିଟେଡ୍‌କୁ  ଷ୍ଟାର୍ଟ ଅଫ୍ ଓଡିଶାରୁ ମଧ୍ୟ ଅନୁମତି ମିଳିଥିବା ବେଳେ ଏବେ ଷ୍ଟାର୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମଧ୍ୟ ଅନୁମତି ମିଳିଛି। ଆଗାମୀ ଦୁଇରୁ ତିନିବର୍ଷ ମଧ୍ୟରେ କମ୍ପାନୀ ଭୁବନେଶ୍ୱରରେ ଏକ ବଡ ଇଣ୍ଡଷ୍ଟ୍ରି କରିବାକୁ ଯାଉଛି। ଯେଉଁଠି ବେକାର ଯୁବକ ମାନଙ୍କୁ ରୋଜଗାର ଦିଆଯିବ ବୋଲି କମ୍ପାନୀ ଏମଡି ଅଭିଜିତ କହିଛନ୍ତି। ଓଡ଼ିଶାରେ କିପରି ଅଧିକରୁ ଅଧିକ ରୋଜଗାର ଯୋଗାଇ ଦେଇ ହେବ ସେ ନେଇ ସବୁବେଳେ ଚେଷ୍ଟାରେ ଅଭିଜିତ୍ ।

Related story