ଇଏ ହେଉଛନ୍ତି ଦେଶର ଦ୍ୱିତୀୟ ମୁସଲିମ ଆଇପିଏସ, ଛୋଟ ଗାଁରୁ ଏମିତି ଥିଲା ସଫଳତାର ଯାତ୍ରା

ସିମ୍‌ଲା: କୁହାଯାଏ କିଛି ଗୋଟେ ହାସଲ କରିବାକୁ ହେଲେ ଯଦି ମଣିଷର ଦୃଢ ଇଚ୍ଛାଶକ୍ତି ଥାଏ ତେବେ ତାକୁ କେହି ଅଟକାଇ ପାରିବେ ନାହିଁ। ସେହିପରି କଠିନ ପରିଶ୍ରମ ଓ ଆତ୍ମ ବିଶ୍ୱାସ ମଧ୍ୟ ମଣିଷ ସଫଳତାର ଆଉ ଏକ ସୂତ୍ର। ଯଦି ଆପଣଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ଅଛି, ତେବେ ଆପଣଙ୍କୁ ସେଥିପ୍ରତି ସେତିକି ସମର୍ପିତ ହେବାକୁ ହେବ।  ଆଜି ଆମେ ଜଣେ ଏଭଳି ମହିଳାଙ୍କ ବିଷୟରେ ଜାଣିବା, ଯିଏ ନିଜ ଦୃଢ ମନୋବଳ, […]

IPS FINAL

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 07:19 PM IST

ସିମ୍‌ଲା: କୁହାଯାଏ କିଛି ଗୋଟେ ହାସଲ କରିବାକୁ ହେଲେ ଯଦି ମଣିଷର ଦୃଢ ଇଚ୍ଛାଶକ୍ତି ଥାଏ ତେବେ ତାକୁ କେହି ଅଟକାଇ ପାରିବେ ନାହିଁ। ସେହିପରି କଠିନ ପରିଶ୍ରମ ଓ ଆତ୍ମ ବିଶ୍ୱାସ ମଧ୍ୟ ମଣିଷ ସଫଳତାର ଆଉ ଏକ ସୂତ୍ର। ଯଦି ଆପଣଙ୍କୁ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ଅଛି, ତେବେ ଆପଣଙ୍କୁ ସେଥିପ୍ରତି ସେତିକି ସମର୍ପିତ ହେବାକୁ ହେବ।  ଆଜି ଆମେ ଜଣେ ଏଭଳି ମହିଳାଙ୍କ ବିଷୟରେ ଜାଣିବା, ଯିଏ ନିଜ ଦୃଢ ମନୋବଳ, ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ନିଜ ସ୍ୱପ୍ନକୁ ସାକାର କରିପାରିଛନ୍ତି।

ଆମେ କହୁଛୁ ଦେଶର ଦ୍ୱିତୀୟ ମୁସଲିମ ମହିଳା ଆଇପିଏସ୍ ଅଞ୍ଜୁମ ଆରାଙ୍କ କଥା। ସେ ୟୁପିର ଆଜମଗଡ଼ସ୍ଥିତ କହ୍ମରିଆ ନାମକ ଏକ ଛୋଟ ଗାଁରେ ରୁହନ୍ତି। ସେ ଯେତେବେଳେ ଆଇପିଏସ୍ ହେବାକୁ ମନବଳାଇଥିଲେ ସେତେବେଳେ ଅନେକ ଲୋକ ତାଙ୍କୁ ନିରୁତ୍ସାହିତ କରିଥିଲେ। ଥଟ୍ଟା ସମାଲୋଚନା  ମଧ୍ୟ କରୁଥିଲେ। ସେ କିନ୍ତୁ ହାର ମାନି ନ ଥିଲେ।  କଠିନ ସାଧନା ଓ ପରିବାର ଲୋକଙ୍କ ସମର୍ଥନରେ ଅଞ୍ଜୁମ ନିଜ ସ୍ୱପ୍ନକୁ ସାକାର କରିପାରିଥିଲେ। ଅଞ୍ଜୁମଙ୍କ ସ୍ୱାମୀ ଜଣେ ଆଇଏସ୍ ଅଧିକାରୀ।

ଏହି ମୁସଲିମ ଆଇଏସ୍ ଓ ଆଇପିଏସ୍ ଦମ୍ପତ୍ତି କେବଳ ଚାକିରୀ କରିନାହାନ୍ତି ବରଂ ଭଲ କାମ କରି ସେବା ଓ ତ୍ୟାଗର ଉଦାହରଣ ସାଜିଛନ୍ତି। ଏହି ଦୁଇଜଣ ଜମ୍ମୁ କାଶ୍ମୀରରେ ସହିଦ ହୋଇଥିବା ନାଏବ ସୁବେଦାର ପରମଜିତ ସିଂଙ୍କ ଝିଅ ଖୁସଦୀପ୍‌ର ସମ୍ପୁର୍ଣ୍ଣ ପାଠ ପଢ଼ା ଦାୟିତ୍ୱ ନେଇଛନ୍ତି। ଅଞ୍ଜୁମ କହିଛନ୍ତି, “ ଆମେ ତା’ର ପାଠ ପଢ଼ା ଓ ବାହାଘର ଓ ଘରର ସମ୍ପର୍ଣ୍ଣ ଖର୍ଚ୍ଚ ଭାର ସମ୍ଭାଳିବାକୁ ସ୍ଥିର କରିଛୁ। ଖୁସଦୀପ ନିଜ ପରିବାର ସହ ରହିବାକୁ ଚାହେଁ। ତେଣୁ ଆମେ ସମୟ ସମୟରେ ତାଙ୍କ ଘରକୁ ଯାଇ ଦେଖା କରିବୁ। ତାଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବୁ। ସେ ଯଦି ଆଇଏସ୍, ଆଇପିଏସ୍ କିମ୍ବା ଅନ୍ୟ କିଛି ହେବାକୁ ଚାହିଁବେ ଆମେ ସମ୍ପୂର୍ଣ୍ଣ ସାହାଯ୍ୟ କରିବୁ।”

ସୁନୁସ୍ କହିଛନ୍ତି, “ଜଣେ ସହିଦଙ୍କ ପରିବାରର କଷ୍ଟ ଆଉ ଯନ୍ତ୍ରଣା  ଅସହ୍ୟ। ଆମେ ତାଙ୍କ ଦୁଃଖସୁଖରେ ଭାଗିଦାରୀ ହେବାକୁ ପଡ଼ିବ। ଦେଶର ନାଗରିକ ହିସାବରେ ସହିଦଙ୍କ ଝିଅର ପଢ଼ା ଦାୟିତ୍ୱ ନେବା ଆମର କର୍ତ୍ତବ୍ୟ। ଏସବୁ ପରେ ଖୁସଦୀପଙ୍କ ଉପରେ ନିର୍ଭର କରେ ଯେ, ସେ କେଉଁଠି ନିଜ ପାଠପଢ଼ା ପୂରା କରିବାକୁ ଚାହୁଁଛନ୍ତି।  ଜୀବନର ନିଷ୍ପତ୍ତି ନେବାରେ ଆମେ ତାକୁ ସାହାଯ୍ୟ କରିବୁ”।

ଅଞ୍ଜୁମଙ୍କର ଜନ୍ମ ଲକ୍ଷ୍ନୌର ଆଜମଗଡ଼ର କହ୍ମରିଆ ନାମକ ଏକ ଛୋଟ ଗାଁରେ।  ତାଙ୍କ ପିତା ଜଣେ ସିଭିଲ ଇଞ୍ଜିନିୟର ଓ ମା’ ହେଲେ ଗୃହିଣୀ। ସେ ତାଙ୍କ ପାଠପଢ଼ା ଲକ୍ଷ୍ନୌରେ ହିଁ ସାରିଛନ୍ତି।  ଆଇପିଏସ୍‌ରେ ସାମିଲ ହେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ସିମ୍‌ଲାରେ ଏସପି ଭାବେ ହୋଇଥିଲା। ସେ ବର୍ତ୍ତମାନ ହିମାଚଳର ସୋଲେନ୍ ଜିଲ୍ଲାର ଏସପି ଭାବେ କାର୍ଯ୍ୟରତ। ଅଞ୍ଜୁମଙ୍କ ସ୍ୱାମୀ ୟୁନୁସ୍ ଖାନ୍ ଡେପୁଟି କମିଶନର ଅଛନ୍ତି । ଏମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି।

Related story