ସ୍ୱତନ୍ତ୍ର ଡ୍ରୋନ୍‌ ତିଆରି କଲେ ୧୫ ବର୍ଷର ବାଳକ, ସେନାକୁ କରିପାରେ ସାହାଯ୍ୟ

ନୂଆଦିଲ୍ଲୀ: ଡ୍ରୋନ୍‌ ତିଆରି କରି ଚର୍ଚ୍ଚାରେ ୧୫ ବର୍ଷର ବାଳକ। ତାଙ୍କ ନାଁ ହର୍ଷବର୍ଦ୍ଧନ ଝାଲା। ହର୍ଷବର୍ଦ୍ଧନଙ୍କ ଏହି ଡ୍ରୋନ୍‌ ଲ୍ୟାଣ୍ଡ୍‌ ମାଇନ୍ସ ସମ୍ପର୍କରେ ସୂଚନା ଦେଇପାରିବ। ଏହାସହ ଏହାକୁ ନିଷ୍କ୍ରିୟ କରିବାର କ୍ଷମତା ମଧ୍ୟ ଏହି ଡ୍ରୋନ୍‌ର ରହିଛି। ସେ ନିର୍ମାଣ କରିଥିବା ଡ୍ରୋନ୍‌ ଭାରତୀୟ ସେନାକୁ ସାହାଯ୍ୟ କରିପାରେ। ପିଲାଟି ଦିନରୁ ହର୍ଷବର୍ଦ୍ଧନଙ୍କ ଇଲେଟ୍ରୋନିକ୍ସ ଓ ଟେକ୍‌ନୋଲଜି ଉପରେ ରୁଚି ଥିଲା। ଟିଭିରେ ଏକ ଡକ୍ୟୁମେଣ୍ଟାରୀ ଦେଖି  ଡ୍ରୋନ୍‌ ତିଆରି କରିବାକୁ ସେ ଇଚ୍ଛା […]

harshvardhan

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 02:10 PM IST

ନୂଆଦିଲ୍ଲୀ: ଡ୍ରୋନ୍‌ ତିଆରି କରି ଚର୍ଚ୍ଚାରେ ୧୫ ବର୍ଷର ବାଳକ। ତାଙ୍କ ନାଁ ହର୍ଷବର୍ଦ୍ଧନ ଝାଲା। ହର୍ଷବର୍ଦ୍ଧନଙ୍କ ଏହି ଡ୍ରୋନ୍‌ ଲ୍ୟାଣ୍ଡ୍‌ ମାଇନ୍ସ ସମ୍ପର୍କରେ ସୂଚନା ଦେଇପାରିବ। ଏହାସହ ଏହାକୁ ନିଷ୍କ୍ରିୟ କରିବାର କ୍ଷମତା ମଧ୍ୟ ଏହି ଡ୍ରୋନ୍‌ର ରହିଛି। ସେ ନିର୍ମାଣ କରିଥିବା ଡ୍ରୋନ୍‌ ଭାରତୀୟ ସେନାକୁ ସାହାଯ୍ୟ କରିପାରେ।

ପିଲାଟି ଦିନରୁ ହର୍ଷବର୍ଦ୍ଧନଙ୍କ ଇଲେଟ୍ରୋନିକ୍ସ ଓ ଟେକ୍‌ନୋଲଜି ଉପରେ ରୁଚି ଥିଲା। ଟିଭିରେ ଏକ ଡକ୍ୟୁମେଣ୍ଟାରୀ ଦେଖି  ଡ୍ରୋନ୍‌ ତିଆରି କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ହର୍ଷବର୍ଦ୍ଧନ ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ତିନୋଟି ପୋଟୋଟାଇପସ୍‌ ଡ୍ରୋନ୍‌ ତିଆରି କରିଛନ୍ତି। ସେଥିମଧ୍ୟରୁ ଦୁଇଟି ଡ୍ରୋନ୍‌ ତିଆରି କରିବାକୁ  ଘର ଲୋକେ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ତେବେ ସରକାରଙ୍କ ସହାୟତାରେ ସେ ତୃତୀୟ ଡ୍ରୋନ୍ କରିବାରେ ସଫଳ ହୋଇଛନ୍ତି।

ସରକାରୀ ରିପୋର୍ଟ ଅନୁସାରେ, ବର୍ଷ ୨୦୦୯ରୁ  ୨୦୧୩ ମଧ୍ୟରେ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ୭୫୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏକ ରିପୋର୍ଟ ଅନୁସାରେ, ଏହି ଡ୍ରୋନ୍‌ରେ ଇନ୍‌ଫ୍ରାରେଡ୍‌, ଆରଜିବି ସେନ୍‌ସର ଓ ଥର୍ମଲ ମିଟର ସହିତ ୨୧ଟି  ମେଗାପିକ୍ସଲ କ୍ୟାମେରା ଓ ମେକାନିକଲ ଷ୍ଟର ଲାଗିଛି। ଏହି ଡ୍ରୋନ୍‌ ଲ୍ୟାଣ୍ଡ ମାଇନ୍ସକୁ ଚିହ୍ନଟ କରିବା ସହ ଆଠ ବର୍ଗ ମିଟର ଅଞ୍ଚଳକୁ ଯାଞ୍ଚ କରିଥାଏ। ଡ୍ରୋନ୍‌ଟି ଦୁଇ ଫୁଟ୍‌ ଉପରେ ଉଡ଼ିବା ସହ ବେସ୍‌ ଷ୍ଟେସନ୍‌ର ସିଗନାଲ୍‌ ପଠାଇଥାଏ ଓ ସାଙ୍ଗରେ କିଛି ଓଜନର ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ମଧ୍ୟ ନେଇପାରେ।

ହର୍ଷବର୍ଦ୍ଧନ ଚାହାଁନ୍ତି ତାଙ୍କର ଏହି ଡ୍ରୋନ୍‌କୁ ପେଣ୍ଟେଟ ଦିଆଯିବା ସହ ବି ଭିନ୍ନ ହେଡ୍‌ କ୍ୱାର୍ଟର୍ସକୁ ପଠାଯାଉ।

Related story