ବିମାନରେ ଗଲା ମଲା ମଣିଷର ହୃଦୟ, ଜାଣନ୍ତୁ କ’ଣ ହେଲା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କୁହାଯାଏ ଇଶ୍ୱରଙ୍କ ସୃଷ୍ଟିରେ କିଛି  ବେକାର ଯାଏନି।  ଏମିତି କି ଯଦି ଶରୀରର କେତେକ ଅଙ୍ଗକୁ ସଦ୍‌ବ୍ୟବହାର କରାଯାଏ ତେବେ ସେ ଆଉ କାହା ପାଇଁ ନୂଆ ଜୀବନ ହୋଇପାରେ।  ମୃତ୍ୟୁ ପରେ ବି ସେହି ଅଙ୍ଗ ମରିପାରେନା। ଏହାର ଏକ ବିରଳ ଉଦାହରଣ ଝାଡ଼ଖଣ୍ଡରେ ଘଟିଛି। ଜଣେ ମୃତ ଯୁବକଙ୍କ ହୃଦୟକୁ ବିମାନରେ କୋଲକାତା ଅଣାଯାଇ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କକ୍ଷେତ୍ରରେ ସଫଳ ପ୍ରତିରୋପଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ହୃଦୟ ପ୍ରତିରୋପଣ […]

life

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 02:50 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କୁହାଯାଏ ଇଶ୍ୱରଙ୍କ ସୃଷ୍ଟିରେ କିଛି  ବେକାର ଯାଏନି।  ଏମିତି କି ଯଦି ଶରୀରର କେତେକ ଅଙ୍ଗକୁ ସଦ୍‌ବ୍ୟବହାର କରାଯାଏ ତେବେ ସେ ଆଉ କାହା ପାଇଁ ନୂଆ ଜୀବନ ହୋଇପାରେ।  ମୃତ୍ୟୁ ପରେ ବି ସେହି ଅଙ୍ଗ ମରିପାରେନା। ଏହାର ଏକ ବିରଳ ଉଦାହରଣ ଝାଡ଼ଖଣ୍ଡରେ ଘଟିଛି। ଜଣେ ମୃତ ଯୁବକଙ୍କ ହୃଦୟକୁ ବିମାନରେ କୋଲକାତା ଅଣାଯାଇ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କକ୍ଷେତ୍ରରେ ସଫଳ ପ୍ରତିରୋପଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ହୃଦୟ ପ୍ରତିରୋପଣ କରିଥିବା ଫୋର୍ଟିସ୍ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ।

ସୂଚନାଅନୁସାରେ,  ମେ’ ୧୯ ତାରିଖରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ ବେଙ୍ଗଲୁରୁର ଜଣେ ୨୧ ବର୍ଷୀୟ ଯୁବକ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତ ଯୁବକଙ୍କ ଅଭିଭାବକ ତାଙ୍କର ଶରୀର ଦାନ କରିବାକୁ କହିଥିଲେ। ଯାହାକି ଝାଡଖଣ୍ଡର ଏହି ବ୍ୟକ୍ତିଙ୍କ ଜୀବନ ବଞ୍ଚିବାର ଆଶା ସଞ୍ଚାର ହୋଇଥିଲା।

ଏହାର କିଛି ସମୟ ପରେ ହୃଦୟ ପ୍ରତିରୋପଣ କରୁଥିବା ଡାକ୍ତରଙ୍କ ଏକ ଟିମ୍‌ ଦାନକର୍ତ୍ତାଙ୍କ ହୃଦୟ ତାଙ୍କ ଶରୀରରୁ ସକାଳେ ୭ଟାରେ ବାହାର କରିଥିଲେ। ଏହାପରେ ଏକ  ଗ୍ରୀନ୍‌ କରିଡର ରାସ୍ତାରେ ଏହି ହୃଦୟକୁ ଡାକ୍ତରଖାନାରୁ ବେଙ୍ଗଲୁରୁ ବିମାନ ବନ୍ଦରକୁ ନିଆଯାଇଥିଲା। ଏହାପରେ ବିମାନ ସାହାଯ୍ୟରେ କୋଲକାତା ପଠାଇ ଦିଆଯାଇଥିଲା। କୋଲକାତାରେ ଏହି ହୃଦୟ ପହଞ୍ଚିଲା ପରେ ଗ୍ରୀନ କରିଡର ସାହାଯ୍ୟରେ ଆନନ୍ଦପୁରର ଫୋର୍ଟିସ୍ ହସ୍ପିଟାଲକୁ ଅଣାଯାଇଥିଲା।

ଏହାପରେ ଡାକ୍ତରଙ୍କ ଏକ ଟିମ୍‌ ଦୁଇ ଘଣ୍ଟା ପର୍ଯ୍ୟନ୍ତ ହୃଦୟ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ଅପରେସନ୍ କରିଥିଲେ। ଆଉ ସଫଳତାର ସହ ହୃଦୟ ପ୍ରତିରୋପଣ କରିଥିଲେ। ଅପରେସନ୍ କରିଥିବା ଜଣେ ଡାକ୍ତର କହିଛନ୍ତି,“ଉକ୍ତ ରୋଗୀ ଏବେ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସିତ ଅବସ୍ଥାରେ ରହିବେ। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।”

Related story