ସମ୍ ଅଗ୍ନିକାଣ୍ଡ: ୪ କର୍ମଚାରୀଙ୍କୁ ନିଲମ୍ୱନ କଲେ ମେଡିକାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଗତକାଲି ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ଘଟଣାରେ ୪ ଜଣ ବିଦ୍ୟୁତ୍‌ କର୍ମଚାରୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନିଲମ୍ୱନ କରିଛନ୍ତି। ନିଲମ୍ବିତ କର୍ମଚାରୀମାନେ ହେଲେ ଫାୟାର ଅଫଇସର, ମ୍ୟାନେଜର ଏବଂ ଦୁଇଜଣ କର୍ମଚାରୀ। ଏହାସହିତ ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ସମ୍‌ ହସ୍ପିଟାଲ ପିଆର୍‌ଓ ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି,“ଗତକାଲି ସନ୍ଧ୍ୟାରେ ସମ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଭୟଭୀତ ହୋଇ ପଳାଇଥିବା ରୋଗୀ ଆଜି ପୁଣି ଫେରୁଛନ୍ତି। […]

sum

Rakesh Mallick
  • Published: Tuesday, 18 October 2016
  • , Updated: 18 October 2016, 04:38 PM IST

ଭୁବନେଶ୍ୱର: ଗତକାଲି ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ଘଟଣାରେ ୪ ଜଣ ବିଦ୍ୟୁତ୍‌ କର୍ମଚାରୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନିଲମ୍ୱନ କରିଛନ୍ତି। ନିଲମ୍ବିତ କର୍ମଚାରୀମାନେ ହେଲେ ଫାୟାର ଅଫଇସର, ମ୍ୟାନେଜର ଏବଂ ଦୁଇଜଣ କର୍ମଚାରୀ। ଏହାସହିତ ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି।

ସମ୍‌ ହସ୍ପିଟାଲ ପିଆର୍‌ଓ ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି,“ଗତକାଲି ସନ୍ଧ୍ୟାରେ ସମ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଭୟଭୀତ ହୋଇ ପଳାଇଥିବା ରୋଗୀ ଆଜି ପୁଣି ଫେରୁଛନ୍ତି। ଆଇସିୟୁ, ଜରୁରୀ କାଳୀନ ବିଭାଗ ଓ ଡାଏଲେସିସି ବ୍ୟତୀତ ଅନ୍ୟ ବିଭାଗ ଗୁଡ଼ିକରେ ରୋଗୀ ସେବା ଚାଲିଛି। ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ବ୍ୟବସ୍ଥା କରାଯିବା ସହ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦିଆଯିବ।”

Related story