ବାହାଦୁର ସୁବେଦାର, ଛାତିରେ ଗୁଳି ଖାଇ ବି ଆତଙ୍କବାଦୀଙ୍କୁ ବାଟ ଛାଡିଲେ ନାହିଁ

ଶ୍ରୀନଗର: ଛାତିରେ ବାଜିଥିଲା ଏକେ-୪୭ର ଗୁଳି। ତଥାପି ହାରିଲେନି ଦମ୍ଭ। ପ୍ରାଚୀର ପରି ଆତଙ୍କବାଦୀଙ୍କ ଆଗରେ ଛିଡା ହୋଇ ଲଢ଼ିଲେ ଓ ନିଜ ପରିବାର ସହ ଅନ୍ୟ ଯବାନଙ୍କ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଲେ। ଏହା ହେଉଛି ଶନିବାର ଦିନ ଜମ୍ମୁ ଓ କାଶ୍ମୀର ସୁଞ୍ଜୱାନ ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ୫୦ବର୍ଷିୟ ସୁବେଦାର ମଦନ ଲାଲ ଚୌଧୁରୀଙ୍କ ବୀରତ୍ୱର କାହାଣୀ। ଆତଙ୍କବାଦୀମାନେ ସେନାର ଫ୍ୟାମିଲି କ୍ୱାର୍ଟର୍ସ ଉପରେ ଆକ୍ରମଣ କରିଥିଲେ। […]

army

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 10:55 AM IST

ଶ୍ରୀନଗର: ଛାତିରେ ବାଜିଥିଲା ଏକେ-୪୭ର ଗୁଳି। ତଥାପି ହାରିଲେନି ଦମ୍ଭ। ପ୍ରାଚୀର ପରି ଆତଙ୍କବାଦୀଙ୍କ ଆଗରେ ଛିଡା ହୋଇ ଲଢ଼ିଲେ ଓ ନିଜ ପରିବାର ସହ ଅନ୍ୟ ଯବାନଙ୍କ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଲେ। ଏହା ହେଉଛି ଶନିବାର ଦିନ ଜମ୍ମୁ ଓ କାଶ୍ମୀର ସୁଞ୍ଜୱାନ ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ୫୦ବର୍ଷିୟ ସୁବେଦାର ମଦନ ଲାଲ ଚୌଧୁରୀଙ୍କ ବୀରତ୍ୱର କାହାଣୀ।

ଆତଙ୍କବାଦୀମାନେ ସେନାର ଫ୍ୟାମିଲି କ୍ୱାର୍ଟର୍ସ ଉପରେ ଆକ୍ରମଣ କରିଥିଲେ। ଏହି କ୍ୱାର୍ଟର୍ସରେ ମଦନ ଲାଲଙ୍କ ପରିବାର ଲୋକେ ମଧ୍ୟ ଥିଲେ। ସୁବେଦାରଙ୍କ ପରିବାର ଲୋକେ ତାଙ୍କ ସମ୍ପର୍କୀୟଙ୍କ ବାହାଘର ପାଇଁ  ଜିନିଷ କିଣିବାକୁ ଏଠାକୁ  ଆସିଥିଲେ। ମଦନ ଲାଲଙ୍କ ଭାଇ ସୁରିନ୍ଦର ଚୌଧୁରୀ କହଛନ୍ତି, “ଆତଙ୍କବାଦୀମାନେ କ୍ୱାର୍ଟର୍ସ ଉପରକୁ ଆକ୍ରମଣ କରିବା କ୍ଷଣି ମଦନଲାଲ୍ ସେମାନଙ୍କୁ ପଛ ଗେଟ୍‌ ଦେଇ ସୁରକ୍ଷିତ ବାହାର କରିଥିଲେ। ଏହାପରେ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ଆରମ୍ଭ କରିଥିଲେ। ଛାତିରେ ଗୁଳି ବାଜିବା ପରେ ମଧ୍ୟ ଶେଷ ନିଶ୍ୱାସ ଯିବା ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ବାଟ ଓଗାଳି ଦମ୍ଭର ସହ ଛିଡା ହୋଇ ରହିଥିଲେ। ମୁଁ ମୋ ଭାଇ ପାଇଁ ଗର୍ବ ଅନୁଭବ କରୁଛି। ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇ ଦେଲେ ଓ ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରିଦେଲେ।”

ସୂଚନାଯୋଗ୍ୟ, ମଦନ ଲାଲ ଆତଙ୍କବାଦୀମାନଙ୍କ ସହ ଏକା ଲଢୁଥିବା ବେଳେ ଅନ୍ୟ ଯବାନମାନଙ୍କୁ ପୋଜିସନ୍‌ ନେବାକୁ ସମୟ ମିଳି ଯାଇଥିଲା। ଯାହା ଫଳରେ ଆତଙ୍କବାଦୀଙ୍କ ଯୋଜନା ସଫଳ ହୋଇ ପାରି ନଥିଲା।

ଏହି ଗୁଳିବିନିମୟରେ ମଦନ ଲାଲଙ୍କ ୨୦ ବର୍ଷୀୟ ଝିଅ ନେହାଙ୍କ ଗୋଡରେ ମଧ୍ୟ ଗୁଳି ବାଜିଛି। ଏହାସହିତ ତାଙ୍କ ପରିବାରର କିଛି ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

Related story