ସାବାସ୍‌ ବୀରେନ୍ଦ୍ର! ତିଆରି କଲେ ସୁପର ବାଇକ୍‌, ଘଣ୍ଟାକୁ ସ୍ପିଡ୍‌ ୧୦୦ କିମି, ଦାମ୍‌ ମାତ୍ର...

କାନପୁର: କଲ୍ୟାଣପୁର ସ୍ଥିତ ବାରା ସିରୋହିରେ ରହୁଥିବା ବିରେନ୍ଦ୍ର କୁମାର ଶୁକ୍ଲା ଏକ ଏପରି ବାଇକ୍‌ ତିଆରି କରିଛନ୍ତି ଯାହାକୁ ଥରେ ଚାର୍ଜ କରିବା ଦ୍ୱାରା ୭୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅପ୍‌ଗ୍ରେଡ୍‌ ମଧ୍ୟ କରିହେବ। ସାଧାରଣତଃ ବଜାରରେ ମିଳୁଥିବା ବ୍ୟାଟେରୀ ଚାଳିତ ବାଇକ୍‌ ୪୫ରୁ ୫୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ସ୍ପିଡରେ ଚାଲୁଥିବା ବେଳେ ବିରେନ୍ଦ୍ର ଦ୍ୱାରା ତିଆରି ହୋଇଥିବା ଏହି ବାଇକ୍‌ ୧୦୦ କିମି ପ୍ରତି […]

bike

Rakesh Mallick
  • Published: Monday, 05 February 2018
  • , Updated: 05 February 2018, 02:50 PM IST

କାନପୁର: କଲ୍ୟାଣପୁର ସ୍ଥିତ ବାରା ସିରୋହିରେ ରହୁଥିବା ବିରେନ୍ଦ୍ର କୁମାର ଶୁକ୍ଲା ଏକ ଏପରି ବାଇକ୍‌ ତିଆରି କରିଛନ୍ତି ଯାହାକୁ ଥରେ ଚାର୍ଜ କରିବା ଦ୍ୱାରା ୭୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅପ୍‌ଗ୍ରେଡ୍‌ ମଧ୍ୟ କରିହେବ। ସାଧାରଣତଃ ବଜାରରେ ମିଳୁଥିବା ବ୍ୟାଟେରୀ ଚାଳିତ ବାଇକ୍‌ ୪୫ରୁ ୫୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ସ୍ପିଡରେ ଚାଲୁଥିବା ବେଳେ ବିରେନ୍ଦ୍ର ଦ୍ୱାରା ତିଆରି ହୋଇଥିବା ଏହି ବାଇକ୍‌ ୧୦୦ କିମି ପ୍ରତି ଘଣ୍ଟା ସ୍ପିଡ୍‌ରେ ଚାଲୁଛି। ସେହିପରି ଆଇଆଇଟି-କାନପୁର ବିରେନ୍ଦ୍ରଙ୍କ ଏହି ଫର୍ମୁଲାକୁ ହିଟ୍‌ ଫର୍ମୁଲା କହି ପ୍ରଶଂସା କରିଛି।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିରେନ୍ଦ୍ର ଏହି ବାଇକ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ୟାଟେରୀ ଦ୍ୱାରା ଚାଲୁଥିବା ବାଇକ୍‌ ବଜାରରେ ୪୦ରୁ ୫୦ ହଜାର ଟଙ୍କାରେ ମିଳିଯାଉଛି। ଏହାର ସ୍ପିଡ୍ ବହୁତ କମ୍ ରହୁଛି। କିନ୍ତୁ ମୋ ବାଇକ୍‌ ମାତ୍ର ୨୦ ହଜାର ଟଙ୍କାରେ ପ୍ରସ୍ତୁତ ହୋଇଛି ଓ ଏହାର ସ୍ପିଡ୍‌ ମଧ୍ୟ ବଜାରରେ ମିଳୁଥିବା ବାଇକ୍ ତୁଳନାରେ ଅଧିକ। ଏଥିରେ ସୁପର ବାଇକ୍‌ ଭଳି ଫିଚର ରହିଛି।

୩୦ ବର୍ଷର ବିରେନ୍ଦ୍ର କହିଛନ୍ତି, “ମୋ ବାପା ଶରଣ ଶୁକ୍ଲା ଆରା ମେସିନ୍‌ରେ ମେକାନିକ୍‌ ଭାବେ କାମ କରୁଥିଲେ। ମାଆ ରାଜକୁମାରୀ ଶୁକ୍ଲା ଜଣେ ଗୃହଣୀ।୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ତୃତୀୟ ସନ୍ତାନ। ବାପାଙ୍କର ସ୍ଥାୟୀ ଚାକିରି ନଥିବାରୁ ପିଲାଦିନ ମୋର ଅଭାବ ଅନଟନରେ କଟିଛି। ୨୦୧୫ରେ ମୋ ବିବାହ ଗୌରିଙ୍କ ସହ ହୋଇଥିଲା। ଏକବର୍ଷ ପରେ ଗୌରୀଙ୍କ ଦେହ ଖରାପ ହୋଇଯିବାରୁ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ପାଖକୁ ନେଇଥିଲୁ। ସେଠାରେ ତାଙ୍କ ଛାତିରେ ଛିନ୍ଦ୍ର ଥିବା ଜଣାପଡିଥିଲା। ଚିକିତ୍ସା ପାଇଁ ଦେଢ ଲକ୍ଷ ଟଙ୍କା ଆବଶ୍ୟକ ଥିଲା। ବହୁତ କଷ୍ଟରେ ଟଙ୍କା ଯୋଗାଡ କରି ଚିକିତ୍ସା କରାଇଲି। ଘର ସମ୍ଭାଳିବା ଲାଗି ଭିଡିଓଗ୍ରାଫି କାମ କରିବା ଆରମ୍ଭ କରିଛି। ମୋର ମଧ୍ୟ କୌଣସି ସ୍ଥାୟୀ ଚାକିରି ନଥିବାରୁ ଘର ଖର୍ଚ୍ଚ ଉଠାଇବାରେ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି।

Related story