ଯେବେ ସୁପରଷ୍ଟାର୍ ଅନୁଭବ ମହାନ୍ତି ଟିଭିରେ ନ୍ୟୁଜ୍ ପଢ଼ନ୍ତି...

ଭୁବନେଶ୍ୱର: ନ୍ୟୁଜ୍‌ରୁ ମିଳିଥାଏ ସମସ୍ତ ଖବର। ଏଥିରେ ଆଙ୍କର ବା ପ୍ରତିବେଦକଙ୍କର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଆଙ୍କରଙ୍କ ଉପସ୍ଥାପନା ଶୈଳୀ ହିଁ ଦର୍ଶକଙ୍କୁ ବାନ୍ଧି ରଖିଥାଏ। ଏଥିପାଇଁ ନ୍ୟୁଜ୍‌ରେ ଆଙ୍କରଙ୍କ ଭୂମିକାକୁ ଅଣଦେଖା କରାଯାଇ ପାରିବ ନାହିଁ। ଏଥିପାଇଁ ଏ ଦିଗ ପ୍ରତି ସବୁ ନ୍ୟୁଜ୍‌ ଚ୍ୟାନେଲ୍‌ ବିଶେଷ ଦୃଷ୍ଟି ଦେଇଥାନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କୌଣସି ଫିଲ୍ମଷ୍ଟାର୍‌ କେବେ ନ୍ୟୁଜ୍‌ ପଢିବାର। ଆଜି ଏପରି ଏକ ନିଆରା ପ୍ରୟାସ କରିଥିଲା ଓଡ଼ିଶାର ନମ୍ବର ୱାନ୍‌ […]

anubhab1

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 09:07 PM IST

ଭୁବନେଶ୍ୱର: ନ୍ୟୁଜ୍‌ରୁ ମିଳିଥାଏ ସମସ୍ତ ଖବର। ଏଥିରେ ଆଙ୍କର ବା ପ୍ରତିବେଦକଙ୍କର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଆଙ୍କରଙ୍କ ଉପସ୍ଥାପନା ଶୈଳୀ ହିଁ ଦର୍ଶକଙ୍କୁ ବାନ୍ଧି ରଖିଥାଏ। ଏଥିପାଇଁ ନ୍ୟୁଜ୍‌ରେ ଆଙ୍କରଙ୍କ ଭୂମିକାକୁ ଅଣଦେଖା କରାଯାଇ ପାରିବ ନାହିଁ। ଏଥିପାଇଁ ଏ ଦିଗ ପ୍ରତି ସବୁ ନ୍ୟୁଜ୍‌ ଚ୍ୟାନେଲ୍‌ ବିଶେଷ ଦୃଷ୍ଟି ଦେଇଥାନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କୌଣସି ଫିଲ୍ମଷ୍ଟାର୍‌ କେବେ ନ୍ୟୁଜ୍‌ ପଢିବାର। ଆଜି ଏପରି ଏକ ନିଆରା ପ୍ରୟାସ କରିଥିଲା ଓଡ଼ିଶାର ନମ୍ବର ୱାନ୍‌ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’। ଆଜି ଏପରି କିଛି ଦେଖିବାକୁ ମିଳିଥିଲା ‘ଓଟିଭ’ର 8 PM ବୁଲେଟିନ୍‌ରେ। ନ୍ୟୁଜ୍‌ ଷ୍ଟୁଡିଓରେ ଆଙ୍କରଙ୍କ ସହ ବସିଥିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି।

ଯେହେତୁ ଜଣେ ଲୋକପ୍ରିୟ ଅଭିନେତା ନ୍ୟୁଜ୍ ପଢୁଥିଲେ, ଦର୍ଶକ ଖୁବ୍ ଉତ୍କଣ୍ଠାର ସହ ଆଜି ରାତି ୮ଟା ବୁଲେଟିନ୍‌ ଦେଖିଥିଲେ। ଅନୁଭବ କେବଳ ନ୍ୟୁଜ୍ ପଢ଼ି ନ ଥିଲେ, ପ୍ରତି ଖବର ଉପରେ ନିଜ ମତ ରଖିବାକୁ ବି ଭୁଲି ନ ଥିଲେ। ଚେଷ୍ଟା କରିଥିଲେ, ନିର୍ଭୁଲ୍ ଭାବେ ଖବର ପଢ଼ିବାକୁ, ଆଉ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ଲାଗି ନ ଥିଲା ଅନୁଭବ ପ୍ରଥମଥର ପାଇଁ କୌଣସି ଟିଭି ଚ୍ୟାନେଲ୍‌ରେ ନ୍ୟୁଜ୍‌ ପଢୁଛନ୍ତି।

ଓଡ଼ିଆ ସିନେମାରେ ବେତାଜ ବାଦଶାହା ଭାବେ ଅନୁଭବ ଏବେ ରାଜ କରୁଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନରେ ରିଲିଜ୍‌ ହୋଇଛି ତାଙ୍କର ଆକ୍ସନ ଭରା ଚଳଚ୍ଚିତ୍ର ‘ଅଭୟ’। ଖାଲି ଅଭିନୟ ନୁହେଁ ରାଜନୀତିରେ ମଧ୍ୟ ଅନୁଭବ ଭାଗ୍ୟ ପରୀକ୍ଷା କରି ସଫଳତା ପାଇଛନ୍ତି। ସେ ଏବେ ବିଜେଡିର ସାଂସଦ ଅଛନ୍ତି।

ସବୁବେଳେ ସାମାଜିକ କାମରେ ନିଜକୁ ସାମିଲ କରୁଥିବା ଅନୁଭବଙ୍କୁ ଆଜି ନ୍ୟୁଜ୍‌ ଆଙ୍କର ଅବତାରରେ ଦେଖି ଦର୍ଶକ ମଧ୍ୟ ବହୁତ ଖୁସି ହୋଇଛନ୍ତି।

Related story