ଅଜବ ପରମ୍ପରା: ଏଠି ବର୍ଷର ୫ ଦିନ ମହିଳାମାନେ ଉଲଗ୍ନ ରୁହନ୍ତି, ହେଲେ କାହିଁକି?

ସିମ୍‌ଲା: ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖିଲାଣି। ହେଲେ ଏବେ ବି କିଛି ଅନ୍ଧ ବିଶ୍ୱାସ ଓ ପୁରୁଣା  ପରମ୍ପରାରେ ବୁଡ଼ି ରହିଛି ମଣିଷ। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ୱାସରେ ଛନ୍ଦି ହୋଇପଡ଼ି ଥିବା ମଣିଷ ସେଥିରୁ ମୁକୁଳି ପାରୁନି। ଏକବିଂଶ ଶତାବ୍ଦୀରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ଏବେ ବି ବଞ୍ଚିରହିଛି। ଯାହା ଖୁବ୍‌ ଆଶ୍ଚର୍ଯ୍ୟଜନକ।  ଏହି ଯେମିତି ହିମାଚଳ ପ୍ରଦେଶର […]

ppppp

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 08:37 AM IST

ସିମ୍‌ଲା: ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖିଲାଣି। ହେଲେ ଏବେ ବି କିଛି ଅନ୍ଧ ବିଶ୍ୱାସ ଓ ପୁରୁଣା  ପରମ୍ପରାରେ ବୁଡ଼ି ରହିଛି ମଣିଷ। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ୱାସରେ ଛନ୍ଦି ହୋଇପଡ଼ି ଥିବା ମଣିଷ ସେଥିରୁ ମୁକୁଳି ପାରୁନି। ଏକବିଂଶ ଶତାବ୍ଦୀରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ଏବେ ବି ବଞ୍ଚିରହିଛି। ଯାହା ଖୁବ୍‌ ଆଶ୍ଚର୍ଯ୍ୟଜନକ।  ଏହି ଯେମିତି ହିମାଚଳ ପ୍ରଦେଶର ଗୋଟିଏ ଅଞ୍ଚଳରେ ମହିଳାମାନେ ୫ ଦିନ ଉଲଗ୍ନ ରହିବା। ଏଭଳି ପରମ୍ପରା ବର୍ଷକୁ ଥରେ ପାଳନ କରାଯାଇଥାଏ। ଏହି ସମୟରେ ସେମାନେ ପୁରୁଷଙ୍କ ସମ୍ମୁଖକୁ ଆସନ୍ତି ନାହିଁ। ହିମାଚଳପ୍ରଦେଶର ମଣିକର୍ଣ୍ଣ ଘାଟି ପାଦଦେଶର ଗାଁ ପିଣିର ମହିଳମାନେ ଏହି ମହିଳାମାନେ ନିଷ୍ଠାର ସହ ଏହି ପରମ୍ପରାକୁ ପାଳନ କରିଥାନ୍ତି।

ଅଗଷ୍ଟ ୧୭ରୁ ୨୧ ତାରିଖ ଭିତରେ ପିଣି ଗାଁର ମହିଳାମାନେ ଏହି ପରମ୍ପରା ପାଳନ କରିଥାନ୍ତି। ପରିବାରର ମଙ୍ଗଳ ପାଇଁ ସମ୍ପୂର୍ଣ୍ଣ ଉଲ୍ଲଗ୍ନ ରହିଥାଆନ୍ତି। ଏହି ସମୟରେ ସେମାନେ ପୁରୁଷଙ୍କ ଆଗକୁ ଆସନ୍ତି ନାହିଁ। ଏପରିକି ସ୍ୱାମୀ ସ୍ତ୍ରୀ ଆଗକୁ ଆସନ୍ତି ନାହିଁ। ଯେଉଁ ମହିଳା ଏହି ପରମ୍ପରା ଠିକ୍‌ ଭାବେ ପାଳନ କରେନାହିଁ ତାଙ୍କ ପରିବାର ଉପରେ ବିପଦ ମାଡ଼ି ଆସେ ବୋଲି ବିଶ୍ୱାସ ରହିଛି । ଏହା ଏକ କୁତ୍ସିତ ପରମ୍ପରା ହୋଥିଲେ ମଧ୍ୟ ମହିଳାମାନେ ଏହାକୁ ଭୟରେ ମାନିଥାନ୍ତି। ଏହି ସମୟରେ ବିଶେଷ ପୂଜାର ମଧ୍ୟ ଆୟୋଜନ କରାଯାଇଥାଏ। କୌଣସି ବ୍ୟକ୍ତି କାହାର ମନ୍ଦ ଚିନ୍ତା କରନ୍ତି ନାହିଁ। ଏପରିକି ହସନ୍ତି ନାହିଁ। ମଦ ଓ ଆମିସଠାରୁ ଦୂରେଇ ରୁହନ୍ତି। ଏପରି ପରମ୍ପରାକୁ ନିଷ୍ଠାର ସହ ପାଳନ କରାଯିବା ପଛରେ ରହିଛି ଏକ ପୌରାଣିକ ତତ୍ତ୍ୱ ରହିଛି।

ବହୁବର୍ଷ ତଳେ ଏକ ରାକ୍ଷସର ଛାଇ ଉକ୍ତ ଗାଁ ଉପରେ ପଡ଼ିଥିଲା। ସୁନ୍ଦର ଲୁଗା ପିନ୍ଧୁଥିବା ବ୍ୟକ୍ତିଙ୍କୁ ରାକ୍ଷସ ଉଠାଇ ନେଉଥିଲା। ଗାଁ ଲୋକଙ୍କ ଗୁହାରି ଶୁଣି ଲାହୁଆ ଘୋଡ଼ ନାମକ ଜଣେ ଦେବତା ଆସି ରାକ୍ଷସକୁ ବଦ୍ଧ କରିଥିଲେ। ସେହିଦିନଠାରୁ ଏହି ଦେବତାଙ୍କୁ ପୂଜା କରାଯାଉଛି। ଏପରିକି ଏହି ପରମ୍ପରାକୁ ଅତି ଉତ୍ସାହର ସହ ପାଳନ କରାଯାଉଛି। ଏହି ସମୟରେ ଗାଁକୁ ମାଦକ ଦ୍ରବ୍ୟ ମନା।

Related story