ପକ୍କା ହେବ ସର୍ଜିକାଲ ଷ୍ଟ୍ରାଇକ ପାର୍ଟ-୨: କେବେ, କେଉଁଠି, କାହା ଉପରେ, ପଢନ୍ତୁ ଏହି ରିପୋର୍ଟ

ସର୍ଜିକାଲ୍ ଷ୍ଟ୍ରାଇକ୍ ପାର୍ଟ-୨। ସମାନ ଷ୍ଟାଇଲରେ ହେବ ଅପରେସନ୍। ବୋମା ପଡିବ, ଗୁଳି ବର୍ଷିବ। ଖିନଭିନ୍ ହେଇଯିବ ଆତଙ୍କିର ଅନ୍ତୁଡ଼ିଶାଳ। ଟେର୍ ପାଇବନି ପ୍ରତିପକ୍ଷ। ଆଉ ଏ ଯୁଦ୍ଧ ପାଇଁ ଆରମ୍ଭ ହୋଇଛି ସମରସଜ୍ଜା । କେବଳ ଇସାରାକୁ ଅପେକ୍ଷା ।  ନେତୃତ୍ୱ ନେଉଛନ୍ତି ସେହି ସମାନ ବ୍ୟକ୍ତି, ଯିଏ ସର୍ଜିକାଲ୍ ଷ୍ଟ୍ରାଇକ୍-ପାର୍ଟ-୧ର ନେଇଥିଲେ ନେତୃତ୍ୱ। ଅଜିତ୍ ଡୋଭାଲ୍। ଗୁପ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା। ଏକଦମ୍ ସିକ୍ରେଟ୍ ମିଶନ୍। ହେଲେ ସର୍ଜିକାଲ୍ ଷ୍ଟ୍ରାଇକ୍ […]

surgicalstrike

Rakesh Mallick
  • Published: Thursday, 04 May 2017
  • , Updated: 04 May 2017, 05:29 PM IST

ସର୍ଜିକାଲ୍ ଷ୍ଟ୍ରାଇକ୍ ପାର୍ଟ-୨। ସମାନ ଷ୍ଟାଇଲରେ ହେବ ଅପରେସନ୍। ବୋମା ପଡିବ, ଗୁଳି ବର୍ଷିବ। ଖିନଭିନ୍ ହେଇଯିବ ଆତଙ୍କିର ଅନ୍ତୁଡ଼ିଶାଳ। ଟେର୍ ପାଇବନି ପ୍ରତିପକ୍ଷ। ଆଉ ଏ ଯୁଦ୍ଧ ପାଇଁ ଆରମ୍ଭ ହୋଇଛି ସମରସଜ୍ଜା । କେବଳ ଇସାରାକୁ ଅପେକ୍ଷା ।  ନେତୃତ୍ୱ ନେଉଛନ୍ତି ସେହି ସମାନ ବ୍ୟକ୍ତି, ଯିଏ ସର୍ଜିକାଲ୍ ଷ୍ଟ୍ରାଇକ୍-ପାର୍ଟ-୧ର ନେଇଥିଲେ ନେତୃତ୍ୱ। ଅଜିତ୍ ଡୋଭାଲ୍। ଗୁପ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା। ଏକଦମ୍ ସିକ୍ରେଟ୍ ମିଶନ୍।

ହେଲେ ସର୍ଜିକାଲ୍ ଷ୍ଟ୍ରାଇକ୍ ହେବନି ପାକିସ୍ତାନର ଆତଙ୍କି କ୍ୟାମ୍ପ ଉପରେ। ବଂର ଏଥର ବୋମା ପଡିବ ଗରିଲା ବାହିନୀ ଉପରେ। ଏଥର ଗୁଳି ବର୍ଷା ହେବ ଦେଶର ଖାଇ ଦେଶର ଅନିଷ୍ଟ କରୁଥିବା ବିଭୀଷଣଙ୍କ ଉପରେ। ଯେଉଁମାନେ ଦେଶରେ ରହି ଦେଶ ପାଇଁ ସାଜିଛନ୍ତି ଆତଙ୍କ। ଯେଉଁମାନେ ଆଦର୍ଶର ଲଢେଇ ନାଁରେ ନୀରିହ ଲୋକଙ୍କ ନେଉଛନ୍ତି ଜୀବନ। ଯେଉଁମାନେ ଲୁଚିଛପି କାପୁରୁଷଙ୍କ ଭଳି ଆକ୍ରମଣ କରୁଛନ୍ତି ସୁରକ୍ଷାକର୍ମୀଙ୍କ ଉପରେ।ସେପ୍ଟେମ୍ୱର ମାସରେ ପାକିସ୍ତାନ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକର ଦ୍ୱିତୀୟ ଭାଗ ଅତି ଶୀଘ୍ର ଦେଖିବାକୁ ପାଇବ ସମଗ୍ର ଦେଶ।

ସୁକ୍‌ମା ସକ୍‌ର ଦିଆଯିବ ଜବାବ୍

ସୁକମାରେ ନକ୍ସଲଙ୍କ ଆକ୍ରମଣ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ନକ୍ସଲଙ୍କ ଏହି ଆକ୍ରମଣରେ ୨୫ ଜଣ ସିଆରଏଫ ଯବାନ ପ୍ରାଣ ହରାଇଥିଲେ। ଯାହାଫଳରେ ଦୀର୍ଘ ଦିନ ଧରି ଚୁପ୍ ରହିଥିବା ସରକାର ଏବେ ରକ୍ତର ଜବାବ ରକ୍ତରେ ନିଆଯିବ ବୋଲି ସ୍ଥିର କରିଛନ୍ତି। ସର୍ଜିକାଲ ଷ୍ଟ୍ରାଇକର ଚକ୍ରବ୍ୟୁହ ରଚନା କରିଥିବା ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲ ନକ୍ସଲଙ୍କୁ ପୁଣି  ଏକ ଚକ୍‌ମା ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ ପ୍ରସ୍ତୁତ ହୋଇ ସାରିଛି ବ୍ଲୁ ପ୍ରିଣ୍ଟ। କେବଳ ଅପେକ୍ଷା ନିଦ୍ଦେର୍ଶକୁ। ତା ପରେ ଧ୍ୱଂସ ହୋଇଯିବ ପୂରା ମାଓ ସମ୍ରାଜ୍ୟ। ଏଥିପାଇଁ ସୁକମାରେ ଅତିରିକ୍ତ ୮୫୦୦ ଯବାନ ପହଞ୍ଚି ସାରିଛନ୍ତି। ଯବାନମାନେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ଏହି ମହାଅଭିଯାନ ଆରମ୍ଭ ହେବ। ଆକ୍ରମଣକୁ ଅଧିକ ତୀବ୍ରତର କରିବା ପାଇଁ ପ୍ରଥମ ଥର ପାଇଁ ବାୟୁସେନାକୁ ସାମିଲ କରାଯିବ। ମୋଦି ସରକାରଙ୍କ ଏଭଳି ରୂପ ଦେଖି ବୁଦ୍ଧି ବାଟ ହଜି ଯାଇଛି ଲାଲ୍ କମାଣ୍ଡରଙ୍କର।

 

Related story