ବ୍ୟବସାୟିକ ଶତ୍ରୁତାରୁ ଅପହରଣ; ମୁହଁ ଖୋଲିଲେ ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ମାର୍ବଲ ବ୍ୟବସାୟୀ ଦୀପକ ସ୍ୱାମୀ ଅପହର୍ତ୍ତାଙ୍କଠାରୁ ମୁକୁଳିବା ପରେ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ବ୍ୟବସାୟୀକ ଶତ୍ରୁତାରୁ ମୋତେ ଅପହରଣ କରାଯାଇଥିଲା। ଏଥିପାଇଁ ୨୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା। ବାରଙ୍ଗ ଦେଇ ମୋତେ ଆଠଗଡ଼କୁ ନେଇଯାଇଥିଲା। ପରେ ଖୋର୍ଦ୍ଧାରୁ ରଣପୁର ପାଖରେ ଛାଡ଼ି ଦିଆଯାଇ ଥିଲା।” ସେ କହିଛନ୍ତି,“ମୋ ଅପହରଣ ପଛରେ ବିକ୍ରମ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ହାତ ରହିଛି। ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏବେ ମୋ ଜୀବନ […]

deepak

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 06:58 PM IST

ଭୁବନେଶ୍ୱର: ଭୁବନେଶ୍ୱରର ମାର୍ବଲ ବ୍ୟବସାୟୀ ଦୀପକ ସ୍ୱାମୀ ଅପହର୍ତ୍ତାଙ୍କଠାରୁ ମୁକୁଳିବା ପରେ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ବ୍ୟବସାୟୀକ ଶତ୍ରୁତାରୁ ମୋତେ ଅପହରଣ କରାଯାଇଥିଲା। ଏଥିପାଇଁ ୨୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା। ବାରଙ୍ଗ ଦେଇ ମୋତେ ଆଠଗଡ଼କୁ ନେଇଯାଇଥିଲା। ପରେ ଖୋର୍ଦ୍ଧାରୁ ରଣପୁର ପାଖରେ ଛାଡ଼ି ଦିଆଯାଇ ଥିଲା।”

ସେ କହିଛନ୍ତି,“ମୋ ଅପହରଣ ପଛରେ ବିକ୍ରମ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ହାତ ରହିଛି। ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏବେ ମୋ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗଇ ଦିଆଯାଉ।”

Related story