ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ ରୁଲିଂ ଦାବି ନେଇ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଧାନସଭାରେ ବିରୋଧୀ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ବିରୋଧୀ କଂଗ୍ରେସ ସଦସ୍ୟ ନବ ଦାସ ଓ କୈଳାଶ କୁଳଶିକା ଏହି ନୋଟିସ ଆଣିଥିଲେ। ଗତ ୨ ତାରିଖରେ ପ୍ରଶ୍ନୋତ୍ତର କାଳରେ କୃଷିମନ୍ତ୍ରୀ ତଥ୍ୟ ଲୁଲାଇଥିବା ନେଇ ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୨ଟା ୧୫ ପର୍ଯ୍ୟନ୍ତ ମୁଲତବି କରି […]

assembly

Rakesh Mallick
  • Published: Monday, 14 December 2015
  • , Updated: 15 December 2015, 07:39 AM IST

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଧାନସଭାରେ ବିରୋଧୀ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ବିରୋଧୀ କଂଗ୍ରେସ ସଦସ୍ୟ ନବ ଦାସ ଓ କୈଳାଶ କୁଳଶିକା ଏହି ନୋଟିସ ଆଣିଥିଲେ। ଗତ ୨ ତାରିଖରେ ପ୍ରଶ୍ନୋତ୍ତର କାଳରେ କୃଷିମନ୍ତ୍ରୀ ତଥ୍ୟ ଲୁଲାଇଥିବା ନେଇ ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୨ଟା ୧୫ ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ।

ଏ ନେଇ କଂଗ୍ରେସ ବିଧାୟକ ଚିରଞ୍ଜିବ ବିଶ୍ୱାଳ କହିଛନ୍ତି, ରାଜ୍ୟ ସରକାର ବିରୋଧୀଙ୍କ ଦାବିକୁ ବାରମ୍ବାର ଉପେକ୍ଷା କରୁଛନ୍ତି। ପ୍ରିଣ୍ଟିଂ ଏରର କହି କୃଷିମନ୍ତ୍ରୀ ଚାଷୀ ଆତ୍ମହତ୍ୟା ତଥ୍ୟ ଲୁଚାଉଛନ୍ତି। ତଥ୍ୟ ପ୍ରକାଶ ଲାଗି ସରକାରଙ୍କ କୌଣସି ଆନ୍ତରିକତା ନାହିଁ। ବିଧାନସଭା ଚାଲିଥିବା ପର୍ଯ୍ୟନ୍ତ ସରକାର ଏହାକୁ ଗଡାଇ ଗଡାଇ ଯିବେ ଓ ପରେ ଚୁପ ହୋଇଯିବେ। ରାଜ୍ୟରେ ଅନାହାର ଓ ଋଣଭାରରେ ଲୋକେ ଆତ୍ମହତ୍ୟା କରିଛନ୍ତି କି ନାହିଁ ତାହା ଜାଣିବାର ଅଧିକାର ଜନସାଧାରଣଙ୍କର ଅଛି। ରାଜ୍ୟ ସରକାର ଗୃହରେ ଏହାର ଉତ୍ତର ରଖନ୍ତୁ।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ସ୍ୱାଧିକାର ଭଙ୍ଗ ନୋଟିସ ଆଣିବାର ଅଧିକାର ବିରୋଧୀଙ୍କର ଅଛି। ଏହା ଏବେ ବାଚସ୍ପତିଙ୍କ ତର୍ଜମାରେ ରହିଛି। ବାଚସ୍ପତି କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ଏପରି ସ୍ଥିତିରେ ବିରୋଧୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ନ କରି ଗୃହକୁ ହଟ୍ଟଗୋଳ କରି ବନ୍ଦ କରାଇ ଦେବା ଠିକ ହୋଇନାହିଁ। ରାଜ୍ୟରେ ମରୁଡି ଯୋଗୁଁ ଫସଲହାନି ହୋଇଛି। ରିପୋର୍ଟ ଅନୁସାରେ କିଛି ମୃତ ଚାଷୀ ଋଣ ବି କରିଛନ୍ତି। ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି। ପ୍ରିଣ୍ଟିଂରେ ଭୁଲ ଯୋଗୁଁ ଏପରି ସ୍ଥିତି ଉପୁଜିଛି। ଚାଷୀ ଆତ୍ମହତ୍ୟା ନେଇ ଗୃହରେ ଆଲୋଚନା ହେଲେ ସରକାର ନିଶ୍ଚିତ ଏହାର ଉତ୍ତର ରଖିବେ।

୧୨ଟା ୧୫ ପରେ ଗୃହ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଗୃହରେ ମରୁଡ଼ି ସଂକ୍ରାନ୍ତ ମୋସନ୍ ଉପରେ ଆଲୋଚନା ହେଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଭୂଜବଳ ମାଝି ଅଭିଯୋଗ କରିଥିଲେ, ଚଳିତବର୍ଷ ମରୁଡ଼ି ହେବ ବୋଲି ଆଗୁଆ ସୂଚନା ଥିଲା। ହେଲେ ସରକାରଙ୍କ ପ୍ରସ୍ତୁତି ଯଥେଷ୍ଟ ନ ଥିଲା। ଚାଷ ନଷ୍ଟ ଯୋଗୁଁ ଚାଷୀ ଘାଣ୍ଟି ହେଉଥିବା ବେଳେ ବିଜେଡି ସରକାର ପଦଯାତ୍ରାରେ ବ୍ୟସ୍ତ ଥିଲେ। ସେହିପରି ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା ୫ ହଜାର ୫୦୦ କୋଟିରୁ ଏଯାଏଁ ମାତ୍ର ୪୩୬ କୋଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ମରୁଡ଼ି ମୁକାବିଲାରେ ସରକାର ଫେଲ୍ ହୋଇଛନ୍ତି, ସେଥିପାଇଁ ଚାଷୀ ଆତ୍ମହତ୍ୟା ବଢୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାପରେ ବିଜେଡି ବିଧାୟକ ଅମର ଶତପଥୀ ଆଲୋଚନାରେ ଭାଗ ନେଇ ସରକାରଙ୍କ ପକ୍ଷ ରଖିଥିଲେ।

ଅନ୍ୟପକ୍ଷେ ଓଡ଼ିଶା ମରୁଡିକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଗୃହରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଦାବି କରିଥିଲେ। ଏଥିପାଇଁ ଗୃହରେ ସର୍ବସମ୍ମତି ପ୍ରସ୍ତାବ ଆଣିବାକୁ ସେ କହିଥିଲେ।

ସେହିପରି ବିଧାନସଭାରେ ଆଜି ଓଡ଼ିଶା ଜିଲ୍ଲା ପରିଷଦ ସଂଶୋଧନ ବିଲ ପାସ୍ ହୋଇଛି। ଏଣିକି ଦଳ ବଦଳ କଲେ ଜିଲ୍ଲା ପାରିଷଦ ସଭ୍ୟମାନେ ସେମାନଙ୍କ ସଭ୍ୟପଦ ହରେଇବେ।

Related story