ବିଜେଡି କର୍ମୀ ସମ୍ମିଳନୀରେ ତେଲକୋଇ ବିଧାୟକଙ୍କୁ ଆକ୍ରମଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଗୁଣ୍ଡିଚାଘାଗିରେ ଆଜି ବିଜେଡି କର୍ମୀ ସମ୍ମିଳନୀରେ ତେଲକୋଇ ବିଧାୟକ ବେଦବ୍ୟାସ ନାୟକଙ୍କ ଉପରେ ଆକ୍ରମଣ ହୋଇଛି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଛି। ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଜଣାପଡ଼ିନି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜିଲ୍ଲାରେ ବିଭିନ୍ନ ନିର୍ବାଚନୀମଣ୍ଡଳୀରେ ବିଜେଡିର ସାଙ୍ଗଠନିକ ବୈଠକ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଗୁଣ୍ଡିଚାଘାଗିରେ ବୈଠକ ହୋଇଥିଲା। ଏଥିରେ ଆଖପାଖ […]

telkoi

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 06:39 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଗୁଣ୍ଡିଚାଘାଗିରେ ଆଜି ବିଜେଡି କର୍ମୀ ସମ୍ମିଳନୀରେ ତେଲକୋଇ ବିଧାୟକ ବେଦବ୍ୟାସ ନାୟକଙ୍କ ଉପରେ ଆକ୍ରମଣ ହୋଇଛି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଛି। ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଜଣାପଡ଼ିନି।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜିଲ୍ଲାରେ ବିଭିନ୍ନ ନିର୍ବାଚନୀମଣ୍ଡଳୀରେ ବିଜେଡିର ସାଙ୍ଗଠନିକ ବୈଠକ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଗୁଣ୍ଡିଚାଘାଗିରେ ବୈଠକ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ବହୁ ଦଳୀୟ କର୍ମୀ ଯୋଗଦେଇ ଥିଲେ। ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା, ମାତ୍ର ଅନ୍ୟ ଏକ କାର୍ଯ୍ୟକ୍ରମ ଯୋଗୁଁ ସେ ଆସିପାରି ନ ଥିଲେ।

ଦିନ ୧୦ଟା ୩୦ ମିନିଟ୍‌ରେ ବୈଠକ ଆରମ୍ଭ ହୋଇଥିଲା। ତେବେ ପ୍ରାୟ ୧୧ଟା ବେଳେ ଷ୍ଟେଜ୍‌ ପାଲିଟିଥିଲା ରଣକ୍ଷେତ୍ର। କେତେକ ଯୁବକ ଷ୍ଟେଜ୍‌ଉପରେ ଚଢ଼ି ତେଲକୋଇ ବିଧାୟକଙ୍କୁ ଗାଳି ଦେବା ସହିତ ମାଡ଼ ମାରିଥିଲେ।

ବିଧାୟକ ନାୟକ କହିଛନ୍ତି,“ବୈଠକ ଆରମ୍ଭ ହେବାର ୧୦ ମିନିଟ୍ ପରେ ୨୦ରୁ ୨୫ ଜଣ ଯୁବକ ଷ୍ଟେଜ୍‌ ଉପରେ ଚଢ଼ି ମୋତେ ଗାଳି ଦେବା ସହିତ ଆକ୍ରମଣ କରିଥିଲେ।”

ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି,“ବିଜେଡିର ସାଙ୍ଗଠନିକ ବୈଠକ ଚାଲିଥିବା ବେଳେ କେତେକ ଉଚ୍ଛୃଙ୍ଖଳିତ ଯୁବକ ଷ୍ଟେଜ୍‌ ଉପରେ ଚଢ଼ି ବିଧାୟକଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଭିତରେ ଯଦି ଆମ ଦଳର କୌଣସି ବ୍ୟକ୍ତି ଥାଆନ୍ତି, ସେମାନଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏବେ ବିଧାୟକ ସୁସ୍ଥ ଅଛନ୍ତି, ତାଙ୍କ ଶରୀରରେ ଆଘାତ ଲାଗିଛି।”

ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି,“ଗଣ୍ଡଗୋଳ ସମୟରେ ଜିଲ୍ଲା ବିଜେଡି ସଭାପତି ଉପସ୍ଥିତ ଥିଲେ। ଏହି ଆକ୍ରମଣରେ ଯିଏ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

Related story