ଛାତ୍ରୀଙ୍କୁ ଅସଦାଚରଣ କରି ହଟହଟା ଶିକ୍ଷକ: ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ। ଅଭିଭାବକ ଓ ଅଞ୍ଚଳବାସୀଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଶିକ୍ଷକ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ। ସ୍ଥାନୀୟ ପଞ୍ଚମୁଖା ୟୁପି ସ୍କୁଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ସହକାରୀ ଶିକ୍ଷକ ଭକ୍ତବନ୍ଧୁ ଶତପଥୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲ॥ ଫଳରେ ଉତ୍ତ୍ୟକ୍ତ ଗାଁ ଲୋକେ ସଂପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି।