ପୋଲିସ ଗାଡ଼ି ଧକ୍କାରେ ଶିକ୍ଷକଙ୍କ ପ୍ରାଣ ଗଲା: କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ସ୍କୁଲ ପିଲା

Ordigital Desk
  • Published: Saturday, 15 July 2017
  • , Updated: 15 July 2017, 01:29 PM IST
<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ପୋଲିସ ଗାଡ଼ି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିକ୍ଷକ ସୁରେନ୍ଦ୍ର ମହାନ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଚମ୍ପୁଆ ବାଙ୍କ ଛକରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି। ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି। ରାସ୍ତା ଅବରୋଧ ଫଳରେ ଚମ୍ପୁଆ-ବାସୁଦେବପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।</p> <p>[vc_video link=&quot;&quot; align=&quot;center&quot;]</p> <p>ମୃତ ଶିକ୍ଷକ ଚମ୍ପୁଆ ଥାନା ବାଙ୍କ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।&nbsp; ଗତକାଲି ସ୍କୁଲ ସାରି ଫେରୁଥିବାବେଳେ ତାଙ୍କୁ ଏକ ବଲେରୋ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୋଡା ପୋଲିସର ଏକ ଟିମ୍ ଦୁର୍ଘଟଣା ଘଟାଇଥିବା ବୋଲେରୋରେ ଆସୁଥିବା ଲୋକେ କହିଛନ୍ତି।</p>

Related story