ରାଜନୀତିରେ ଠାକୁରାଣୀ ଯାତ୍ରା: ଆଜି ଗଲେ ଧର୍ମେନ୍ଦ୍ର କାଲି ଯିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଠାକୁରାଣୀ ଯାତ୍ରାରେ ରାଜନୀତିର ବାସ୍ନା। ଗଞ୍ଜାମ ଜିଲ୍ଲାକୁ ଟାର୍ଗେଟ କରି ବିଜେଡିର ଗଡ଼ରେ ପଦ୍ମ ଫୁଟାଇବା ପାଇଁ ବିଜେପିର ବିଜେପି କରିଛି ବ୍ଲ୍ୟୁ-ପ୍ରିଣ୍ଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଠାକୁରାଣୀଙ୍କ ଦର୍ଶନରୁ ଜିଲ୍ଲାରେ ଗ୍ରାଉଣ୍ଡ ଓ୍ୱାର୍କର ଭିତ୍ତି ପକାଇଛନ୍ତି। ଜୁନ୍‌ରେ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷରେ ପତିଆରା ଅକ୍ଷୁଣ୍ଣ ରଖିବାକୁ ବିଜେଡି ବି ପୂରା ପ୍ରସ୍ତୁତ। ଧର୍ମେନ୍ଦ୍ରଙ୍କ ପରି ପ୍ରଥମ ଥର ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବି ଠାକୁରାଣୀ ଯାତ୍ରା ଦେଖିବାକୁ […]

dharmendra

Rakesh Mallick
  • Published: Friday, 28 April 2017
  • , Updated: 29 April 2017, 07:06 AM IST

ବ୍ରହ୍ମପୁର: ଠାକୁରାଣୀ ଯାତ୍ରାରେ ରାଜନୀତିର ବାସ୍ନା। ଗଞ୍ଜାମ ଜିଲ୍ଲାକୁ ଟାର୍ଗେଟ କରି ବିଜେଡିର ଗଡ଼ରେ ପଦ୍ମ ଫୁଟାଇବା ପାଇଁ ବିଜେପିର ବିଜେପି କରିଛି ବ୍ଲ୍ୟୁ-ପ୍ରିଣ୍ଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଠାକୁରାଣୀଙ୍କ ଦର୍ଶନରୁ ଜିଲ୍ଲାରେ ଗ୍ରାଉଣ୍ଡ ଓ୍ୱାର୍କର ଭିତ୍ତି ପକାଇଛନ୍ତି। ଜୁନ୍‌ରେ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷରେ ପତିଆରା ଅକ୍ଷୁଣ୍ଣ ରଖିବାକୁ ବିଜେଡି ବି ପୂରା ପ୍ରସ୍ତୁତ। ଧର୍ମେନ୍ଦ୍ରଙ୍କ ପରି ପ୍ରଥମ ଥର ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବି ଠାକୁରାଣୀ ଯାତ୍ରା ଦେଖିବାକୁ ଯିବେ।

ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଏବେ ନେତାଙ୍କ ଭିଡ। ଆଜି ଠାକୁରାଣୀ ଯାତ୍ରାର ୨୭ତମ ଦିବସରେ ଧର୍ମେନ୍ଦ୍ର ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ମାଆଙ୍କ ଅସ୍ଥାୟୀ ମଣ୍ଡପକୁ ଆସି ଦର୍ଶନ କରିଥିଲେ। ରାଜନୀତି ଜୀବନର ଏହା ତାଙ୍କର ପ୍ରଥମ ଠାକୁରାଣୀ ଯାତ୍ରା ଗସ୍ତ। ମାଆଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର କହିଛନ୍ତି,“କାମନା କରୁଛି, ଓଡ଼ିଶାର ପ୍ରଗତି ହେଉ। ଓଡ଼ିଶା ଭାରତବର୍ଷରେ ଶ୍ରେଷ୍ଠ ରାଜ୍ୟ ହେଉ।”

ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୬୯ ଜିଲ୍ଲା ପରିଷଦରୁ ୬୫ ଆସନ ପାଇ ଗଡ଼ରେ ପୂର୍ବ ସ୍ଥିତି ଜାହିରି କରିଥିଲା ବିଜେଡି। ଅନ୍ୟ ଜିଲ୍ଲାରେ ବିଜେପି ଭଲ କରିଥିଲେ ମଧ୍ୟ ଏଠାରେ ମାତ୍ର ୩ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ତେଣୁ ବିଜେଡି ଗଡ଼ରେ ପଦ୍ମ ଫୁଟାଇବାକୁ ଠାକୁରାଣୀଙ୍କ ଦର୍ଶନରୁ ହିଁ ଧର୍ମେନ୍ଦ୍ର ଗ୍ରାଉଣ୍ଡ ଓ୍ୱାର୍କ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। କାରଣ ବୁଥ ସ୍ତରରେ ସଂଗଠନ ମଜଭୁତ ପାଇଁ ଜୁନ୍ ମାସରେ ଗଞ୍ଜାମ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଯାଇ ଠାକୁରାଣୀଙ୍କ ଦର୍ଶନ କରିବେ। ଏବେ ର୍ଚ୍ଚା ହେଉଛି ବିଜେପିର ଚାଲ୍‌କୁ ଦେଖି ବିଜେଡି ଏପରି କାଉଣ୍ଟର ଷ୍ଟ୍ରାଟେଜି ଆପଣେଇଛି।

Related story