ଫଟୋରେ ଫଟୋରେ କରୁଣାନିଧିଙ୍କ ପରିବାର

ଚେନ୍ନାଇ: ମୁଲାୟମ୍‌ ସିଂହ ଯାଦବ୍‌ଙ୍କ ପରେ ଡିଏମ୍‌କେ ସୁପ୍ରିମୋ କରୁଣାନିଧିଙ୍କ ପରିବାର ସବୁଠାରୁ ବଡ଼ ରାଜନୈତିକ ପରିବାର ବୋଲି କୁହାଯାଏ। ତାଙ୍କର ପିଲାମାନେ ଏବେ ବି ରାଜନୀତିରେ ସକ୍ରିୟ ଅଛନ୍ତି। ସେମାନେ ଅନେକ ଥର ମନ୍ତ୍ରୀ ଓ ବିଧାୟକ ମଧ୍ୟ ହୋଇଛନ୍ତି। ଆସନ୍ତୁ ଫଟୋରେ ତାଙ୍କ ପରିବାର ବିଷୟରେ ଜାଣିବା। କରୁଣାନିଧି ତିନିଜଣଙ୍କୁ ବିହାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ପଦ୍ମାବତୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ନାଁ ଦୟାଲୁ ଅମ୍ମାଲ୍‌ ଓ ତୃତୀୟ ପତ୍ନୀ […]

karuna nidhi

karuna nidhi

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 07:35 AM IST

Sports

Latest News

ଚେନ୍ନାଇ: ମୁଲାୟମ୍‌ ସିଂହ ଯାଦବ୍‌ଙ୍କ ପରେ ଡିଏମ୍‌କେ ସୁପ୍ରିମୋ କରୁଣାନିଧିଙ୍କ ପରିବାର ସବୁଠାରୁ ବଡ଼ ରାଜନୈତିକ ପରିବାର ବୋଲି କୁହାଯାଏ। ତାଙ୍କର ପିଲାମାନେ ଏବେ ବି ରାଜନୀତିରେ ସକ୍ରିୟ ଅଛନ୍ତି। ସେମାନେ ଅନେକ ଥର ମନ୍ତ୍ରୀ ଓ ବିଧାୟକ ମଧ୍ୟ ହୋଇଛନ୍ତି।

ଆସନ୍ତୁ ଫଟୋରେ ତାଙ୍କ ପରିବାର ବିଷୟରେ ଜାଣିବା।

କରୁଣାନିଧି ତିନିଜଣଙ୍କୁ ବିହାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ପଦ୍ମାବତୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ନାଁ ଦୟାଲୁ ଅମ୍ମାଲ୍‌ ଓ ତୃତୀୟ ପତ୍ନୀ ହେଉଛନ୍ତି ରାଜାଥୀ ଅମ୍ମାଲ୍‌।

କରୁଣାନିଧିଙ୍କ ପରିବାରର ସବୁଠାରୁ ବଡ଼ପୁଅ ହେଲେ ଏମ୍‌ ମୁଥୁ। ଏମ୍‌ ମୁଥୁ କରୁଣାନିଧିଙ୍କ ପ୍ରଥମ ପତ୍ନୀ ପଦ୍ମାବତୀଙ୍କ ପୁଅ। ମୁଥୁ ଅନେକ ତାମିଲ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଏହି ଫଟୋରେ ମୁଥୁ ଓ ତାଙ୍କ ପତ୍ନୀ ଅଛନ୍ତି। ମୁଥୁଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି।

ଏ ହେଉଛନ୍ତି କରୁଣାନିଧିଙ୍କ ଦ୍ୱିତୀୟ ପତ୍ନୀ ଅମ୍ମାଲ୍ଲୁ ଦୟାଲୁଙ୍କ ବଡ଼ ପୁଅ ଏମ୍‌ କେ ଆଲ୍‌ଗିରି। ସେ ପୂର୍ବରୁ ଡିଏମ୍‌କେ ଦଳର ସାଂସଦ ଓ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। କିନ୍ତୁ ପରେ ଦଳ ସହିତ ମନାନ୍ତର ହେବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେ କନ୍ଥିଙ୍କୁ ବିବାହ କରିଛନ୍ତି।


ଏମ୍‌କେ ଷ୍ଟାଲିନ୍‌ ହେଉଛନ୍ତି, କରୁଣାନିଧି ଓ ଦୟାଲୁଙ୍କ ଦ୍ୱିତୀୟ ପୁଅ। ବର୍ତ୍ତମାନ ପାଇଁ ସେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ କୋଷାଧ୍ୟକ୍ଷ ଅଛନ୍ତି। ସେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ଷ୍ଟାଲିନ୍‌ ଦୂର୍ଗାବତୀଙ୍କୁ ବିବାହ କରିଛନ୍ତି।

ଇଏ ହେଉଛନ୍ତି କରୁଣାନିଧି ଓ ଦୟାଲୁଙ୍କ ଝିଅ ସେଲ୍‌ଭି ଓ ତାଙ୍କ ପତି ସେଲ୍‌ଭମ୍‌। ସେଲ୍‌ଭି ବେଙ୍ଗାଲୁରୁରେ ରହି ବ୍ୟବସାୟ କରନ୍ତି। ତାଙ୍କ ସ୍ୱାମୀ ସନ୍‌ ନେଟ୍‌ୱର୍କର କନ୍ନଡ଼ ଚ୍ୟାନେଲ୍‌ ‘ଉଦୟ’ ଟିଭିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

କରୁଣାନିଧି ଓ ଦୟାଲୁଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଥାମିଝାସରାସୁ। ତାଙ୍କ ପତ୍ନୀଙ୍କ ନାଁ ମୋହନ୍ନା। ଥାମିଝାସରାସୁ ଫିଲ୍ମ୍‌ ଡିଷ୍ଟ୍ରିବ୍ୟୁସନ୍‌ ଓ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ କରନ୍ତି।

କରୁଣାନିଧିଙ୍କ ତୃତୀୟ ପତ୍ନୀ ରାଜାଥି ଅମ୍ମାଲଙ୍କ ଝିଅ ହେଲେ କାନିମୋଝି। ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ତାଙ୍କ ପତି ସଫ୍ଟୱେୟର୍‌ ପ୍ରଫେସନ୍‌ରେ ଅଛନ୍ତି।

ମୁଥୁଙ୍କ ପୁଅ ଓ ଝିଅ ଅରୀବୁ ନିଧି ଓ ତେନମୋଝି।

ଅଲ୍‌ଗିରି ଓ କାନ୍ଥିଙ୍କ ପୁଅ ଦୂରଈ ଦୟାନିଧି ତାଙ୍କ ଭଉଣୀ କୟାଲବିଝୀ

ଷ୍ଟାଲିନ୍‌ ଓ ଦୂର୍ଗାବତୀଙ୍କ ପୁଅ ଉଦୟନିଧି ଓ ଝିଅ ସେନ୍ଥମରାଇ

ତାମିଝାରାସୁ ଓ ମୋହନ୍ନାଙ୍କ ପୁଅ ଅରୁଲନିଧି। ସେ ଜଣେ ଫିଲ୍ମ ଅଭିନେତା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos