ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ଠାକୁର ବଳଭଦ୍ରଙ୍କ ରଥର ନାଁ ହେଉଛି ‘ତାଳଧ୍ୱଜ’। ଏପରି ନାମକରଣ ପଛରେ ୨ଟି କଥା ଶୁଣିବାକୁ ମିଳେ। କିଛି ଗବେଷକଙ୍କ ମତରେ ‘ତାଳ’ ଯୁକ୍ତ ‘ଧ୍ୱଜ’, ଅର୍ଥାତ୍ ଧ୍ୱଜାରେ ତାଳ ବା ଦର୍ପଣର ଚିହ୍ନ ରହିଥିବାରୁ ଏହାକୁ ତାଳଧ୍ୱଜ କୁହାଯାଏ। ଅନେକ ଗବେଷକ ଏହାର ସମର୍ଥନରେ ଯୁକ୍ତି ବାଢୁଥିଲେ ମଧ୍ୟ ରଥ ନିର୍ମାଣକାରୀ ଦରଜି ସେବକ ରଥ ଧ୍ୱଜାରେ ସେଭଳି କୌଣସି ଛବି ରହୁଥିବା କଥାକୁ ଅସ୍ୱୀକାର କରନ୍ତି। ମହାପ୍ରଭୁ ବଳଭଦ୍ର ଏକ ଦର୍ପଣରେ ସମଗ୍ର ସଂସାରକୁ ଦେଖନ୍ତି ବୋଲି ଶାସ୍ତ୍ର କହୁଥିବାରୁ ଏହା ଗ୍ରହଣ କରାଯାଇପାରେ। ନାମକରଣର ଦ୍ୱିତୀୟ କଥାଟି ପ୍ରଣିଧାନଯୋଗ୍ୟ ମନେହୁଏ। ଦେବତାମାନେ ଏହି ରଥକୁ ବଳଭଦ୍ରଙ୍କୁ ତାଳବଣରେ ପ୍ରଦାନ କରିଥିବାରୁ ଏହାର ନାମକରଣ ଏପରି ହୋଇଛି।
ରଥ ବିବରଣୀ-
ଏହି ରଥର ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। କାଠ ସଂଖ୍ୟା- ୭୬୩, ଚକ ସଂଖ୍ୟା-୧୪। ରଥାବରଣ ନୀଳ-ଲୋହିତ। ରଥ ରକ୍ଷକ ବାସୁଦେବ, ଆୟୁଧ ହଳ। ରଥର ୪ କଳା ଅଶ୍ୱ ବା ଘୋଡ଼ା ହେଉଛନ୍ତି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ। ସାରଥୀ ହେଉଛନ୍ତି ମାତଳି। ରଥ ଦଉଡ଼ି ଅନନ୍ତ ନାଗ, ରଥ ପତାକାର ନାଁ ହେଉଛି ଉନ୍ନନୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।