ରଥର ନାଁ ‘ତାଳଧ୍ୱଜ’ କ’ଣ ପାଇଁ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ଠାକୁର ବଳଭଦ୍ରଙ୍କ ରଥର ନାଁ ହେଉଛି ‘ତାଳଧ୍ୱଜ’। ଏପରି ନାମକରଣ ପଛରେ ୨ଟି କଥା ଶୁଣିବାକୁ ମିଳେ। କିଛି ଗବେଷକଙ୍କ ମତରେ ‘ତାଳ’ ଯୁକ୍ତ ‘ଧ୍ୱଜ’, ଅର୍ଥାତ୍‌ ଧ୍ୱଜାରେ ତାଳ ବା ଦର୍ପଣର ଚିହ୍ନ ରହିଥିବାରୁ ଏହାକୁ ତାଳଧ୍ୱଜ କୁହାଯାଏ। ଅନେକ ଗବେଷକ ଏହାର ସମର୍ଥନରେ ଯୁକ୍ତି ବାଢୁଥିଲେ ମଧ୍ୟ ରଥ ନିର୍ମାଣକାରୀ ଦରଜି ସେବକ ରଥ ଧ୍ୱଜାରେ ସେଭଳି କୌଣସି ଛବି ରହୁଥିବା କଥାକୁ ଅସ୍ୱୀକାର କରନ୍ତି। ମହାପ୍ରଭୁ ବଳଭଦ୍ର ଏକ […]

taladwajha

Rakesh Mallick
  • Published: Sunday, 15 July 2018
  • , Updated: 15 July 2018, 08:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ଠାକୁର ବଳଭଦ୍ରଙ୍କ ରଥର ନାଁ ହେଉଛି ‘ତାଳଧ୍ୱଜ’। ଏପରି ନାମକରଣ ପଛରେ ୨ଟି କଥା ଶୁଣିବାକୁ ମିଳେ। କିଛି ଗବେଷକଙ୍କ ମତରେ ‘ତାଳ’ ଯୁକ୍ତ ‘ଧ୍ୱଜ’, ଅର୍ଥାତ୍‌ ଧ୍ୱଜାରେ ତାଳ ବା ଦର୍ପଣର ଚିହ୍ନ ରହିଥିବାରୁ ଏହାକୁ ତାଳଧ୍ୱଜ କୁହାଯାଏ। ଅନେକ ଗବେଷକ ଏହାର ସମର୍ଥନରେ ଯୁକ୍ତି ବାଢୁଥିଲେ ମଧ୍ୟ ରଥ ନିର୍ମାଣକାରୀ ଦରଜି ସେବକ ରଥ ଧ୍ୱଜାରେ ସେଭଳି କୌଣସି ଛବି ରହୁଥିବା କଥାକୁ ଅସ୍ୱୀକାର କରନ୍ତି। ମହାପ୍ରଭୁ ବଳଭଦ୍ର ଏକ ଦର୍ପଣରେ ସମଗ୍ର ସଂସାରକୁ ଦେଖନ୍ତି ବୋଲି ଶାସ୍ତ୍ର କହୁଥିବାରୁ ଏହା ଗ୍ରହଣ କରାଯାଇପାରେ। ନାମକରଣର ଦ୍ୱିତୀୟ କଥାଟି ପ୍ରଣିଧାନଯୋଗ୍ୟ ମନେହୁଏ। ଦେବତାମାନେ ଏହି ରଥକୁ ବଳଭଦ୍ରଙ୍କୁ ତାଳବଣରେ ପ୍ରଦାନ କରିଥିବାରୁ ଏହାର ନାମକରଣ ଏପରି ହୋଇଛି।

ରଥ ବିବରଣୀ-

ଏହି ରଥର ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। କାଠ ସଂଖ୍ୟା- ୭୬୩, ଚକ ସଂଖ୍ୟା-୧୪। ରଥାବରଣ ନୀଳ-ଲୋହିତ। ରଥ ରକ୍ଷକ ବାସୁଦେବ, ଆୟୁଧ ହଳ। ରଥର ୪ କଳା ଅଶ୍ୱ ବା ଘୋଡ଼ା ହେଉଛନ୍ତି ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ। ସାରଥୀ ହେଉଛନ୍ତି ମାତଳି।  ରଥ ଦଉଡ଼ି ଅନନ୍ତ ନାଗ, ରଥ ପତାକାର ନାଁ ହେଉଛି ଉନ୍ନନୀ।

Related story