ଜାଣିଛନ୍ତି କି ଉଚ୍ଚ ରକ୍ତ ଚାପର ଏହି ୭ଟି ଲକ୍ଷଣ ସଂପର୍କରେ?

ଜଣେ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର ଅବା ରକ୍ତଚାପ ଅତିବେଶୀରେ ୧୨୦ ଓ ଅତିକମ୍‌ରେ ୮୦ ରହିବା ଉଚିତ। ସୁସ୍ଥ ରହିବା ପାଇଁ ରକ୍ତଚାପ ନିୟନ୍ତ୍ରଣରେ ରହିବା ବହୁତ ଜରୁରୀ। ତେବେ ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତ ଚାପ ଏବେ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଗଲାଣି। କିଛି ଲୋକ ଉଚ୍ଚ ରକ୍ତ ଚାପର ଶିକାର ହେବା ସତ୍ତ୍ୱେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଏହା ଠିକ୍ ନୁହେଁ। ଏହା ବିପଦକୁ ଆମନ୍ତ୍ରଣ […]

blood

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 08:21 AM IST

ଜଣେ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର ଅବା ରକ୍ତଚାପ ଅତିବେଶୀରେ ୧୨୦ ଓ ଅତିକମ୍‌ରେ ୮୦ ରହିବା ଉଚିତ। ସୁସ୍ଥ ରହିବା ପାଇଁ ରକ୍ତଚାପ ନିୟନ୍ତ୍ରଣରେ ରହିବା ବହୁତ ଜରୁରୀ। ତେବେ ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତ ଚାପ ଏବେ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଗଲାଣି। କିଛି ଲୋକ ଉଚ୍ଚ ରକ୍ତ ଚାପର ଶିକାର ହେବା ସତ୍ତ୍ୱେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଏହା ଠିକ୍ ନୁହେଁ। ଏହା ବିପଦକୁ ଆମନ୍ତ୍ରଣ କଲା ସଦୃଶ। ଯଦି ଆପଣ ନିଜକୁ ଭଲ ପାଆନ୍ତି, ତା’ହେଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ। ଆମେ ଆଜି ଏଠାରେ ଆପଣଙ୍କୁ ଜଣାଇବୁ ଉଚ୍ଚ ରକ୍ତ ଚାପର ଲକ୍ଷଣ ସଂପର୍କରେ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଏଗୁଡ଼ିକ ସଂପର୍କରେ ଜାଣିଥିବେ। ତେବେ ଯେଉଁମାନେ ଜାଣିନଥିବେ, ଏହା ସେମାନଙ୍କ କାମରେ ଆସିପାରେ। ଏହା ସେମାନଙ୍କୁ ସତର୍କ କରାଇପାରିବ।

ପ୍ରାରମ୍ଭିକ ଲକ୍ଷଣ: ମୁଣ୍ଡ ପଛ ପଟେ ଅବା ବେକରେ ଯନ୍ତ୍ରଣା ହେବ। ଅନେକ ଏଭଳି ସମସ୍ୟାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଯଦି ଆପଣଙ୍କଠାରେ ଏହି ଲକ୍ଷଣ ଦେଖାଯାଉଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଚାପଗ୍ରସ୍ତ ହେବା: ଯଦି ଆପଣ ନିଜକୁ ଚାପଗ୍ରସ୍ତ ମନେ କରୁଛନ୍ତି, ତା’ହେଲେ ଏହା ଉଚ୍ଚ ରକ୍ତ ଚାପର ସଂକେତ ହୋଇପାରେ। ଏମିତି ହେଲେ ଲୋକେ ଚିଡ଼ି ଚିଡ଼ା ହୋଇଯାଆନ୍ତି ଓ ଛୋଟ ଛୋଟ କଥାରେ ରାଗି ଯାଆନ୍ତି। ବେଳେ ବେଳେ ସେମାନେ କେଉଁଟା ଭୁଲ୍ ଓ କେଉଁଟା ଠିକ୍ ଜାଣିପାରନ୍ତି ନାହିଁ।

ମୁଣ୍ଡ ବୁଲାଇବା: ଉଚ୍ଚ ରକ୍ତ ଚାପର ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡ ବୁଲାଇବା ଏକ ସାଧାରଣ କଥା। ଅନେକ ସମୟରେ ଶରୀର ଦୁର୍ବଳ ଥିଲେ ବି ମୁଣ୍ଡ ବୁଲାଇ ଦିଏ। ତେବେ ମୁଣ୍ଡ ବୁଲାଇଥିଲେ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ଥକା ଲାଗିବା: ଯଦି ଆପଣ ଅଳ୍ପ କାମ କଲା ପରେ ଥକି ଯାଉଛନ୍ତି, ଦ୍ରୁତ ଗତିରେ ଚାଲିବାରେ ସମସ୍ୟା ହେଉଛି ଅବା ଶିଡ଼ି ଚଢ଼ିବା ବେଳେ ହାଲିଆ ଲାଗୁଛି, ତା’ହେଲେ ଏହା ଉଚ୍ଚ ରକ୍ତ ଚାପ ହୋଇପାରେ।

ନାକରୁ ରକ୍ତସ୍ରାବ: ନିଶ୍ୱାସ ନେବାରେ ଅସୁବିଧା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏଭଳି ହେଲେ ଉଚ୍ଚ ରକ୍ତ ଚାପର ଶିକାର ହେବାର ଆଶଙ୍କା ଅଧିକ ଥାଏ। ସେହିଭଳି ଯଦି ନାକରୁ ରକ୍ତସ୍ରାବ ହୁଏ, ତା’ହେଲେ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ।

ନିଦ ନ ହେବା: ସାଧାରଣତଃ ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଲୋକଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ। ଆପଣଙ୍କୁ ଯଦି ରାତିରେ ଭଲ ନିଦ ହେଉ ନାହିଁ, ତା’ହେଲେ ସତର୍କ ହୋଇଯାଆନ୍ତୁ। ଲଗାତାର ଏହି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ହୃତ୍‌ପିଣ୍ଡର ସ୍ପନ୍ଦନ ବଢ଼ିଯାଏ: ଯଦି ଆପଣଙ୍କ ହୃଦ୍‌ପିଣ୍ଡର ସ୍ପନ୍ଦନ ପୂର୍ବାପେକ୍ଷା ବଢ଼ିଯାଇଥାଏ ବୋଲି ଆପଣ ଅନୁଭବ କରନ୍ତି, ତା’ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ବି ଉଚ୍ଚ ରକ୍ତ ଚାପର ଲକ୍ଷଣ ହୋଇପାରେ।

Related story